Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଦରକାର ଠାରୁ ଅଧିକ ସେଉ ଖାଉଛନ୍ତି କି ? ହୋଇପାରେ ଏହି ୪ଟି ସମସ୍ୟା…

2/10/2021 at 10:04 AM

ନୂଆଦିଲ୍ଲୀ ୦୨/୧୦: ସାଧାରଣତଃ ଦିନକୁ ଯଦି ଗୋଟିଏ ସେଓ ଖାଆନ୍ତି, ତେବେ ଆପଣ ରୋଗ ଠାରୁ ଦୂରରେ ରହିବେ । ଏକ ଅଧ୍ୟୟନରୁ ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଆବଶ୍ୟକ ଠାରୁ ଅଧିକ ସେଓ ଖାଇବା ଶରୀର ପାଇଁ ୪ ଟି ବଡ଼ କ୍ଷତି ଆଣିଥାଏ । ସେଓରେ ଥିବା ଭିଟାମିନ ସି,ଫାଇବର ଓ ପୋଟାସିୟମ ଶରୀରକୁ ରୋଗ ଦାଉରୁ ରକ୍ଷା କରିଥାଏ । ହେଲେ ଏହାର ଅଧିକ ସେବନ ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇଥାଏ ।

ଜଣେ ବ୍ୟକ୍ତିକୁ ସାରା ଦିନରେ ଗୋଟିଏ କିମ୍ବା ଦୁଇଟିରୁ ଅଧିକ ସେଓ ଖାଇବା ଉଚିତ୍‌ ନୁହେଁ । ଯଦି ଆପଣ ଏହାଠାରୁ ଅଧିକ ସେଓ ଖାଉଛନ୍ତି ତେବେ ୪ ଟି ସାଇଡ ଇଫେକ୍ଟ ହୋଇପାରେ ।

  • ଫାଇବର ଆମର ପାଚନ କ୍ରିୟାକୁ ମଜବୁତ୍‌ କରିଥାଏ । ହେଲେ ଆବଶ୍ୟକ ଠାରୁ ଅଧିକ ଫାଇବର ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହାଦ୍ୱାରା ବ୍ଲୋଟିଂ ଓ କୋଷ୍ଠ କାଠିନ୍ୟ ଆଦି ସମସ୍ୟା ଆରମ୍ଭ ହୋଇ ଯାଇଥାଏ । ଜଣେ ବ୍ୟକ୍ତିକୁ ଦିନରେ ୨୦ ରୁ ୪୦ ଗ୍ରାମ ଫାଇବର ର ଆବଶ୍ୟକତା ପଡ଼ିଥାଏ ।
  • ସେଓ କାର୍ବୋହାଇଡ୍ରେଟରେ ଭରପୁର ଥାଏ । ତେଣୁ ଏକ୍ସରସାଇଜ ପୂର୍ବରୁ ସେଓ ଏକ ଭଲ ଖାଦ୍ୟ ଭାବେ ବିଚାର କରାଯାଏ । ଯଦି ଆବଶ୍ୟକ ଠାରୁ ଅଧିକ ସେଓ ଖାଆନ୍ତି ତେବେ ବ୍ଲଡ ସୁଗାର ବଢ଼ିପାରେ ।
  • ସେଓରେ ସବୁଠୁ ଅଧିକ କୀଟନାଶକ ମାତ୍ରା ରହିଥାଏ । ଡିଫେନିଲମାଇନ ସେଓରେ ଅଧିକ ମାତ୍ରରେ ଥିବା ଦେଖାଯାଏ । ତେଣୁ ଅଧିକ ସେଓ ଖାଇବା ଦ୍ୱାରା ଅଧିକ ମାତ୍ରାରେ କୀଟନାଶକ ଶରୀରକୁ ଯାଇପାରେ ।
  • ସେଓ କାର୍ବୋ ହାଇଡ୍ରେଟ ରେ ଭରପୁର ଥିବାରୁ ଏହା ଆପଣଙ୍କୁ ତୁରନ୍ତ ଶକ୍ତି ଦେଇଥାଏ । ହେଲେ ଅଧିକ ସେଓ ଖାଇବା ଦ୍ୱାରା ଓଜନ ବଢ଼ିଥାଏ । କାରଣ ଅଧିକ ସେଓ ଖାଇବା ଦ୍ୱାରା ଆପଣଙ୍କ ଶରୀର ଫ୍ୟାଟ ବର୍ଣ୍ଣ କରିପାରିନଥାଏ ।

   Related Posts