Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||
  • କେମ୍ରୁନରେ ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍ : ୫୩ ମୃତ, ୨୯ ଗୁରୁତର
  • ||
  • ଶେଷ ହେବ କୃଷକ ଆନ୍ଦୋଳନ ! ସଙ୍ଗଠନରେ ଫାଟ, ଯୋଗେନ୍ଦ୍ର ଯାଦବ ଓ ଟିକୈତଙ୍କ ସମେତ ୩୭ ଚାଷୀଙ୍କ ଉପରେ ପଡିବ ଚଡକ
  • ||
  • ଖଲ୍ଲିକୋଟ : ଫାଟିଗଲା କାର୍ ଚକା, ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୨ ଆହତ
  • ||

ସମ୍ଭୋଗ ଓ ସ୍ତନ କର୍କଟ ପାଇଁ ଡାଳିମ୍ବ ଲାଭଦାୟକ: ହେଲେ ଡାଳିମ୍ବ ବି ହୋଇପାରେ ଘାତକ; ଜାଣନ୍ତୁ କାହିଁକି

6/10/2018 at 12:29 PM

ଆମ୍ବକୁ ଫଳମାନଙ୍କ ରାଜା ବୋଲି କୁହାଯାଏ | କିନ୍ତୁ ଡାଳିମ୍ବ ମଧ୍ୟ ତା ତୁଳନାରେ କିଛି କମ ନୁହେଁ | ଡାଳିମ୍ବର ସବୁଠୁ ବଡ ବିଶେଷତ୍ୱ ହେଉଛି ଏହାର ସ୍ୱାଦ | ଏହା ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥିବାରୁ ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଆଗ୍ରହରେ ଖାଇଥାନ୍ତି | ସ୍ୱାସ୍ଥ୍ୟପକ୍ଷରେ ମଧ୍ୟ ଡାଳିମ୍ବ ଅତ୍ୟନ୍ତ ଉପାଦେୟ- ଏ କଥା ସମସ୍ତେ ଜାଣନ୍ତି | ଡାଳିମ୍ବରେ ଭିଟାମିନ-‘ସି’, ଫାଇବର ଏବଂ ଭିଟାମିନ-କେ ପ୍ରଚୁର ପରିମାଣରେ ରହିଛି | ଏଥିରେ ଥିବା ଆଣ୍ଟି ଆକ୍ସିଡେଣ୍ଟ ମଧ୍ୟ ଶରୀର ପାଇଁ ବିଶେଷ ଲାଭଦାୟକ ହୋଇଥାଏ | ଡାଳିମ୍ବରେ ମଧ୍ୟ ପ୍ରଚୁର ପରିମାଣର ଲାଭଦାୟକ ମିନେରାଲ, କାର୍ବୋହାଇଡ୍ରେଟ, ପ୍ରୋଟିନ ରହିଛି | ଆସନ୍ତୁ ଜାଣିବା ଡାଳିମ୍ବର କେତେକ ଔଷଧୀୟ ଗୁଣ ସମ୍ପର୍କରେ –

ଦାନ୍ତ ପାଇଁ ଅମୋଘ ଔଷଧ : ଦାନ୍ତ ରୋଗ ଆଜି କାଲି ଏକ ସାଧାରଣ ଘଟଣାରେ ପରିଣତ ହେଲାଣି | ଦାନ୍ତ ଦୁର୍ବଳ ହେବା ପାଇଁ ବିଭିନ୍ନ ସମସ୍ୟା ଉପୁଜିଥାଏ | କିନ୍ତୁ ଡାଳିମ୍ବ ସେବନ ଦ୍ୱାରା ଦାନ୍ତ ମଜବୁତ ହେବା ସହ ସଫା ରହିଥାଏ | ଦାନ୍ତ ଛାଡି ଛାଡି ରହିବ ଦ୍ୱାରା ମୁଖର ସୌନ୍ଦର୍ଯ୍ୟ ହ୍ରାସ ପାଇଥାଏ | କିନ୍ତୁ ଡାଳିମ୍ବର ରସ ଛାଡି ଛାଡି ରହିଥିବା ଦାନ୍ତକୁ ଯୋଡ଼ିବାରେ ମଧ୍ୟ ସହାୟକ ହୋଇଥାଏ |

