ଗଜା ମୁଗ: ସ୍ୱାସ୍ଥ୍ୟ ପାଇଁ ଯେତିକି ହିତକର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ, ଏମିତି କରନ୍ତୁ ବ୍ୟବହାର

Published By : Prameya-News7 Bureau | August 27, 2020 IST

ଭୁବନେଶ୍ୱର ୨୭/୦୮ : ଗଜା ମୁଗ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର | ଡାକ୍ତର ମଧ୍ୟ ଗଜା ମୁଗ ସେବନ କରିବାକୁ ପରାମର୍ଶ ଦେଇଥାନ୍ତି | ଏହା ଶରୀରକୁ ଭରପୁର ମାତ୍ରାରେ ପୋଷଣ ଯୋଗାଇଥାଏ | ଜାଗା ମୁଗରେ ଗ୍ରେନ, ଡାଲି, ମଞ୍ଜି ପି ଫଳ ସାମିଲ ଥାଏ | ଏହା ପ୍ରାକୃତିକ ଭିଟାମିନର ସ୍ରୋତ | ଏହା ଅମିନୋ ଏସିଡ, ଫେଟି ଏସିଡ, ନେଚୁରାଲ ସୁଗର, ମିନେରାଲ, ଭିଟାମିନ ଓ ଏଞ୍ଜାଇମର ଉତ୍କୃଷ୍ଟ ସନ୍ତୁଳନ | ସ୍ୱାସ୍ଥ୍ୟ ସହ ଏହା କେଶ ଓ ତ୍ୱଚା ପାଇଁ ମଧ୍ୟ ବହୁତ ଲାଭଦାୟକ | ଏହା କେଶର ଗ୍ରୋଥକୁ ପ୍ରଭାବିତ କରିଥାଏ | ଫଳରେ କେଶ ଝାଡ଼ିବା ବନ୍ଦ ହୋଇଥାଏ ଏବଂ କେଶ ସୁସ୍ଥ ହୋଇଥାଏ |

{"id":321223,"sizeSlug":"large"}

ସୁନ୍ଦର ତ୍ୱଚା ପାଇଁ ଗଜା ମୁଗ ଅତ୍ୟନ୍ତ ଲଭଦାୟୀ | ଡାଏଟରେ ଗଜା ମୁଗକୁ ସାମିଲ କରିବା ଉଭୟ ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ହିତକାରକ | ଏକ ଶରୀରରେ ଥିବା ଟକ୍ସିନରୁ ମୁକ୍ତ ହେବା ପାଇଁ ସାହାଯ୍ୟ କରିଥାଏ |  

ଗଜା ମୁଗରେ ଥିବା ସେଲେନିୟମ୍ ସ୍କାଳ୍ପରେ ଥିବା ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ | ଯାହାଫଳରେ ରୁପି ସମସ୍ୟା ଦୂର ହୋଇଥାଏ | ଏହା ସ୍କାଳ୍ପରୁ ମୃତ କୋଷକୁ ମଧ୍ୟ ବାହାର କରିବା କାମ କରିଥାଏ | ଫଳରେ ସ୍କାଳ୍ପରେ କୌଣସି ପ୍ରକାର ସଂକ୍ରମଣ ହୋଇନଥାଏ | ଏହା ସହ କେଶ ମଧ୍ୟ ବଢିଥାଏ |

{"id":321221,"sizeSlug":"large"}

ଯଦି ଆପଣଙ୍କ ଚୁଟି ବହୁତ ଝଡ଼ୁଥାଏ ତାହେଲେ ପ୍ରତିଦିନ ସକାଳୁ ଗଜା ମୁଗ ଖାଆନ୍ତୁ | ଏଠାରେ ବହୁ ମାତ୍ରାରେ ଭିଟାମିନ-ସି ରହିଛି | ଏହାଦ୍ୱାରାରେ ସ୍କାଳ୍ପରେ ରକ୍ତ ସଞ୍ଚାଳନ ମଧ୍ୟ ଭଲ ହୋଇଥାଏ | ଫଳରେ ଚୁଟି ଝଡ଼ିବା ସମସ୍ୟା ଦୂର ହୋଇଥାଏ |

ତ୍ୱଚାକୁ ହାଇଡ୍ରେଟ୍ ରଖିବା ପାଇଁ ଗଜା ମୁଗ ଖାଇବା ଉଚିତ | ପ୍ରତିଦିନ ସକାଳୁ ଗଜା ମୁଗରେ ଟମାଟୋ ଓ କାକୁଡି ଟୁକୁଡା ଟୁକୁଡା କରି କାଟି, ସେଥିରେ ଲେମ୍ବୁ ରସ ମିଶାଇ ଖାଇଲେ ତ୍ୱଚାର ଶୁଷ୍କତା ଦୂର ହୋଇଥାଏ | ଏହା ଚର୍ମର ଦୁର୍ବଳତା ମଧ୍ୟ ଦୂର ହୁଏ |

(ବି: ଦ୍ର: ଏହା ସାଧାରଣ ତଥ୍ୟ ଉପରେ ଆଧାରିତ, ବ୍ୟବହାର କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.