Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ଚକଲେଟ କାହିଁକି ଖାଇବା ? କଣ ରହିଛି ଚକଲେଟର ଲାଭଦାୟକ ଗୁଣ ଆସନ୍ତୁ ଜାଣିବା …

24/10/2018 at 5:17 PM

ଭୁବନେଶ୍ୱର ୨୪/୧୦ : ଚକଲେଟ ଖାଇବା ପାଇଁ କିଏ ବା ଭଲ ନପାଏ | ଚକଲେଟ ପ୍ରତି ମଣିଷର ଏକ ଅହେତୁକ ଦୁର୍ବଳତା ରହିଛି | ତେବେ ଚକଲେଟର ବହୁତ ଭଲ ଗୁଣ ରହିଛି | କିନ୍ତୁ ଆମେ ଜାଣିରଖିବା ଉଚିତ ଯେ, ଯେକୌଣସି ଜିନିଷ ଦରକାରଠୁ ଅଧିକ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ |

୧. ଚକଲେଟ ଖାଇବା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ଭଲ ହୋଇଥାଏ | ଫଳରେ ହୃଦଘାତର ସମସ୍ୟା ଦେଖାଦେଇନଥାଏ | ଚକଲେଟ ଖାଇବା ଦ୍ୱାରା ଶିରା ପ୍ରଶିରା ସୁସ୍ଥ ରହେ |

୨.ଚକଲେଟ ଖାଇବା ଦ୍ୱାରା କ୍ୟାନସର ଏବଂ ଆଲଜିମର ଭଳି ରୋଗରୁ ମୁକ୍ତି ମିଳିଥାଏ | ଚକଲେଟରେ ପେଣ୍ଟମେରିକ ପ୍ରୋସିନିଡିନ ନାମକ ଏକ ଯୌଗିକ ପଦାର୍ଥ ରହିଛି ଯାହା ଶରୀରରେ କ୍ୟାନସରର ମାତ୍ରାକୁ ନିୟନ୍ତ୍ରଣ କରିଥାଏ |

୩. ଚକଲେଟ ତ୍ୱଚା ପାଇଁ ଭଲ ନୁହଁ  କିନ୍ତୁ ସୂର୍ଯ୍ୟର କ୍ଷତିକାରକ ରଶ୍ମି ପାଇଁ ଏହା ଲାଭଦାୟକ | କୋକୋରେ ଥିବା ସଲିଡ଼ ଏବଂ ଫ୍ଲାବନଏଡ ଚର୍ମ କ୍ୟାନସରରୁ ସୁରକ୍ଷା ଦେଇଥାଏ |

୪. ଗବେଷଣାରୁ ଜଣାପଡିଛି ଯେ, ଡାର୍କ ଚକଲେଟରେ ପଲିଫେନଲ ରହିଥାଏ ଯାହାକି ଶରୀରରେ ନାଏରିକ ଅକ୍ସାଇଡ ନାମକ ଜୈବିକ ଉପାଦାନ ଉତ୍ପାଦନ କରିଥାଏ | ଯାହା ଫଳରେ ଶରୀରରେ ରକ୍ତ ସଂଚାଳନ ଭଲ ଭାବେ ହୋଇଥାଏ |

୫. ଚକଲେଟରୁ ଆମକୁ ଶକ୍ତି ମିଳିଥାଏ | ଯେଉଁମାନେ ଜିମରେ ଅଧିକ ପରିଶ୍ରମ କରୁଛନ୍ତି ସେମାନଙ୍କ ପାଇଁ ଜିମ ପୂର୍ବରୁ ଚୋକଲେଟ ଖାଇବା ବହୁତ ଲାଭଦାୟକ | ଚକଲେଟ ଶରୀରକୁ ସଠିକ ପରିମାଣର ଶକ୍ତି ଏବଂ ତାକତ ଯୋଗେଇଥାଏ |

୬.ଡାର୍କ ଚକଲେଟ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ମଧ୍ୟ ବଢିଥାଏ | ଯଦି ଆପଣ ଚଷମା ପିନ୍ଧୁଥିବେ ତେବେ ଡାର୍କ ଚକଲେଟ କିମ୍ବା ମିଲ୍କ ଚକଲେଟ ଖାଇବା ପରେ ଧୀରେ ଧୀରେ ଆପଣଙ୍କ ଦୃଷ୍ଟି ଶକ୍ତି ମଧ୍ୟ ତୀକ୍ଷ୍ଣ ହେବ |

୭. ସାଧାରଣତଃ ଦେଖାଯାଏ ଯେଉଁମାନେ ନିଜର ଓଜନ କମ କରିବାକୁ ଚାହୁଁଥାନ୍ତି କିମ୍ବା ଡାଏଟିଂରେ ଥାଆନ୍ତି ସେମାନଙ୍କୁ ଚକଲେଟ ଖାଇବାକୁ ବାରଣ କରାଯାଇଥାଏ | ତେବେ ଡାର୍କ ଚକଲେଟ ଓଜନ ହ୍ରାସ କରିବା, ତୃଷ୍ନା ମେଂଟାଇବା, ବ୍ଲଡ଼ ସୁଗାର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ | ଏହା ସହ ଭୋକ ମଧ୍ୟ ନିୟନ୍ତ୍ରଣ କରିଥାଏ |

୮. ଡାର୍କ ଚକଲେଟ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢିଥାଏ | ଏହା ଫଳରେ ମସ୍ତିସ୍କକୁ ରକ୍ତ ସଂଚାଳନ ଭଲ ଭାବରେ ହୋଇଥାଏ | ହାର୍ବାର୍ଡ ମେଡିକାଲ ସ୍କୁଲ ଅଫ ଷ୍ଟଡିଜ ଅନୁଯାୟୀ, ୨ କପ ହଟ ଚକଲେଟ ପିଇବା ଦ୍ୱାରା ମସ୍ତିସ୍କକୁ ରକ୍ତ ପ୍ରବାହ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଜୋରରେ ହୋଇଥାଏ |

୯. ଚକୋଲେଟ ଖାଇବା ଫଳରେ ଥକାପଣ ଦୂର ହୋଇଥାଏ | ଅଧିକ ସମୟ ଧରି କୌଣସି କାମ କଲେ ବା ଚାଲିଲେ ଆମେ ଥକି ଯାଇଥାଉ | ଏଭଳି ସ୍ଥିତିରେ ଚକଲେଟ ଖାଇଲେ ଥକାପଣ ଦୂର ହୋଇଯାଇଥଏ |

୧୦. ଚକୋଲେଟ ମନକୁ ଆନନ୍ଦ ଏବଂ ପ୍ରଫୁଲ୍ଲ ରଖେ | କୌଣସି ଦୁଶ୍ଚିନ୍ତାରେ ଥିଲେ ଚକଲେଟ ଖାଇବା ଦ୍ୱାରା କିଛି ସମୟ ପାଇଁ ମଣିଷ ରିଲାକ୍ସ ଅନୁଭବ କରିଥାଏ | ଚକଲେଟରେ ଡେପାମାଇନ ନାମକ ହର୍ମୋନ ରହିଛି ଯାହା ମଣିଷକୁ ଖୁସି ରଖିଥାଏ |

   Related Posts