Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ସ୍ୱାସ୍ଥ୍ୟ ପାଇଁ ହିତକର ସୋରିଷ ତେଲ : ହୃଦୟକୁ ସୁସ୍ଥ ରଖିବା ସହ ବଢାଇଥାଏ ପ୍ରତିରୋଧକ କ୍ଷମତା

8/10/2020 at 6:44 PM

ଭୁବନେଶ୍ୱର ୦୮/୧୦ : ସୋରିଷ ତେଲ ସମସ୍ତଙ୍କ ଘରେ ଉପଲବ୍ଧ। ଦୈନନ୍ଦିନ ଜୀବନରେ ସୋରିଷ ତେଲର ଅନେକ ବ୍ୟବହାର ରହିଛି। ଖାଦ୍ୟ ରୋଷେଇ ସହ ଏହାର ଅନ୍ୟ ଉପକାରିତା ମଧ୍ୟ ରହିଛି। ସୋରିଷ ତେଲ ବ୍ୟଞ୍ଜନକୁ ଯେତିକି ସ୍ୱାଦିଷ୍ଟ କରିଥାଏ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର। ଡାକ୍ତର ଓ ଡାଏଟିସିଆନ ମଧ୍ୟ ଖାଇବାରେ ଅନ୍ୟ ତେଲ ଅପେକ୍ଷା ସୋରିଷ ତେଲ ବ୍ୟବହାର କରିବାକୁ ପ୍ରାଥମିକତା ଦେଇଥାନ୍ତି। ଏହା ଏକ ଔଷଧ ଭଳି କାମ କରିଥାଏ।

କରୋନା ମହାମାରୀ ସମସ୍ତଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବାକୁ ଚେତାବନୀ ଦେଇଛି। ନିଜକୁ ସୁରକ୍ଷିତ ରଖିବାକୁ ଲୋକେ ଅନେକ ପ୍ରକାର କାଢ଼ା ତିଆରି କରି ସେବନ କରୁଛନ୍ତି। ବିଶେଷଜ୍ଞଙ୍କ କହିବାନୁଯାୟୀ, ସୋରିଷ ତେଲ ଖାଇଲେ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ। ସୋରିଷ ତେଲରେ ମୋନୋସାଚୁରେଟେଡ୍ ଫେଟି ଏସିଡ ରହିଛି ଯାହା ଶରୀରରେ କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ସୋରିଷ ତେଲରେ ଅଲ୍ଫା ଲିମୋଲେନିକ୍ ଏସିଡ୍ ରହିଛି ଯାହା ହୃଦୟକୁ ସୁସ୍ଥ ରଖିଥାଏ।

୧. ଯାଦୁ କାଛୁରୁ କରେ ରକ୍ଷା ସୋରିଷ ତେଲରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଫଙ୍ଗଲ ତତ୍ତ୍ୱ ରହିଛି ଏବଂ ଏହା ଡାଇଜେଷ୍ଟିଭ୍ ତତ୍ତ୍ୱ ଯାହା ହାନିକାରକ ସଂକ୍ରମଣରୁ ରକ୍ଷା କରିଥାଏ। ଏଥିରେ ଓ଼ମେଗା-୩, ଓ଼ମେଗା-୫ ଫେଟି ଏସିଡ ଓ ଭିଟାମିନ-ଇ ରହିଛି ଯାହା ଶରୀରକୁ ପୋଷଣ ଯୋଗାଇଥାଏ ଏବଂ ପ୍ରତିରୋଧକ କ୍ଷମତାକୁ ମଜବୁତ କରିଥାଏ।

୨. ସାଇନସ ଥଣ୍ଡାକାଶରୁ ରକ୍ଷା ସୋରିଷ ତେଲରେ ଥିବା ତୀକ୍ଷ୍ଣ ତତ୍ତ୍ୱ ସାଇନସକୁ ସଫା କରିବାରେ ଉପଯୋଗୀ। ରସୁଣ, ଲବଙ୍ଗ ସହ ଗରମ ସୋରିଷ ତେଲ ପାଦରେ ଓ ଛାତିରେ ମାଲିସ କଲେ ଥଣ୍ଡାକାଶରୁ ଆଶ୍ବସ୍ତି ମିଳିଥାଏ। 

୩. ଲାଲ ରକ୍ତ କୋଷକୁ ମଜବୁତ କରେ ସୋରିଷ ତେଲରେ ପ୍ଲାଜମା, ସେଲ ଲିପିଡ ଓ ସେଲ ଝିଲ୍ଲୀ ରୂପରେ ଅନେକ ବାୟୋଲଜିକାଲ ଫଙ୍କସନ ପାଇଁ ଶରୀର ଦ୍ୱାରା ଜରୁରୀ ମେଦର ଏକ ପ୍ରମୁଖ ସ୍ରୋତ। ସୋରିଷ ତେଲ କୋଲେଷ୍ଟ୍ରୋଲ କମ କରିବାରେ ସାହାଯ୍ୟ କରିଥାଏ ଏବଂ ଲାଲ ରକ୍ତ କୋଷ ଝିଲ୍ଲୀ ସଂରଚନାରେ ସୁଧାର ଆଣିଥାଏ।

୪. ହୃଦୟ ସମ୍ବନ୍ଧୀୟ ରୋଗରୁ ସୁରକ୍ଷା ଗବେଷଣାରୁ ଜଣାପଡିଛି ଯେ ସୋରିଷ ତେଲ ସେବନ ଦ୍ୱାରା ହୃଦଘାତ ଓ ଏନଜାଇନା ବିପଦ ହ୍ରାସ ପାଇଥାଏ। ହୃଦୟ ସମ୍ବନ୍ଧୀୟ ରୋଗରେ ପୀଡିତ ଲୋକଙ୍କ ପାଇଁ ସୋରିଷ ତେଲ ସ୍ୱାସ୍ଥ୍ୟ ବିକଳ୍ପ ବୋଲି କୁହାଯାଏ।

୫. ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି- ନିୟମିତ ସୋରିଷ ତେଲ ମାଲିସ କଲେ ମାଂସପେଶୀ ଓ ଗଣ୍ଠି ଯନ୍ତ୍ରଣାରୁ ଆଶ୍ବସ୍ତି ମିଳିଥାଏ। ସୋରିଷ ତେଲରେ ଥିବା ଓ଼ମେଗା-୩ ଗଣ୍ଠିରେ ହେଉଥିବା ଯନ୍ତ୍ରଣାକୁ କମ କରିବାରେ ସାହାଯ୍ୟ କରିଥାଏ। ଏହା ଟ୍ରାଇଗ୍ଲିସରାଇଡ୍ସ, ରକ୍ତଚାପ ଓ ସୁଜନ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

   Related Posts