ବିଦ୍ୟାଳୟରେ କୋମଳମତି ଛାତ୍ରଛାତ୍ରୀଙ୍କୁ ଖରାରେ ଆଣ୍ଠେଇ ଦେଲେ ପ୍ରଧାନ ଶିକ୍ଷୟତ୍ରୀ : ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟତ୍ରୀ

Published By : Prameya-News7 Bureau | December 22, 2019 IST

ଭଦ୍ରକ  ୨୨/୧୨: ଦଣ୍ଡମୁକ୍ତ ବିଦ୍ୟାଳୟରେ କୋମଳମତି ଛାତ୍ର ଛାତ୍ରୀଙ୍କୁ ଖରାରେ ଆଣ୍ଠେଇଦେଲେ ପ୍ରଧାନ ଶିକ୍ଷୟତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଧାମନଗର ବ୍ଲକ ପଦ୍ମପୋଖରୀ ପ୍ରାଥମିକ ବିଦ୍ୟାଳୟରେ । ସାମାନ୍ୟ କୌଣସି ଘଟଣା ପାଇଁ, ଛୋଟ ଛୋଟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଝଗଡା ଲାଗିଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ୩ ପିଲାଙ୍କୁ ବିଦ୍ୟାଳୟ ପରିସରରେ କାନ ଧରି ଆଣ୍ଠେଇ ଦେଇଥିଲେ । ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।

{"id":201152,"sizeSlug":"large"}

ମଧ୍ୟାହ୍ନ ଭୋଜନ ସମୟରେ ଦ୍ବିତୀୟ ଶ୍ରେଣୀର ଛାତ୍ର ଆଦର୍ଶ ସ୍ୱାଇଁ, ତୃତୀୟ ଶ୍ରେଣୀ ଛାତ୍ର ଦିବ୍ୟରଞ୍ଜନ ସେଠୀ ଓ ପ୍ରଥମ ଶ୍ରେଣୀ ଛାତ୍ରୀ ଉର୍ମିଳା ସେଠୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ଲାଗିଥିଲା । ପରେ ଏଥିରେ ପ୍ରଧାନ ଶିକ୍ଷୟତ୍ରୀ ତିନି ଜଣ ଛାତ୍ରଛାତ୍ରୀଙ୍କ ଉପରେ ଭୀଷଣ ଉତକ୍ଷିପ୍ତ ହୋଇ ବିଦ୍ୟାଳୟ ପରିସରରେ ପ୍ରାୟ ଅଧଘଣ୍ଟା କାଳ ଆଣ୍ଠେଇଦେଇଥିବା ସୂଚନା ମିଳିଛି ।  ତିନି କୋମଳମତି ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇ ଦେଇଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।ଦଣ୍ଡମୁକ୍ତ ବିଦ୍ୟାଳୟରେ ଛୋଟ ଛୋଟ ପିଲାମାନଙ୍କୁ ଏଭଳି ଦଣ୍ଡ ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.