Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ଗଞ୍ଜାମର ସବୁ ଧର୍ମାନୁଷ୍ଠାନ ୭ଦିନ ବନ୍ଦ, ସର୍ବସାଧାରଣରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ବାରଣ
  • ||
  • ନୟାଗଡ : ପ୍ରେମରେ ପ୍ରତାରଣା, ପ୍ରେମିକ ଦୁଆରେ ପ୍ରେମିକା, ନ୍ୟାୟ ପାଇଁ ଦେଇଛି ଧାରଣା
  • ||
  • କଟକ : ଗିରଫ ହେଲା ହାଇଦରର ସହଯୋଗୀ ୟାକୁବ୍, ସୋମବାର ଚାଉଳିଆଗଞ୍ଜ ଥାନାରେ କରିଥିଲା ଆତ୍ମସମର୍ପଣ
  • ||
  • ସୋର : ଘରେ କେହି ନଥିବା ବେଳେ ଭାଙ୍ଗିଲେ ତାଲା, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା-ରୂପା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା
  • ||
  • କଳାହାଣ୍ଡି : ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଚାନ୍ଦବାଲି : ଭଡା ଘରୁ ମିଳିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ, ମୃତ୍ୟୁ ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଦାୟୀ ଅଭିଯୋଗ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୩୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମହାକାଳପଡା : ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ, କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଟଳିଗଲା ବଡ ବିପଦ
  • ||
  • କରଞ୍ଜିଆ : ଏକାଠି ଶୋଇଥିଲେ ସ୍ତ୍ରୀ ଓ ପ୍ରେମିକ, କଟୁରୀରେ ହାଣିଲା ସ୍ୱାମୀ
  • ||
  • ବଢୁଛି ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୮୪ ପଜିଟିଭ୍ ଚିହ୍ନଟ
  • ||

ପ୍ରତିଦିନ କଫି ପିଅନ୍ତୁ , କାରଣ କଫିରେ ଅଛି ଏହି ସବୁ ଗୁଣ: ଯାହା ଆପଣଙ୍କୁ ରଖିବ ଫିଟ୍

21/09/2018 at 4:19 PM

ଭୁବନେଶ୍ୱର ୨୧/୯ : କଫିରେ ବେଶ ଅଧିକ ଆଣ୍ଟି ଅକ୍ସିଡେଣ୍ଟ ଏବଂ ସକ୍ରିୟ ଯୌଗିକ ପଦାର୍ଥ ରହିଛି । କଫିରେ ବହୁ ଲାଭଦାୟକ ଗୁଣ ରହିଛି, ଯାହା ସ୍ବାସ୍ଥ୍ୟ ପାଇଁ ବେଶ ଲାଭ ଦାୟକ। କଫି ପିଇବା ଦ୍ବାରା ଲିଭରଗତ ସମସ୍ୟା କମିଯାଇଥାଏ, ଏହା ମଧୁମେହକୁ ନିୟନ୍ତ୍ରଣରେ ରଖିଥାଏ । ସ୍ନାୟୁଗତ ରୋଗକୁ ମଧ୍ୟ ନିୟନ୍ତ୍ରଣ କରିଥଏ କଫି ।

କଫିରେ ଉପଯୁକ୍ତ ପରିମାଣର କେଫିନ ରହିଛି । ପ୍ରତ୍ୟେକ କପ କଫିରେ ୮୦ ରୁ ୧୨୦ ମିଲିଗ୍ରାମ କେଫିନ ରହିଥାଏ | ଦୈନିକ ୪୦୦ ମିଲିଗ୍ରାମ କାଫେନ ସ୍ୱାସ୍ଥ୍ୟପକ୍ଷେ ଲାଭଦାୟକ ।

ତେବେ ଦୈନିକ ୫୦୦ ରୁ ୬୦୦ ମିଲିଗ୍ରାମ କାଫେନ ସ୍ୱାସ୍ଥ୍ୟପକ୍ଷେ ହାନିକାରକ । ଏହା ଆମର ସ୍ନାୟୁତନ୍ତ୍ରିଗୁଡିକୁ ଭାରାକ୍ରାନ୍ତ କରିଥାଏ । ଯାହାଫଳରେ ଅନିଦ୍ରା, ଚିଡଚିଡ଼ ହେବା, ପେଟ ବିନ୍ଧା, ଅନିଶ୍ଚିତତା, ଛୋଟ ଛୋଟ କଥାରେ ଅଧୀର ହୋଇପଡିବା, ମାଂସପେଶୀ କମ୍ପନ ହେବା ଭଳି ସମସ୍ୟା ଦେଖାଦେଇଥାଏ |ତେବେ ପ୍ରତ୍ୟେକ ମଣିଷ ଭିତରେ ଏହାର ଅଲଗା ଅଲଗା ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ |

କଫିରେ ଅତ୍ୟଧିକ ପରିମାଣର ଚିନି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ କ୍ଷତିକାରକ । ବ୍ଲାକ କଫି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ | ସକାଳୁ ସକାଳୁ ବ୍ଲାକ କଫି ପିଇଲେ ମେଦ ହ୍ରାସ ପାଇଥାଏ ।ବ୍ଲାକ କଫି ଓଜନ ହ୍ରାସରେ ସହାୟକ ହୋଇଥାଏ । କଫି ପିଇବା ଦ୍ୱାରା ପୁରୁଷ ମାନଙ୍କ କ୍ଷେତ୍ରରେ ପ୍ରୋଷ୍ଟେଟ କ୍ୟାନ୍ସର ହେବାର ସମ୍ଭାବନା ୨୦ ପ୍ରତିଶତ କମିଯାଇଥାଏ । ମହିଳାମାନଙ୍କ କ୍ଷେତ୍ରରେ ଗର୍ଭାଶୟ ଜନିତ କ୍ୟାନ୍ସରର ଆଶଙ୍କା ୨୫ ପ୍ରତିଶତ କମିଯାଇଥଏ | ଦିନକୁ ୨ କପ କଫି ପିଇବା ଦ୍ୱାରା ହୃଦଘାତର ଆଶଙ୍କା ମଧ୍ୟ କମିଯାଇଥାଏ |

   Related Posts