Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚୋରି ଅଭିଯୋଗରେ ଲଣ୍ଡା କରି ମାଡ ମାରିବା ଘଟଣା : ୪ ଯୁବକ ଗିରଫ, ୧୫ ଗ୍ରାମବାସୀଙ୍କ ନାଁରେ ମାମଲା ରୁଜୁ

ଜଗନ୍ନାଥପ୍ରସାଦ ୧୬|୫: ଚୋରି ଅଭିଯୋଗରେ ୪ ଜଣ ଯୁବକଙ୍କୁ ମାଡ ମାରି ଲଣ୍ଡା କରିବା ମାମଲାରେ ତନାଘନା କରୁଛି ପୋଲିସ । ଘଟଣାଟି ଗଞ୍ଜାମ  ଜଗନ୍ନାଥପ୍ରସାଦ ଥାନା କାଦୁଆ ଗାଁରେ ଘଟିଛି ।

ସୂଚନା ଅନୁସାରେ ଗତକାଲି ଚୋରି ଅଭିଯୋଗରେ ଗ୍ରାମବାସୀ ଏକଜୁଟ ହୋଇ ଚାରି ଜଣ ଯୁବକଙ୍କୁ ବାନ୍ଧି ଲଣ୍ଡା କରିବା ସହ ନିର୍ଧୂମ ମାଡ଼ ମାରି ଗାଁ ଦାଣ୍ଡରେ ବୁଲାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ପରେ ୪ ଯୁବକଙ୍କୁ ଗିରଫ କରିଛି ।

ଅନ୍ୟପଟେ ସେମାନଙ୍କୁ ଲଣ୍ଡାକରି ମାଡ ମାରିବା ଅଭିଯୋଗରେ ୧୫ ଜଣ ଗ୍ରାମବାସୀଙ୍କ ନାଁରେ ମାମଲା ରୁଜୁ କରି ପଚରାଉଚରା କରୁଛି ପୋଲିସ । ଯୁବକଙ୍କୁ ଲଣ୍ଡା କରିବା ଭିଡିଓ ସୋସିଆଲ୍  ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । 

102 Views

   ସମ୍ବନ୍ଧିତ ଖବର