Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

୩୮ ପତ୍ନୀଙ୍କ ସ୍ୱାମୀ ତଥା ୮୯ ସନ୍ତାନଙ୍କ ଜନକ ଜିଓନା ଚନାଙ୍କ ପରଲୋକ, ମୃତ୍ୟୁ ବେଳକୁ ହୋଇଥିଲା ୭୬ ବର୍ଷ

13/06/2021 at 6:48 PM

ଆଇଜୋଲ ୧୩।୬ :  ବିଶ୍ୱର ସବୁଠୁ ବଡ଼ ପରିବାରର ମୁରବୀ ଦାବି କରୁଥିବା ଜିଓନା ଚନାଙ୍କର ରବିବାର ପରଲୋକ ହୋଇଛି। ସେ ତାଙ୍କ ପୈତୃକ ଗ୍ରାମ ମିଜୋରାମର ବକ୍ତାୱଙ୍ଗ ତଲଙ୍ଗନୁଆମରେ ଶେଷ ନିଶ୍ୱାସତ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ସେ ତାଙ୍କ ପଛରେ ୩୮ ଜଣ ପତ୍ନୀ, ୮୯ଜଣ ପୁଅଝିଅ ଓ ୩୩ ଜଣ ନାତିନାତୁଣିଙ୍କୁ ଛାଡି ଯାଇଛନ୍ତି।

ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମ ଥାଙ୍ଗା ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଜିଓନାଙ୍କ ପରଲୋକ ନେଇ ବାର୍ତ୍ତା ଦେଇଛନ୍ତି। ୩୮ ପତ୍ନୀ ଓ ୮୯ ଜଣ ସନ୍ତାନସନ୍ତତିଙ୍କ ଯୋଗୁ ତାଙ୍କୁ ବିଶ୍ୱର ସର୍ବ ବୃହତ୍ତ ପରିବାରର ମୁଖିଆ ମାନ୍ୟତା ଦିଆଯାଏ।  ମିଜୋରାମ ତାଙ୍କୁ ଭାରିମନରେ ବିଦାୟ ଦେଉଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଉଲ୍ଲେଖ କରିଛନ୍ତି। କେବଳ ଜିଓନାଙ୍କ ଯୋଗୁ  ବକ୍ତାୱଙ୍ଗ ତଲଙ୍ଗନୁଆମ ଏକ ପର୍ଯ୍ୟଟନ ସ୍ଥଳରେ ପରିଣତ ହୋଇଥିବା ସେ ଉଲ୍ଲେଖ କରିଛନ୍ତି। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଲୋକେ ତାଙ୍କ ପରିବାର ଓ ତାଙ୍କୁ ଭେଟିବାକୁ ଆସୁଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟ୍‌ ବାର୍ତ୍ତାରେ ଆତ୍ମର ସଦଗତି କାମନା କରିଛନ୍ତି। ଜିଓନାଙ୍କ ପୁରା ନାମ ଜିଓନଘାକା ଓ ସେ ଚନା ଧର୍ମର ମୁଖିଆ ଥିଲେ। ଲୋକେ ତାଙ୍କୁ ଶ୍ରଦ୍ଧାରେ ଜିଓନା ଡାକନ୍ତି। ମଧୂମେହ ଓ ତତଜନିତ ହାଇପରଟେନସନ୍‌ରେ ଜିଓନା ପୀଡିତ ଥିଲେ। ଏଣୁ ତାଙ୍କୁ ଆଇଜଲର ଟ୍ରିନିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ରବିବାର ଅପରାହ୍ନ ୩ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

୨୧ ଜୁଲାଇ ୧୯୪୫ରେ ତାଙ୍କର ଜନ୍ମ ହୋଇଥିଲା। ସେ ୧୭ ବର୍ଷ ବୟସର ହୋଇଥିବା ବେଳେ ତାଙ୍କଠାରୁ ୩ ବର୍ଷ ବଡ଼ ଯୁବତୀଙ୍କୁ ବିବାହ କରିଥିଲେ। ଯିଏ ତାଙ୍କ ପ୍ରଥମ ପତ୍ନୀ ଥିଲେ।  ପାହାଡି ଗ୍ରାମ ବକ୍ତାୱଙ୍ଗ ତଲଙ୍ଗନୁଆମର ଏକ ୪ ମହଲା ଭବନରେ ତାଙ୍କ ପୁରା ପରିବାର ବାସକରନ୍ତି। ଯାହାକୁ ସେ ଛୁଆନ ଥାର ରନ୍‌ ନାମରେ ନାମିତ କରିଥିଲେ। ଏହି ଭବନରେ ୧୦୦ଟି ବଖରା ଥିବା ବେଳେ ଜିଓନାଙ୍କ ପୁଅ ଓ ବହୂମାନେ ବିଲ୍ଡିଂର ଭିନ୍ନ ଭିନ୍ନ ବଖରାରେ ରୁହନ୍ତି।

ପୁରା ପରିବାର ନିଜ ସଂସାଧନରେ ଚଳୁଥିଲା। ତେବେ କେବେ କିଏ ଅନୁଗାମୀ କିଛି ଦାନ ଅନୁଦାନ ମଧ୍ୟ ଦେଉଥିଲେ। ପରିବାରର ବୁଝାମଣା ଓ ଶାନ୍ତି ସୌହାର୍ଦ୍ଦ୍ୟ ଲାଗି ବିଭିନ୍ନ ଦେଶର ଲୋକେ ତାଙ୍କ ଘରକୁ ବୁଲି ଆସନ୍ତି। ଏଣୁ ରାଜ୍ୟରେ ତାଙ୍କ ଘରଟି ପ୍ରମୁଖ ପର୍ଯ୍ୟଟନ ଆକର୍ଷଣ ପାଲଟିଥିଲା।  

   Related Posts