ଶିକ୍ଷୟତ୍ରୀଙ୍କୁ ଚାପୁଡ଼ା ମାରିଲେ ପ୍ରଧାନ ଶିକ୍ଷକ : ଜାଣନ୍ତୁ କାହିଁକି?
17/09/2019 at 6:15 PM

କେନ୍ଦୁଝର ୧୭/୯: ଶିକ୍ଷୟିତ୍ରୀଙ୍କ ବାବଦରେ ବ୍ୟକ୍ତିଗତ ଆକ୍ଷେପ କରି ଏଣେତେଣେ କହି ବୁଲୁଥିଲେ ପ୍ରଧାନ ଶିକ୍ଷକ। ସମ୍ପୃକ୍ତ ଶିକ୍ଷୟିତ୍ରୀ ଏ ବିଷୟରେ ପଚାରିବାରୁ ଉତକ୍ଷିପ୍ତ ହୋଇ ଶିକ୍ଷୟତ୍ରୀଙ୍କ ଗାଲକୁ ଶକ୍ତ ଚାପୁଡ଼ା ମାରିଛନ୍ତି ପ୍ରଧାନ ଶିକ୍ଷକ। ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ବ୍ଲକ ଶିକ୍ଷା ବିଭାଗ।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ବ୍ଲକ କୁଶଟିକିରି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟଠାରେ। ସ୍କୁଲର ପ୍ରଧାନ ଶିକ୍ଷକ ବେଣୁଧର ସାହୁ ଜଣେ ଶିକ୍ଷୟତ୍ରୀଙ୍କ ଚରିତ୍ରକୁ ନେଇ ଏଣେତେଣେ କହିବୁଲୁଥିଲେ। ଏସମ୍ପର୍କରେ ଆଜି ସମ୍ପୃକ୍ତା ଶିକ୍ଷୟତ୍ରୀ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ଆଲୋଚନାକୁ ଏଡାଇଯାଇଥିଲେ ପ୍ରଧାନଶିକ୍ଷକ। ତେବେ ଆଲୋଚନା ପାଇଁ ଚାପ ଦେବାରୁ ଏଥିରେ ଉତକ୍ଷିପ୍ତ ହୋଇ ପ୍ରଧାନଶିକ୍ଷକ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ଗାଲକୁ ଶକ୍ତ ଚାପୁଡ଼ା ମାରିଥିବା ଅଭିଯୋଗ କରିଛନ୍ତି ପିଡିତା ଶିକ୍ଷୟିତ୍ରୀ।

ଅଭିଯୋଗ ପାଇ ହାଟଡ଼ିହି ଵିଇଓ ସ୍କୁଲଠାରେ ପହଂଚି ଘଟଣାର ସବିଶେଷ ତଦନ୍ତ କରିଛନ୍ତି। ଅନୁସନ୍ଧାନ ପରେ ଘଟଣାରେ ସତ୍ୟାସତ୍ୟ ଥିବା ସିଧା ସଳଖ କହିନଥିଲେ ମଧ୍ୟ ପ୍ରଧାନଶିକ୍ଷକଙ୍କର ଭୁଲକୁ ନେଇ ଇସାରା କରିଛନ୍ତି। ତେବେ ଏ ସମ୍ପର୍କରେ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ଚାପୁଡ଼ା ମରା ଘଟଣାକୁ ସମ୍ପୂର୍ଣ୍ଣ ଅସ୍ବୀକାର କରିଥିବାବେଳେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମୋବାଇଲ ବ୍ୟବହାରକୁ ନେଇ ଏକ ନୂଆ କାହାଣୀ କହିଛନ୍ତି।