Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୩ କରୋନା ସଂକ୍ରମିତ, ୧୦୫୦୦୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ
  • ||
  • ଅନୁଗୁଳ : ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, ୨ ମୃତ
  • ||
  • ନୟାଗଡ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍
  • ||
  • ପୃଥିବୀକୁ ବଡ ବିପଦ ! ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ
  • ||
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ଜାଣନ୍ତୁ ଶୀତ ଋତୁରେ ମିଳୁଥିବା ମେଥିଶାଗରେ କଣ କଣ ରହିଛି ଉପାଦେୟ ଗୁଣ…

12/11/2018 at 3:35 PM

ଭୁବନେଶ୍ୱର ୧୨/୧୧ : ଶୀତ ଋତୁ ଆରମ୍ଭ ହେଲେ ପାରିବ ବଜାରରେ ଦେଖିବାକୁ ମିଳେ ବିଭିନ୍ନ ପ୍ରକାର ତଟକା ପନିପରିବା ଯାହା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଫଳପ୍ରଦ | ଶୀତ ଋତୁରେ ବଜାରରେ ସବୁଜ ପନିପରିବା ସହ ବିଭିନ୍ନ ଶାଗ ମଧ୍ୟ ମିଳିଥାଏ | ଶାଗ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ | ଏହା ମଧ୍ୟରେ ମେଥି ଶାଗ ଅନ୍ୟତମ | ମେଥିର ମଧ୍ୟ ବହୁ ଔଷଧୀୟ ଗୁଣ ରହିଛି | ସେଥିପାଇଁ ମେଥି ଘରେ ଘରେ ଉପଲବ୍ଧ | ସେହିଭଳି ମେଥି ଶାଗର ମଧ୍ୟ ଅନେକ ଗୁଣ ରହିଛି | ମେଥି ଶାଗ ଶୀତରେ ଶରୀରକୁ ଗରମ ରଖିଥାଏ | ମେଥିରେ ତମ୍ବା, ପୋଟାସିୟମ, କ୍ୟାଲସିୟମ, ଲୌହ, ସେଲେନିୟମ, ମାଙ୍ଗାନିଜ ଏବଂ ମ୍ୟାଗନେସିୟମ୍ରେ ଭଳି ଖଣିଜ ରହିଛି | ମେଥିରେ ବହୁତ ଭିଟାମିନ ମଧ୍ୟ ରହିଛି | ତେବେ ମେଥି ଶାଗକୁ ରାନ୍ଧି କିମ୍ବା ପରଠା ତିଆରି କରି ଖାଇପାରିବେ | ମେଥି ଖାଇବା ପିଅନ ସାମାନ୍ୟ ପିତା |

ଆସନ୍ତୁ ଜାଣିବା ମେଥି ଶାଗର ଉପାଦେୟ ଗୁଣ :-
୧. ମେଥି ଶାଗ କିମ୍ବା ମେଥି ଦାନ ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ | ଏଥିରେ ବହୁ ମାତ୍ରାରେ ପୋଟାସିୟମ ରହିଛି ଯାହାକି ରକ୍ତ ସଂଚାଳନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ |

୨. ଶରୀରରେ କୋଲେଷ୍ଟ୍ରୋଲ ମାତ୍ରା କମ କରିବାରେ ମେଥି ବହୁତ ଲାଭଦାୟକ ହୋଇଥାଏ | ଏଥିରେ ଲିପୋପ୍ରୋଟିନ ରହିଛି ଯାହା କୋଲେଷ୍ଟ୍ରୋଲର ମାତ୍ରା କମ କରିବାରେ ସାହାଯ୍ୟ କରିଥାଏ |
୩. ମଧୁମେହ ରୋଗୀଙ୍କ ପାଇଁ ଉଭୟ ମେଥି ଶାଗ ଏବଂ ମେଥି ଦାନ ବହୁତ ଲାଭଦାୟକ | ଏଥିରେ ଏମିନୋ ଏସିଡ ରହିଛି ଯାହାକି ଇନସୁଲିନର ଉତ୍ପାଦନକୁ ବୃଦ୍ଧି କରିଥାଏ | ମେଥିରେ ଥିବା ଫାଇବର ବ୍ଲଡ଼ ସୁଗରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ |
୪. ମେଥି ଶାଗ ଗଣ୍ଠି ବାତ ବା ଗଣ୍ଠି ଜନିତ ରୋଗ ପାଇଁ ଲାଭଦାୟକ ଅଟେ | ମେଥି ମଞ୍ଜିରେ କ୍ୟାଲସିୟମ, ଆଇରନ ଏବଂ ଫସଫରସ ରହିଛି ଯେଉଁଥିପାଇଁ ଶରୀର ପୀଡାରୁ ମୁକ୍ତି ମିଳିଥାଏ | ଯେଉଁମାନଙ୍କ ଗଣ୍ଠି ରୋଗ ରହିଛି ସେମାନଙ୍କୁ ପ୍ରତିଦିନ ମେଥି ଶାଗ ଖାଇବା ଉଚିତ |
୫. ଖାଦ୍ୟ ଭଲ ଭାବେ ହଜମ ନହେଲେ ପେଟରେ ଯନ୍ତ୍ରଣା ହୋଇଥାଏ |ମେଥି ଶାଗ ଖାଇବା ଦ୍ୱାରା ପେଟ ସଫା ରହିଥାଏ | ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ |
୬. ମେଥିରେ ପ୍ରୋଟିନ, ଫାଇବର, ପୋଟାସିୟମ, ଭିଟାମିନ-ସି ଏବଂ ଆଇରନ ରହିଛି ବୋଲି ଆମେ ପୂର୍ବରୁ ମଧ୍ୟ କହିଛୁ | ମେଥି ଖାଇବା ଦ୍ୱାରା ଚୁଟି ଉପୁଡିବା କମିଥାଏ ଏବଂ ଚୁଟିର ମୂଳ ମଧ୍ୟ ଶକ୍ତ ହୋଇଥାଏ |

   Related Posts