ଜାଲ୍ ସାର୍ଟିଫିକେଟ୍ ଦେଇ କରିଥିଲେ ଶିକ୍ଷକ ଚାକିରି, ଧରାପଡିବା ପରେ ବହିଷ୍କୃତ ହେଲେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ

Published By : Prameya-News7 Bureau | November 28, 2019 IST

ଉଦଳା ୨୮।୧୧: ଜାଲ୍ ସାର୍ଟିଫିକେଟରେ କରିଥିଲେ ସରକାରୀ ଚାକିରୀ । ତାହା ପୁଣି ଶିକ୍ଷକତା, ଶିକ୍ଷା ସହାୟକରୁ ପଦୋନ୍ନତି ହୋଇ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସାଜି ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିଲେ ପ୍ରଧାନଶିକ୍ଷକ ଜଣକ । ଯାହାକୁ ନେଇ ତଥ୍ୟ ପ୍ରମାଣ ସହ ଖବର ପରିବେଷଣ କରିଥିବା ନ୍ୟୁଜ୍ ସେଭେନ୍ ।

{"id":191102,"sizeSlug":"large"}

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନ ଡି. ନୂଆଗଁ। ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସତ୍ୟରଞ୍ଜନ ମହାନ୍ତ ଜାଲ ସାର୍ଟିଫିକେଟରେ ଚାକିରି କରିଥିବା ଖବର ନ୍ୟୁଜ୍ ସେଭେନ୍ ରେ ପରିବେଷଣ କରିଥିଲା । ଏହି ଘଟଣାରେ ତଦନ୍ତ ହେବ ବୋଲି ଉକ୍ତ ସମୟରେ ଏବିଇଓ କହିଥିଲେ । ତେବେ ସଂପୃକ୍ତ ପ୍ରଧାନଶିକ୍ଷକ ଜଣଙ୍କର ସାର୍ଟିଫିକେଟ ଭେରିଫିକେସନ ପାଇଁ କଟକ ବୋର୍ଡ ଅଫିସକୁ ଯାଇଥିଲେ । ସାର୍ଟିଫିକେଟ ଭେରିଫିକେସନ କରିବା ପରେ ବୋର୍ଡ ମଧ୍ୟ ସ୍ପଷ୍ଟ କରିଛି ଯେ ପ୍ରଧାନଶିକ୍ଷକ ଜଣକ ଜାଲ୍ ସାର୍ଟିଫିକେଟରେ ସରକାରୀ ଚାକିରୀ କରିଛନ୍ତି । ଏହାପରେ ଉକ୍ତ ଜାଲି ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ତାଙ୍କ ପକ୍ଷ ରଖିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ସମୟ ମଧ୍ୟ ଦିଆଯାଇଥିଲା । ହେଲେ ଜାଲି ଶିକ୍ଷକ ସତ୍ୟରନ ମହାନ୍ତ ନିର୍ଦ୍ଧାରିତ ସମୟରେ କୌଣସି ସଠିକ୍ ତଥ୍ୟ ପ୍ରଦାନ କରି ନ ଥିଲେ ବରଂ ଅଧିକ ସମୟ ମାଗିଥିଲେ । ଯାହାଫଳରେ ଏବେ ତାଙ୍କୁ ଖୁଂଟା ବିଇଓ ଚାକିରୀରୁ ବହିଷ୍କାର କରିଛନ୍ତି ।

{"id":191103,"sizeSlug":"large"}

ଜାଲ୍ ସାର୍ଟିଫିକେଟରେ ସରକାରୀ ଚାକିରୀ କରିବା ଏବେ ତାଙ୍କ ପାଇଁ ମହଙ୍ଗା ପଡିଛି । ଏହି ଜାଲି ଶିକ୍ଷକଙ୍କ ସିଟି ମାର୍କସିଟ୍ ରେ ଜାଲିଆତି ହୋଇଛି । ୧୯୯୪ ମସିହାରେ ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ସେ ସିଟି ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇଥିବା ଏବଂ ସବୁ ବିଷୟରେ ପାସ୍ କରିଥିବା ନେଇ ନିଜର ଚାକିରୀ ଆରମ୍ଭ ସମୟରେ ସରକାରଙ୍କୁ ପ୍ରଦାନ କରିଥିଲେ ନିଜର ସମସ୍ତ ପ୍ରମାଣପତ୍ର । ମାତ୍ର ସୂଚନା ଅଧିକାର ଆଇନ ବଳରେ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ ଏବଂ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରୁ ହସ୍ତଗତ ସିଟି ପରୀକ୍ଷାର ମାର୍କସିଟରେ ଧରାପଡିଯାଇଛି ଶିକ୍ଷକଙ୍କ ଜାଲିଆତି । 

{"id":191104,"sizeSlug":"large"}

ସର୍ବଶିକ୍ଷା ଅଭିଯାନରୁ ମିଳିଥିବା ମାର୍କସିଟ୍ ରେ ସାଇକୋଲୋଜି, ଇଂରାଜୀ ଏବଂ ସୋସିଆଲ୍ ସାଇନ୍ସ ବିଷୟରେ ପାସ୍ ମାର୍କ ରଖିଥିବା ଦର୍ଶ।ଇଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦରୁ ମିଳିଥିବା ମାର୍କସିଟରେ ସାର୍ କିନ୍ତୁ ଏହି ତିନି ଗୋଟି ବିଷୟରେ ଫେଲ୍ ହୋଇଛନ୍ତି ଅର୍ଥ।ତ୍ ତିନି ଗୋଟି ବିଷୟରେ ପାସ୍ ମାର୍କ ରଖିପାରି ନଥିବା ଉଲ୍ଲେଖ ହୋଇଛି । କେବଳ ସେତିକି ନୁହେଁ ଏହି ସାର୍ ଜଣକ ସିଟି ପରୀକ୍ଷାର ପ୍ରାକ୍ଟିକାଲ ମଧ୍ୟ କରି ନଥିବା ମାଧ୍ୟମିକ ଶିକ୍ଷା ପରିଷଦ ମାର୍କସିଟରୁ ଜଣାପଡିଥିବା ବେଳେ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟରୁ ମିଳିଥିବା ମାର୍କସିଟରେ ସେ ପାସ୍ କରିଥିବା ଦର୍ଶ।ଯାଇଛି । ୨୦୦୭ ମସିହାରୁ ସେ ଚାକିରୀ ଆରମ୍ଭ କରିଥିବା ବେଳେ ଏବେ ସୁଦ୍ଧା ରାଜକୋଷରୁ ୪୦ଲକ୍ଷରୁ ଅଧିକ ଟଙ୍କା ଲୁଟି ସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.