Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଗୁରୁଦିବସରେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ୮ମ ଶ୍ରେଣୀ ଛାତ୍ରୀଙ୍କୁ କରିଥିଲେ ଅସଦାଚାରଣ

5/09/2019 at 3:27 PM

ବୌଦ୍ଧ ୫।୯:  ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଘଟଣାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଖରସଙ୍କୁଲେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଧନଞ୍ଜୟ ପାତ୍ର ନିଲମ୍ବିତ ହୋଇଛନ୍ତି । ପ୍ରଧାନଶିକ୍ଷକଙ୍କ ନିଲମ୍ବନ ନେଇ ସୂଚନା ଦେଇଛନ୍ତି ବିଇଓ ସନାତନ ଗାଆନ ।

ସୂଚନାଯୋଗ୍ୟ ଯେ, ହରଭଙ୍ଗା ଥାନା ଖରସଙ୍କୁଲେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଥିଲା ଏଭଳି ନିନ୍ଦନୀୟ ଘଟଣା । ଗଣେଶ ପୂଜା ପାଇଁ ଛାତ୍ରୀ ଜଣଙ୍କ ସ୍କୁଲକୁ ଯାଇଥିଲେ। ତେବେ ପ୍ରଧାନ ଶିକ୍ଷକ ଧନଞ୍ଜୟ ପାତ୍ର ଛାତ୍ରୀଙ୍କୁ ଏହି ସମୟରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଅସଦାଚରଣ ପରେ ଏହି ଘଟଣା ସମ୍ପର୍କରେ କାହାରିକୁ କିଛି ନକହିବା ପାଇଁ ଛାତ୍ରୀଙ୍କୁ ଶିକ୍ଷକ ତାଗିଦ କରିଥିଲେ।  ଏଥିସହ ଛାତ୍ରୀଙ୍କୁ ଡ୍ରେସ ଦେବାର ଲାଳସା ମଧ୍ୟ ଦେଖାଇଥିଲେ। ଘଟଣା ପ୍ରଘଟ କଲେ ସ୍କୁଲରୁ ବାହାର କରିଦେବାର ମଧ୍ୟ ଧମକ ଦେଇଥିଲେ।

ତେବେ ଘରକୁ ଫେରି ଛାତ୍ରୀ ଜଣଙ୍କ ଅସଦାଚରଣ ସମ୍ପର୍କରେ ପ୍ରଥମେ  ନିଜ ମାଙ୍କୁ ଜଣାଇଥିଲେ। ଏନେଇ ପିଡୀତାଙ୍କ ବାପା ହରଭଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଧନଞ୍ଜୟ ପାତ୍ରଙ୍କୁ ନିଲମ୍ବିତ କରାଯାଇଛି । ଅନ୍ୟପଟେ ପ୍ରଧାନଶିକ୍ଷକଙ୍କ ଗିରଫ ଦାବିରେ ସ୍କୁଲରେ ତାଲା ପକାଇଛନ୍ତି ଅଭିଭାବକ ।

   Related Posts