ଆଦିବାସୀ ବହୁଳ ଅଞ୍ଚଳରେ ୨୩ ଶହ ରୋଗୀଙ୍କୁ ଯୋଗାଇ ଦିଆଗଲା ସ୍ୱାସ୍ଥ୍ୟ ସେବା

Published By : Prameya-News7 Bureau | February 10, 2020 IST

ଝାରସୁଗୁଡା ୧୦।୦୨ -  ସମାଜର ଅବହେଳିତ ଓ ଦୁର୍ଗମ ଅଞ୍ଚଳରେ ସେବା ଯୋଗାଇ ଦେବାକୁ ଜାରି ରହିଛି ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟର ପ୍ରୟାସ । ଟ୍ରଷ୍ଟ ପକ୍ଷରୁ ଝାରସୁଗୁଡା ଜିଲ୍ଲା କିର୍ମିରାରେ ଏକ ମେଗା ସ୍ବାସ୍ଥ୍ୟ ଶିବିର ହୋଇଯାଇଛି । ଯେଉଁଥିରେ ବିଭିନ୍ନ ବିଭାଗର ୪୦ ଜଣ ବିଶେଷଜ୍ଞ ଡାକ୍ତର ପାଖାପାଖି ୨୩ ଶହ ରୋଗୀଙ୍କୁ ଚିକିତ୍ସା କରିଥିଲେ ।

 ଝାରସୁଗୁଡା ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ କିର୍ମିରା ବ୍ଲକ ଶୋଭନ ମେମୋରିଆଲ କଲେଜ ପରିସରରେ ଏକ ମେଗା ସ୍ୱାସ୍ଥ୍ୟ ସେବା ଶିବିରି ହୋଇଯାଇଛି । ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ଏହାର ଆୟୋଜନ କରିଥିଲା । ଗରିବ ଏବଂ ବଞ୍ଚିତଙ୍କ ନିକଟରେ ମାଗଣା ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ଏହି ସ୍ବାସ୍ଥ୍ୟ ସେବା ଶିବିରର ମୂଳ ଉଦେଶ୍ୟ । ସ୍ବାସ୍ଥ୍ୟ ପରୀକ୍ଷା ସହ ରୋଗୀଙ୍କୁ ମାଗଣାରେ ଔଷଧ ବଣ୍ଟା ଯାଇଥିଲା । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଶିବିରକୁ ଉଦଘାଟନ କରିଥିଲେ । ଝାରସୁଗୁଡା ଜିଲାପାଳ ଏଭଳି କାର୍ଯ୍ୟକ୍ରମକୁ ପ୍ରସଂଶା କରିଛନ୍ତି ।

{"id":222898,"sizeSlug":"large"}

ସ୍ବାସ୍ଥ୍ୟ ସେବା ଶିବିରରେ କଟକ ବଡ ଡାକ୍ତରଖାନା ସମେତ ବୁର୍ଲା, ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳର ୨୪ଟି ବିଭାଗର ୪୦ ଜଣ ବିଶେଷଜ୍ଞ ଡାକ୍ତର ସାମିଲ ହୋଇଥିଲେ । ୨୨୯୩ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଘର ପାଖରେ ଚିକିତ୍ସା ସୁବିଧା ପାଇ ଲୋକଙ୍କ ଖୁସି କହିଲେ ନସରେ ।

 ୨୦୦୪ ରୁ ଗଢାଯାଇଥିବା ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ଏ ପର୍ଯ୍ୟନ୍ତ ରାଜ୍ୟର ୨୬ ଜିଲ୍ଲାରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ସେବା ମନୋଭାବକୁ ବଜାୟ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.