Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||

ସ୍ୱାସ୍ଥ୍ୟ ପକ୍ଷେ ହିତକର ତୁଳସୀ ପତ୍ର : ଏହିସବୁ ରୋଗରୁ ଦେଇଥାଏ ମୁକ୍ତି

13/07/2020 at 3:56 PM

ନୂଆଦିଲ୍ଲୀ ୧୩/୦୭ : କଥାରେ ଅଛି ସମସ୍ତଙ୍କ ଘର ଅଗଣାରେ ତୁଳସୀ ଗଛ ରହିବା ଉଚିତ | ତୁଳସୀ ଏମିତି ଏକ ଗଛ ଯାହା ଅନେକ ରୋଗରୁ ମୁକ୍ତି ଦେଇଥାଏ ଏବଂ ହିତକର ପ୍ରମାଣିତ ହୋଇଥାଏ | ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ଘର ଅଗଣାରେ ତୁଳସୀ ଗଛ ରହିବା ଶୁଭ ବୋଲି କୁହାଯାଏ | ନିୟମିତ ତୁଳସୀ ସେବନ ପତ୍ର କଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ | ସ୍ୱାସ୍ଥ୍ୟ ପକ୍ଷେ ତୁଳସୀ ଅତ୍ୟନ୍ତ ଉପଯୋଗୀ |

ନିମୋନିଆ ଗ୍ରସ୍ତ ଲୋକଙ୍କ ପାଇଁ ତୁଳସୀ ପତ୍ର ରାମବାଣ ପ୍ରମାଣିତ ହୋଇଥାଏ | ୧୫ ରୁ ୨୦ ଗ୍ରାମ ତୁଳସୀ ରସରେ ଗୁଆ ଘିଅ ମିଶାଇ କମ ଆଞ୍ଚରେ ଫୁଟାଇ ରଖନ୍ତୁ | ଏହାକୁ ଶିଶୁଙ୍କୁ ମାଲିସ କଲେ ଶିଶୁଙ୍କ ମାଂସପେଶୀ ମଜବୁତ ହୋଇଥାଏ | ପ୍ରତିରୋଧକ କ୍ଷମତା ବଢିବା ସହ ଅନେକ ସମସ୍ୟା ଦୂର ହୋଇଥାଏ | ଶିଶୁମାନଙ୍କ ମଧ୍ୟରେ ଥଣ୍ଡା ଓ ଗରମ ସହ୍ୟ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ | 

ଯଦି ଆପଣଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି କିମ୍ବା ଶ୍ୱାସ ରୋଗରେ ପୀଡିତ ତାହେଲେ ତୁଳସୀ ଆପଣଙ୍କ ପାଇଁ ବହୁତ ଲାଭଦାୟକ | ତୁଳସୀ ଓ ଜଷ୍ଟି ମଧୁ ମିଶାଇ କାଢ଼ା ପ୍ରସ୍ତୁତ କରି ସକାଳେ ଓ ସନ୍ଧ୍ୟାରେ ସେବନ କରନ୍ତୁ | ଏହାଦ୍ୱାରା ଶ୍ୱାସ ରୋଗ ସମସ୍ୟା ଦୂର ହୋଇଥାଏ |

ଯଦି ଆପଣଙ୍କୁ କିମ୍ବା ଆପଣଙ୍କ ଶିଶୁକୁ ଭୋକ କମ ଲାଗୁଥାଏ ତାହେଲେ ତୁଳସୀ ପତ୍ରର ଉପଯୋଗ ଅତ୍ୟନ୍ତ ହିତକର | କମ ଭୋକ ଲାଗୁଥିଲେ ଗୋଲ ମରିଚ, ଅଦା, ଲଙ୍କା, ଲୁଣ ଓ ତୁଳସୀ ପତ୍ରକୁ ବାଟି ଚଟଣି ପ୍ରସ୍ତୁତ କରିପାରିବେ | ଯଦି ରାଗ ଖାଅନ୍ତିନି ତାହେଲେ ଲଙ୍କା ନ ପକାଇ ମଧ୍ୟ ଚଟଣି କରିପାରିବେ | ଖାଇବା ସମୟରେ ଏହି ଚଟଣି ଖାଆନ୍ତୁ ଏବଂ ନିଜ ଶିଶୁଙ୍କୁ ମଧ୍ୟ ଦିଅନ୍ତୁ | ଏହି ଚଟଣି ଖାଇବା ଦ୍ୱାରା ଭୋକ ବଢିବା ସହ ପେଟର ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ | ତେବେ ଚଟଣିରେ ତୁଳସୀ ପତ୍ର ଅଧିକ ମାତ୍ରାରେ ପକାଇବେ ନାହିଁ |

   Related Posts