ସମ୍ଭୋଗ ଶକ୍ତି ବୃଦ୍ଧିକାରୀ : ଡାଳିମ୍ବକୁ ସମ୍ଭୋଗ ଶକ୍ତି ବର୍ଦ୍ଧକ ବୋଲି ମଧ୍ୟ ଆୟୁର୍ବେଦ ଶାସ୍ତ୍ରରେ କୁହାଯାଇଛି | ବିଭିନ୍ନ ମାନସିକ ଚାପ ଯୋଗୁଁ ମନୁଷ୍ୟ ସମ୍ଭୋଗ ପ୍ରତି ବିମୁଖ ହୋଇପଡ଼ିଥାଏ | ଶାରୀରିକ ଦୁର୍ବଳତା ଏବଂ ଥକାପଣ ମଧ୍ୟ ସମ୍ଭୋଗ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିଥାଏ | କିନ୍ତୁ ଗୋଟିଏ ଗ୍ଲାସ ଡାଳିମ୍ବ ରସ ଏହି ସମସ୍ତ ସମସ୍ୟାକୁ ଦୂର କରି ମନୁଷ୍ୟ ମଧ୍ୟରେ କାମନା ପ୍ରଜ୍ବଳିତ କରିବାରେ ସକ୍ଷମ ହୋଇଥାଏ | ମନଲାଖି ସମ୍ଭୋଗ ପାଇଁ ମଧ୍ୟ ଶକ୍ତି ଯୋଗାଇଥାଏ | ପୁରୁଷମାନଙ୍କ କ୍ଷେତ୍ରରେ ବୀର୍ଯ୍ୟକୁ ଗାଢ଼ କରିବା କ୍ଷେତ୍ରରେ ବେଶ ସହାୟକ ହୋଇଥାଏ |

ସ୍ତନ କର୍କଟ : ସ୍ତନ କର୍କଟ କେବଳ ଭାରତରେ ନୁହେଁ ଏବେ ସମଗ୍ର ବିଶ୍ୱରେ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି | ସ୍ତନ କର୍କଟରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ଚାଲୁଚି | ଏହା ମହିଳାମାନଙ୍କ କ୍ଷେତ୍ରରେ ଦେଖା ଦେଉଥିବା ଏମିତି ଏକ ବ୍ୟାଧି, ଯାହା ଜୀବନକୁ ଦୁର୍ବିସହ କରି ଦେଇଥାଏ | ସ୍ତନ କର୍କଟରୁ ରକ୍ଷା ପାଇଁ ଚିକିତ୍ସା ଅପେକ୍ଷା ସତର୍କତା ଅଧିକ ଜରୁରୀ ହୋଇଥାଏ | ଏ କ୍ଷେତ୍ରରେ ଡାଳିମ୍ବର ପ୍ରମୁଖ ଭୂମିକା ରହିଛି | ଡାକ୍ତରଙ୍କ ମତରେ ପ୍ରତ୍ୟହ ଡାଳିମ୍ବ ସେବନ କଲେ ସ୍ତନ କର୍କଟ ଭଳି ରୋଗ ସ୍ପର୍ଶ କରିନଥାଏ |

ସୁନ୍ଦର ତ୍ୱଚା : କେବଳ ସ୍ୱାସ୍ଥ୍ୟ ନୁହେଁ ସୁନ୍ଦର ତ୍ୱଚା ପାଇଁ ମଧ୍ୟ ଡାଳିମ୍ବ ଉପାଦେୟ | ପ୍ରତ୍ୟହ ଡାଳିମ୍ବ ଜୁସ ପିଇବା ଦ୍ୱାରା ଚେହେରା ଉଜ୍ଜ୍ୱଳ ହୋଇଥାଏ | ମୁହଁରେ ଉଠୁଥିବା ବ୍ରଣ ଦୂର କରିବାରେ ବିଶେଷ ସହାୟକ ହୋଇଥାଏ ଡାଳିମ୍ବ | ଡାଳିମ୍ବ ସେବନ ଦ୍ୱାରା ଅକାଳ ବାର୍ଦ୍ଧକ୍ୟ ଦୂର ହୋଇଥାଏ | ମୋଡି ମୋଡି ହୋଇଯାଉଥିବ ଚର୍ମକୁ ଡାଳିମ୍ବ ଠିକ କରିଦେଇଥାଏ |

