ରକ୍ତଦାନ ମହତଦାନ: ବର୍ଷକୁ ଥରେ ରକ୍ତଦାନ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ, ଜାଣନ୍ତୁ କେମିତି

Published By : Prameya-News7 Bureau | October 06, 2020 IST

ଭୁବନେଶ୍ୱର ୦୬/୧୦ : କଥାରେ ଅଛି ରକ୍ତଦାନ ମହତଦାନ। ରକ୍ତଦାନ କରି ଜଣକ ଜୀବନ ବଞ୍ଚାଇ ପରିବା। ପ୍ରତି ସେକେଣ୍ଡରେ କାହାକୁ ନା କାହାକୁ ରକ୍ତ ଆବଶ୍ୟକ ପଡିଥାଏ। ଆବଶ୍ୟକ ଥିବା ରୋଗୀଙ୍କୁ ନିଜ ରକ୍ତ ଦାନ କରି ଆପଣ ଜଣକ ଜୀବନ ରକ୍ଷା କରିପାରିବେ। ରକ୍ତ ତିଆରି କରାଯାଇ ପାରେନାହିଁ। ସେଥିପାଇଁ ରକ୍ତଦାନ କରି ହିଁ ଜଣକ ଜୀବନ ରକ୍ଷା କରାଯାଇପାରିବ। ତେବେ ରକ୍ତ ଦାନ କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସ୍ୱାସ୍ଥ୍ୟକୁ ନେଇ ଫାଇଦା ରହିଛି। ରକ୍ତଦାତାଙ୍କୁ ମଧ୍ୟ ସ୍ୱାସ୍ଥ୍ୟଗତ ଲାଭ ମିଳିଥାଏ। କିଛି ଲୋକଙ୍କ ଧାରଣା ଯେ ରକ୍ତଦାନ କଲେ ରୋଗ ହୋଇଥାଏ କିନ୍ତୁ ଏହି ଧାରଣା ସମ୍ପୂର୍ଣ ଭୁଲ।

{"id":339652,"sizeSlug":"large"}

ବର୍ଷକୁ ଥରେ ରକ୍ତଦାନ କରିବା ସ୍ୱାସ୍ଥ୍ୟ ପାଇଁ ଉତ୍ତମ। ଯଦି ବର୍ଷକୁ ଥରେ ରକ୍ତଦାନ କରିଛନ୍ତି ତାହେଲେ ଆଉଥରେ ମଧ୍ୟ କରିପାରିବେ। ରକ୍ତଦାନ ମଧ୍ୟରେ ଅତିକମରେ ୩ ମାସର ଅନ୍ତର ରହିବା ଦରକାର। ୧୮ ରୁ ୬୫ ବର୍ଷ ବୟସ ଓ ଓଜନ ୪୫ କିଲୋରୁ ଅଧିକ ଥିଲେ ରକ୍ତଦାନ କରିପାରିବେ। ଏଥିପାଇଁ ହିମୋଗ୍ଲୋବିନ ପ୍ରତି ଡେସିଲିଟର ୧୨.୫ ଗ୍ରାମରୁ ଅଧିକ ରହିବା କଥା ନୁହେଁ। ରକ୍ତଦାନ କରିବାର କଣ କଣ ଫାଇଦା ରହିଛି ଜାଣନ୍ତୁ:

{"id":339654,"sizeSlug":"large"}

. ନୂଆ କୋଷ ସୃଷ୍ଟି ହୋଇଥାଏ - ରକ୍ତଦାନ କରିବା ପରେ ଶରୀରରେ ବ୍ଲଡ଼ ସେଲ କାଉଣ୍ଟ ପୁଣି ଭରିବାକୁ ରକ୍ତ କୋଷ ଉତ୍ପାଦନ ଆରମ୍ଭ କରିଥାଏ। ଯେତେବେଳେ ଶରୀରରେ ଆରବିସି କିମ୍ବା ରକ୍ତ କୋଷ ଅଭାବ ହୋଇଥାଏ, ସେତେବେଳେ ବୋନ ମେରୋ ଅର୍ଥାତ ରକ୍ତ ଉତ୍ପନ୍ନ କରୁଥିବା ଅଙ୍ଗକୁ ଏକ ସଂକେତ ମିଳିଥାଏ। ଏହାପରେ ରକ୍ତ କୋଷ ଉତ୍ପାଦନ ଆରମ୍ଭ କରିଥାଏ।

