ହତ୍ୟା ନା ଆତ୍ମହତ୍ୟା ! ୩ ଦିନ ପରେ ଏସସିବି ଶବ ଗୃହରୁ ଜଣେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

Published By : Prameya-News7 Bureau | September 15, 2018 IST

ଚୌଦ୍ୱାର ୧୫/୯ : ୩ ଦିନ ପରେ ଏସସିବି ଶବ ଗୃହରୁ ଜଣେ ଯୁବକଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଛି | ଯୁବକ ଜଣକ ହେଲେ ଚୌଦ୍ୱାର ଏନଏସି ୨ ନମ୍ବର ୱାର୍ଡ ମୁସଲିମ ସାହିର ଏସ.କେ.ହନିଫ | ମୃତଦେହ ହାତରେ ଥିବା ଟାଟୁ ଓ ଗୋଡରେ ଥିବା କଟା ଦାଗ ଦେଖି ଚିହ୍ନଟ କରାଯାଇଥିଲା | ପୋଲିସ ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ କହିଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି | ହନିଫ ନାଲକୋରେ ଏକ ହୋଟେଲରେ କାମ କରୁଥିଲେ | ଗତ ୧୧ ତାରିଖରେ ସେ ଚୌଦ୍ୱାରରୁ ନାଲକୋ ଯାଉଥିଲେ | ସେବେଠାରୁ ତାଙ୍କର ପତ୍ତା ମିଳୁନଥିଲା | ପରିବାର ଲୋକଙ୍କ କହିବା ଅନୁଯାୟୀ ହନିଫ ଖୁଣ୍ଟୁଣୀରେ ବସରେ ଓହ୍ଲାଇଥିଲେ | ସେଠାରେ ଦୁଇ ଜଣଙ୍କ ସହ ବଚସା ହୋଇଥିବା ସ୍ଥାନୀୟ ଲୋକେ କହିଥିଲେ | ଏ ସମ୍ପର୍କରେ ଖୁଣ୍ଟୁଣୀ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ | ହନିଫଙ୍କ ମୃତଦେହ କଟକ ଏସସିବିକୁ ବ୍ୟବଚ୍ଛେଦ ପାଇଁ ଆସିଥିବା ବେଳେ ସେଠାରେ ପରିବାର ଲୋକେ ପହଂଚିଥିଲେ | ହତ୍ୟାକାରୀକୁ ତୁରନ୍ତ ଗିରଫ କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.