ସୂର୍ଯ୍ୟ ରଶ୍ମୀରୁ ତ୍ୱଚାକୁ ରକ୍ଷା କରିବା କ୍ଷେତ୍ରରେ ଡାଳିମ୍ବର ବିଶେଷ ଭୂମିକା ରହିଛି | ଏହା ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମୀରୁ ତ୍ୱଚାକୁ ସୁରକ୍ଷା ଦେଇଥାଏ | ଡାଳିମ୍ବ ଚୋପାରେ ସନ ବ୍ଳକିଙ୍ଗ ଏଜେଣ୍ଟ ରହିଛି | ଫଳରେ ପ୍ରାକୃତିକ ଉପାୟରେ ଏହା ଅତି ବାଇଗଣୀ ଶୂରଃୟ ରଶ୍ମୀକୁ ପ୍ରତିହତ କରିଥାଏ |
ଡାଳିମ୍ବ ମଞ୍ଜିରୁ ପ୍ରସ୍ତୁତ ତେଲ ତ୍ୱଚାକୁ ହାଇଡ୍ରେଟେଡ଼ ରଖିବା ସହ ତ୍ୱଚାକୁ ମୁଲାୟମ କରିଥାଏ | ଡାଳିମ୍ବ ଚୋପାକୁ ଗ୍ରାଇଣ୍ଡ କରି ଏହାର ଲେପ ମୁହଁରେ ଦେଲେ ମୁହଁ ଉଜ୍ଜ୍ୱଳ ହୋଇଥାଏ | ଚର୍ମରେ ଥିବା ମୃତ କୋଷକୁ ସଫା କରିଦେଇଥାଏ | ସ୍ୱାସ୍ଥ୍ୟ କ୍ଷେତ୍ରରେ ଡାଳିମ୍ବ ଏକ ବରଦାନ ନିଶ୍ଚୟ | କିନ୍ତୁ ବେଳେ ବେଳେ ଡାଳିମ୍ବ ଘାତକ ସାବ୍ୟସ୍ତ ହୋଇଥାଏ | ଡାଳିମ୍ବ ସେବନ ଦ୍ୱାରା ଲାଭ ହେବା ବଦଳରେ ଖଟି ହିଁ ହୋଇଥାଏ | କେଉଁ କେଉଁ କ୍ଷେତ୍ରରେ ଡାଳିମ୍ବ ସେବନ କ୍ଷତିକାରକ ହୋଇଥାଏ ଆସନ୍ତୁ ଜାଣିବା –

୧. ଆପଣଙ୍କ ଶରୀରରେ ଯଦି ସର୍ବଦା ଥଣ୍ଡା ରହୁଥିବ ବା ଆପଣ ଇନ ଫ୍ଲୁଏଞ୍ଜାରେ ଆକ୍ରାନ୍ତ ତାହେଲେ ଡାଳିମ୍ବ ଠାରୁ ନିଶ୍ଚୟ ଦୁରେଇ ରହନ୍ତୁ |
୨. କୋଷ୍ଠ କାଠିନ୍ୟ ରୋଗରେ ପୀଡିତ ଥିଲେ ଜମାରୁ ଡାଳିମ୍ବ ସେବନ କରନ୍ତୁ ନାହିଁ | ଏହା ରୋଗକୁ ଆହୁରି ବଢ଼ାଇ ଦେଇପାରେ |
୩. ଡାଳିମ୍ବ ଉଚ୍ଚ ରକ୍ତ ଚାପ ନିୟନ୍ତ୍ରଣ କରିବାରେ ବେଶ ସହାୟକ ହୋଇଥାଏ | କିନ୍ତୁ ଯଦି ଆପଣ ନିମ୍ନ ରକ୍ତ ଚାପ ଗ୍ରସ୍ତ ତେବେ ଡାଳିମ୍ବ ଖାଇବା ଦ୍ୱାରା ଅସୁବିଧା ପଡିପାରନ୍ତି | ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ହିଁ ଡାଳିମ୍ବ ସେବନ କରନ୍ତୁ |
୪. ଏଲର୍ଜୀ ହେଉଥିଲେ ଡାଳିମ୍ବ ନିଜକୁ ଦୁରେଇ ରଖନ୍ତୁ | କାରଣ ଏଲର୍ଜୀ ବୃଦ୍ଧି କରିବା କ୍ଷେତ୍ରରେ ଡାଳିମ୍ବର ଭୂମିକା ରହିଛି |
୫. ଏଡ୍ସ ବା ମାନସିକ ଚାପର ଯଦି ଆପଣ ଚିକିତ୍ସା ହେଉଥାନ୍ତି ତାହେଲେ ମଧ୍ୟ ଡାଳିମ୍ବ ନଖାଇବା ଭଲ | ଏହି ସମୟରେ ଡାଳିମ୍ବ ସେବନ ହାନିକାରକ ହୋଇପାରେ |

   Related Posts