Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||

କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିବା ଅନ୍ତେବାସୀଙ୍କ ମୁହଁରେ ହସ ଫୁଟାଇଲେ ପ୍ରଧାନ ଶିକ୍ଷକ, ନିଆରା ଢଙ୍ଗରେ ପାଳିଲେ ରଜ

14/06/2020 at 10:10 PM

ନୀଳଗିରି, ୧୪|୦୬ :  ଆଜି ହେଉଛି ପବିତ୍ର ଗଣପର୍ବ ରଜ ସଂକ୍ରାନ୍ତି।ଆଦିବାସୀ ବହୁଳ ଅଂଚଳରେ ଏହି ପର୍ବକୁ ନିଆରା ଢଙ୍ଗରେ ଧୁମଧାମରେ ପାଳନ କରିଥାନ୍ତି। ଘରେ ନାଲି ମାଟିରେ ଲିପା ପୋଛା କରି ପୀଠପଣାର ଆସର ଜମାଇଥାନ୍ତି। ନୂଆ ଲୁଗାପିନ୍ଧି ଆମ୍ବତୋଟାକୁ ଦୋଳି ଝୁଲିବାକୁ ଯାଇ ଆଜିର ଦିନକୁ ବେଶ ଧୁମଧାମରେ ପାଳନ କରିଥାନ୍ତି। କିନ୍ତୁ ଚଳିତ ବର୍ଷ କରୋନା କଟକଣା ରଜମଉଜ ସମସ୍ତଙ୍କ ମୁଖରୁ ଛାଡାଇ ନେଇଛି।

ପ୍ରବାସୀ ଓଡ଼ିଆ ମାନେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ପରିବାର ଠାରୁ ଦୂରରେ ରହିଛନ୍ତି।ପିଠାପଣା ତ ଦୂରର କଥା ନୂଆ ଲୁଗା ପିନ୍ଧିବା ସତେ ଯେପରି ସାତ ସପନ ପାଲଟିଛି।ରହୁଥିବା ଅନ୍ତେବାସୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ଧୋବଶିଳା ଉଦୟନାରାୟଣ ବିଦ୍ୟାପୀଠ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେଶ କୁମାର ଦାସ ଆଗେଇ ଆସିଛନ୍ତି। ଧୋବଶିଳା ପଂଚାୟତ ସାରୁପାଳ ବିଷ୍ଣୁପ୍ରିୟା ନୋଡାଲ ହାଇସ୍କୁଲ ଠାରେ ହୋଇଥିବା କ୍ୟାରନଟାଇନ  ସେଣ୍ଟର ରେ ୮ ଜଣ ଯୁବତୀ ଓ ମହିଳାଙ୍କୁ ମିଶାଇ ମୋଟ ୪୧ ଜଣ ଅନ୍ତେବାସୀଙ୍କୁ ଭେଟିବାପାଇଁ ପ୍ରଧାନଶିକ୍ଷକ ଉପଜିଲ୍ଲାପାଳଙ୍କ ଠାରୁ ଅନୁମତି ନେଇ ଆଜି ସେଣ୍ଟରକୁ ଯାଇଥିଲେ।ହଠାତ ଆନ୍ତେବାସୀ କିଛି ବୁଝି ପାରିନଥିଲେ।ମହିଳା ଓ ଯୁବତୀ ମାନଙ୍କୁ ନୂଆ ଶାଢ଼ୀ ,ସାୟା ଓ ବ୍ଲାଉଜ ଯୁବକଙ୍କୁ ଲୁଙ୍ଗି ପ୍ରଦାନ କରିବା ସହ ବିଭିନ୍ନ ପ୍ରକାର ମିଷ୍ଟାନ୍ନ ପ୍ରଦାନ କରିଥିଲେ।ମାସ୍କ ଓ ସାନିଟାଇଜର ମଧ୍ୟ ତାଙ୍କୁ ପ୍ରଦାନ କରିଥିଲେ।

ରଜ ଭଳି ଗଣପର୍ବରେ ଘରେ ମଉଜ ମସ୍ତି ବଦଳରେ କରୋନା କଟକଣା ପାଇଁ ରହୁଥିବା ଅନ୍ତେବାସୀଙ୍କ ମୁହଁରେ ହସ ଦେଖିବାକୁ ମିଳିଥିଲା।ସର୍ବ ଶେଷରେ ପ୍ରଧାନଶିକ୍ଷକ ଆନ୍ତେବାସୀମାନେ ବାହାରକୁ ଗଲେ ସାମାଜିକ ଦୂରତ୍ୱ ରକ୍ଷାକରିବା,ମାସ୍କ ପିନ୍ଧିବା,ସରକାରଙ୍କ ସମସ୍ତ ଆଇନ ମାନି ଜନ ସଚେତନ ସୃଷ୍ଟିକରିବାକୁ ନିବେଦନ କରିଥିଲେ। ତେବେ ରଜ ଭଳି ଗଣପର୍ବ ରେ କ୍ୟାରାନ୍ଟାଇନ ସେଣ୍ଟର ରେ ରହୁଥିବା ଆନ୍ତେବାସୀଙ୍କ ମୁହଁରେ ଟିକେ ହସ ଦେଖି ମନରେ ଆତ୍ମସନ୍ତୋଷ ପାଇଁ ନିଜର ଦରମା ଟଙ୍କା ଉଠାଇ ଏଭଳି କାର୍ଯ୍ୟକ୍ରମ କରିଥିବା ପ୍ରଧାନ ଶିକ୍ଷକ ସୁରେଶ କୁମାର ଦାସ କହିଛନ୍ତି।ଆଜିର ଏହି ନିଆରା କାର୍ଯ୍ୟକ୍ରମରେ ନୋଡାଲ ଅଫିସର ସୁଶୀଲ ବେହେରା,ଧୋବଶିଳା ସମିତିସଭ୍ୟ ଜୟନ୍ତୀ ମଲ୍ଲିକ,ସରପଞ୍ଚ ମାଳତୀ ସିଂ,ସୁପରଭାଇଜର କମଳାକାନ୍ତ ବିଶ୍ୱାଳ,ଲଷ୍ମୀଧର ମଲ୍ଲିକ,ଡାକ୍ତର ସିଂ,ଯୋଗେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

   Related Posts