{"id":339657,"sizeSlug":"large"}

. ସ୍ୱାସ୍ଥ୍ୟ ସୂଚନା - ରକ୍ତଦାନ ପାଇଁ ଗଲେ ମେଡିକାଲ କର୍ମଚାରୀ ଅନେକ ଟେଷ୍ଟ କରିଥାନ୍ତି। କାରଣ ସୁସ୍ଥ ବ୍ୟକ୍ତିଙ୍କ ରକ୍ତ ହିଁ ଦାନ କରାଯାଇଥାଏ। ଯଦି ବ୍ୟକ୍ତି କୌଣସି ରୋଗରେ ପୀଡିତ ଥାଆନ୍ତି ତାହେଲେ ରକ୍ତଦାନ ପାଇଁ ବ୍ୟକ୍ତି ଯୋଗ୍ୟ ନଥାନ୍ତି। ଏହି ପ୍ରକ୍ରିୟା ପାଇଁ ରକ୍ତର ଯାଞ୍ଚ କରାଯାଇଥାଏ। ଏହି ଯାଞ୍ଚରୁ ସ୍ପଷ୍ଟ ହୋଇଯାଇନ ବ୍ୟକ୍ତି ସୁସ୍ଥ ନା କୌଣସି ରୋଗରେ ପୀଡିତ।

{"id":339659,"sizeSlug":"large"}

୩. ଓଜନ ହ୍ରାସ କରିଥାଏ - ରକ୍ତଦାନ କରିବା ଦ୍ଵାରା ଓଜନ ମଧ୍ୟ କମ କରିବାରେ ସହାୟକ ହୋଇଥାଏ। ଥରେ ରକ୍ତଦାନ କଲେ ୬୫୦-୭୦୦ କ୍ୟାଲୋରୀ ହ୍ରାସ ପାଇଥାଏ. ତେବେ ଓଜନ କମ କରିବାରେ ଏହା ଏକମାତ୍ର ତରିକା ନୁହେଁ।

୪. ମନୋବୈଜ୍ଞାନିକ ଲାଭ - ରକ୍ତଦାନ ପରେ ଯେଉଁ ସନ୍ତୋଷ ଭାବନା ଆସିଥାଏ ତାକୁ ନଜର ଅନ୍ଦାଜ କରାଯାଇ ପାରିବନାହିଁ। ଏହି ମନୋବୈଜ୍ଞାନିକ ସ୍ୱାସ୍ଥ୍ୟ ପାଇଁ ସକାରାତ୍ମକ ପଦକ୍ଷେପ ପ୍ରମାଣିତ ହୋଇଥାଏ। ନିୟମିତ ଏହିଭଳି କଲେ ଅବସାଦ, ଚିନ୍ତା ମଧ୍ୟ ହ୍ରାସ ପାଇଥାଏ।

{"id":339661,"sizeSlug":"large"}

୫. ଲିଭରକୁ ସୁସ୍ଥ ରଖେ - ରକ୍ତରେ ଲୌହର ସାନ୍ଦ୍ରତା ବୃଦ୍ଧି ପାଇଲେ ଲିଭରକୁ ଅସୁସ୍ଥ କରିଦେଇଥାଏ। ଏହା ଲିଭର ପାଇଁ ବିପଦ ସୃଷ୍ଟି କରିଥାଏ। ରକ୍ତଦାନ ଦ୍ଵାରା ଏହି ସମ୍ଭାବନା କମ ହୋଇଥାଏ। ରକ୍ତଦାନ ଲିଭରକୁ ସୁସ୍ଥ ରଖିବାର ସରଳ ଉପାୟ। ଅତିରିକ୍ତ ଆଇରନ ସ୍ଥର ଯୋଗୁଁ ଲିଭର କ୍ୟାନସର, ହେପାଟାଇଟିସ ସି ଓ ଅନ୍ୟ ଲିଭର ସଂକ୍ରମଣ ହେବାର ଆଶଙ୍କା ଥାଏ।

{"id":339664,"sizeSlug":"large"}

୬. ହୃଦୟ ପାଇଁ ହିତକର - ରକ୍ତଦାନ ହୃଦୟର ସ୍ୱାସ୍ଥ୍ୟ ପାଇଁ ଉତ୍ତମ। ଆମେରିକାନ ଜର୍ଣ୍ଣାଲ ଏପିଡେମିୟୋଲୋଜି ଅନୁସାରେ ଯେଉଁମାନେ ରକ୍ତଦାନ କରନ୍ତି ସେମାନଙ୍କୁ ହୃଦଘାତ ହେବାର ଆଶଙ୍କା କମ ଥାଏ। ରକ୍ତଦାନ କରୁନଥିବା ଲୋକଙ୍କ ତୁଳନାରେ ରକ୍ତଦାନ କରୁଥିବା ଲୋକଙ୍କୁ ହୃଦଘାତ ଆଶଙ୍କା ୮୮ ପ୍ରତିଶତ କମିଯାଇଥାଏ।  

(ବି:ଦ୍ର: କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞ କିମ୍ବା ଡାକ୍ତରଙ୍କୁ ପରାମର୍ଶ କରନ୍ତୁ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.