ଦେଖିବାକୁ ଯେତିକି ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର, ଅନେକ ରୋଗ ଦୂର କରିବାରେ ସହାୟକ ଜାମୁକୋଳି

Published By : Prameya-News7 Bureau | July 14, 2020 IST

ଭୁବନେଶ୍ୱର ୧୪/୦୭ : ଜାମୁକୋଳି ଏମିତି ଏକ ଫଳ ଯାହା ନା କେବଳ ଦେଖିବାକୁ ସୁନ୍ଦର କିନ୍ତୁ ଖାଇବାରେ ମଧ୍ୟ ସ୍ୱାଦିଷ୍ଟ | ଜାମୁକୋଳି ସାଧାରଣତଃ ଗ୍ରୀଷ୍ମ ଋତୁରେ ମିଳିଥାଏ | ଜାମୁକୋଳି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକାରକ | ଏଥିରେ ପ୍ରାକୃତିକ ଏଣ୍ଟି ଆକ୍ସିଡେଣ୍ଟ ରହିଛି ଯାହା ଶରୀରର ସୁଜନ ଭଲ କରିବାରେ ସାହାଯ୍ୟ କରିଥାଏ | ଏହା ସଂକ୍ରମଣ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ |

{"id":300353,"sizeSlug":"large"}

ଜାମୁକୋଳିରେ ଭରପୁର ମାତ୍ରାରେ ଭିଟାମିନ-ସି ଓ ଆଇରନ ରହିଛି | ହୃଦଘାତ, ଡାଏବେଟିସ, ରକ୍ତଚାପ, କୋଲେଷ୍ଟ୍ରୋଲ ରୋଗୀଙ୍କ ପାଇଁ ଏହି କୋଳି ଅତ୍ୟନ୍ତ ହିତକାରକ | ବିଶେଷଜ୍ଞଙ୍କ କହିବାନୁସାରେ, ଯଦି ଆପଣଙ୍କ ଶରୀରରେ ଭିଟାମିନ-ସି କିମ୍ବା ଆଇରନ ପରିମାଣ କମ ଅଛି ତାହେଲେ ଜାମୁକୋଳି ଖାଇବା ଲାଭଦାୟକ | ଏହାଦ୍ୱାରା ରକ୍ତ ସ୍ଥର ମଧ୍ୟ ବଢିଥାଏ | ଏହା ରକ୍ତରେ ଥିବା ବ୍ୟାକ୍ଟେରିଆକୁ ନଷ୍ଟ କରିଦେଇଥାଏ ଯାହା ଦ୍ୱାରା ତ୍ୱଚାରେ ସମ୍ବନ୍ଧୀୟ ତଥା ବ୍ରଣ ହୋଇଥାଏ | ଡାଏବେଟିସ ରୋଗୀଙ୍କ ପାଇଁ ଜାମୁକୋଳି ବହୁତ ହିତକର | ଏହା ସୁଗର ଲେଭଲ ନିୟନ୍ତ୍ରଣ କରିଥାଏ | ଏଥିରେ ଫାଇବର ମଧ୍ୟ ରହିଛି ଯେଉଁଥିପାଇଁ ପେଟ ଯନ୍ତ୍ରଣା, ଏସିଡ଼ିଟି, ଛାତିରେ ଜ୍ବଳନ ଏବଂ ଅର୍ଶ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ |

{"id":300354,"width":578,"height":324,"sizeSlug":"large"}

ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ଜାମୁକୋଳି ବହୁତ ଉପଯୋଗୀ ପ୍ରମାଣିତ ହୋଇଥାଏ | ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଏହି କୋଳିକୁ ଆପଣ ବିଭିନ୍ନ ଉପାୟରେ ଖାଇପାରିବେ | ଏହାକୁ ଆପଣ ଥଣ୍ଡା କରି ଅନ୍ୟ ଫଳ ଭଳି ଖାଇପାରିବେ | ଏହାକୁ ଆପଣ ଫ୍ରୁଟ ଚାଟ କିମ୍ବା ଫ୍ରୁଟ ସାଲାଡ଼ କରି ମଧ୍ୟ ଖାଇପାରିବେ | ଏଥିରେ ଲୁଣ ଓ ଅଳ୍ପ ମାତ୍ରାରେ ଲଙ୍କା ଗୁଣ୍ଡ ପକାଇ ଖରାରେ କିଛି ସମୟ ଶୁଖାଇ ମଧ୍ୟ ଖାଇପାରିବେ | ବିଶେଷଜ୍ଞଙ୍କ କହିବାନୁସାରେ, ଯଦି ଆପଣଙ୍କ ଶରୀରରେ ଜଳୀୟ ଅଂଶ କମ ରହିଛି ତାହେଲେ ଜାମୁକୋଳିକୁ ଜୁସ କରି ମଧ୍ୟ ପିଇପାରିବେ | ଏହା ସ୍ୱାସ୍ଥ୍ୟ ପାଇଁ ହିତକର ପ୍ରମାଣିତ ହୋଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.