Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍କୁଲ ଲିଭିଂ ସାର୍ଟିଫିକେଟରେ ଛାତ୍ରଙ୍କ ଚରିତ୍ର ଖରାପ ଲେଖିଥିବା ଶିକ୍ଷୟତ୍ରୀ ନିଲମ୍ବିତ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ସଁପୁରେ ଉନ୍ନିତ ଉଚ୍ଚ ବିଦ୍ୟାଳୟର ୨ମେଟ୍ରିକ ପାସ ଛାତ୍ର ଦବେନ୍ଦ୍ର ସାହୁ ଓ ଦୁଲେଶ୍ବର ସାହୁଙ୍କ ସ୍ଲୁଲ ପରିତ୍ୟାଗ ପ୍ରମାଣ ପତ୍ରରେ ପ୍ରଧାନଶିକ୍ଷୟତ୍ରୀ ଖରାପ ଚରିତ୍ର ଉଲ୍ଲେଖ ମାମଲାରେ ଶିକ୍ଷା ବିଭାଗର ତଦନ୍ତ ପରେ ପ୍ରଧାନ ଶିକ୍ଷୟତ୍ରୀ ନିଳମ୍ବିତ । ଛାତ୍ର ୨ ଜଣଙ୍କ ଆଭିଯୋଗ ଆନୁଯାୟୀ ସ୍କୁଲ ପ୍ରଧାନଶିକ୍ଷୟତ୍ରୀ ଆବଶ୍ୟକ ବୋର୍ଡ ସାର୍ଟିଫିକେଟ ଓ ସ୍ଲୁଲ ପରିତ୍ୟାଗ ପ୍ରମାଣ ପତ୍ର ଦେବାକୁ ୩୦୦ ଟଙ୍କା ଦାବୀ କରୁଥିଲେ । ୨ଜଣ ଛାତ୍ର ଆର୍ଥକ ସ୍ଥିତି ଠିକ ନ ଥିବାରୁ ଏହାକୁ ବିରୋଧ କରିଥିଲେ । ଏ ନେଇ ସ୍ଲୁଲ କର୍ତୃପକ୍ଷ ସହ ବାଦ ବିବାଦ ବି ହୋଇଥିଲା । ଏହାକୁ ଆଳ କରି ପ୍ରଧାନ ଶିକ୍ଷୟତ୍ରୀ ଏହି ୨ ଛାତ୍ରଙ୍କ ସ୍ଲୁଲ ପରିତ୍ୟାଗ ପ୍ରମାଣ ପତ୍ରରେ ଖରାପ ଚରିତ୍ର ଦର୍ଶ।ଇଥିବା ଆଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ । ଘଟଣାର ତଦନ୍ତ ପରେ ସ୍କୁଲ ପରିତ୍ୟାଗ ପତ୍ର ପରିବର୍ତନ କରି ଉତମ ଚରିତ୍ର ପ୍ରଦାନ ପାଇଁ ନିର୍ଦ୍ଦଶେ ଦିଆଯାଇ ପ୍ରଧାନ ଶିକ୍ଷୟତ୍ରୀ ସରେଜିନୀ ଶତପଥିଙ୍କୁ ନିଳମ୍ବିତ କରାଯାଇଛି ।

   Related Posts