ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଫ୍ୟାନରେ ଫାଶି ଲଗାଇ କଲେ ଆତ୍ମହତ୍ୟା, ଧର୍ମ ପରିବର୍ତ୍ତନ କରି ୫ବର୍ଷ ପୂର୍ବରୁ କରିଥିଲେ ବିବାହ
28/03/2019 at 7:31 PM

କାନପୁର ୨୮/୩- ଫ୍ୟାନରେ ଫାଶୀଦେଇ ଶିକ୍ଷୟତ୍ରୀ କଲେ ଆତ୍ମହତ୍ୟା । ୫ ବର୍ଷ ପୂର୍ବରୁ କରିଥିଲେ ପ୍ରେମବିବାହ ।
ଏଭଳି ଏକ ଅଭାବନୀୟ ଘଟଣା କାନପୁର ଗିରମ୍ବା ଥାନା ଛିମ୍ବାବ ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଥିଲେ ୨୯ବର୍ଷ ବୟସ୍କ ସବନମ ନାଜମୀ । ପୋଲିସ କହିବା ଅନୁସାରେ ସବନମ୍ ପାଂଚ ବର୍ଷ ପୂର୍ବରୁ କରିଥିଲେ ପ୍ରେମବିବାହ । ଏହି ପ୍ରେମବିବାହ କରିବାକୁ ଧର୍ମ ମଧ୍ୟ ପରିବର୍ତ୍ତନ କରିବାକୁ ପଡ଼ିଥିଲା । ସେ ଅନିକେତ କୁଶଓ୍ଵହା ନାମକ ଜଣେ ଯୁବକଙ୍କୁ କୋର୍ଟ ମେରେଜ କରିଥିଲେ ।
କିନ୍ତୁ ପାରିବାରିକ ବିଶୃଙ୍ଖଳା ସେମିତି କିଛି ବାହାରକୁ ଜଣା ନପଡ଼ିଲେ ବି କେଉଁ କାରଣ ପାଇଁ ସବନମ ଆତ୍ମହତ୍ୟା କରିଛି କିଛି ଜଣାପଡ଼ିନାହିଁ । ପୋଲିସ ଏବାବଦରେ ଅନୁସନ୍ଧାନ ଜାରି ରଖିଛି । ସବନମର ଫୋନରୁ କଲ ଡ଼ିଟେଲସ୍ ବାହାର କରି ସଂପର୍କୀୟଙ୍କ ସହ ଯୋଗାଯୋଗ କରି ଘଟଣା ସଂପର୍କରେ ଖୋଳତାଡ଼ କରୁଛି ପୋଲିସ ।