Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଏମିତି ଚାଲିଛି ଆମ ଶିକ୍ଷାଦାନ : ଦିନ ସାଢ଼େ ୧୨ଟା, କ୍ଲାସ୍ ରୁମ୍‌ରେ ନିଘୋଡ଼ ନିଦରେ ଶୋଇଛନ୍ତି ପ୍ରଧାନ ଶିକ୍ଷକ, ଚେୟାରରେ ବସି ମୁଣ୍ଡକୁ ପଛକୁ ଝୁଙ୍କେଇ ଦେଇଛନ୍ତି, ହୋସ୍ ବିଲୁକୁଲ୍ ନାହିଁ

18/05/2019 at 3:32 PM

ଯାଜପୁର (ସୁରେନ୍ଦ୍ର ସାମଲ)୧୮|୫: ସଭିଁଏ ପଢ଼ିବେ, ସଭିଁଏ ବଢ଼ିବେ । ଏଥିପାଇଁ ସରକାର ସର୍ବଶିକ୍ଷା ଅଭିଯାନ ଚଳାଇଛନ୍ତି । ପିଲା ପାଠ ପଢ଼ି ମଣିଷ ହେବେ ବୋଲି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଯାଜପୁର ବରୀରେ ସର୍ବଶିକ୍ଷା ଅଭିଯାନ ପାଲଟିଛି ପ୍ରହସନ । ଯୋଉଠି ଶ୍ରେଣୀ ଗୃହରେ ସାର୍ ଶୋଇବେ, ସେଠି ଆମେ ଅଧିକ ଆଉ କଣ ଆଶା କରିବା ।

ଦିନ ସାଢ଼େ ୧୨ଟା ।   କ୍ଲାସ ରୁମ୍‌ ରେ ନିଘୋଡ଼ ନିଦରେ ଶୋଇଛନ୍ତି  ପ୍ରଧାନ ଶିକ୍ଷକ । ଚେୟାରରେ ବସି  ମୁଣ୍ଡକୁ ପଛକୁ ଝୁଙ୍କେଇ ଦେଇଛନ୍ତି । ହୋସ୍ ବିଲୁକୁଲ୍ ନାହିଁ । ଘୁଙ୍ଗୁଡ଼ି ମାରିବାରେ ବ୍ୟସ୍ତ ହେଡ୍ ସାର । ଗୋଟାଏ ପଟକୁ ଢଳି ପଡ଼ିଲା ବେଳକୁ ପୁଣି ଭିଡ଼ି ମୋଡ଼ି ହୋଇ ପୁଣି ସାଇଜ୍ ହେଇ ବସି ପିଲାଙ୍କ ସୁନେଲୀ ଭବିଷ୍ୟତ ପାଇଁ ସ୍ବପ୍ନ ଦେଖୁଛନ୍ତି ।

ଇଏ ଆଜ୍ଞା ଯାଜପୁର ବରୀର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର କରୁଣ  ଚିତ୍ର । ବାଲିବିଲି ପଞ୍ଚାୟତ ଖେମେଶ୍ବର ପ୍ରାଥମିକ ସ୍କୁଲରେ ଏମିତି ଚାଲିଛି ଭବିଷ୍ୟତ ଗଢ଼ା । ସ୍କୁଲ ଚାରିପାଖ ଗୋବର, ଘଷି, ଅଳିଆ, ଆବର୍ଜନାରେ ଭର୍ତ୍ତି । ଖେଳ ଛୁଟି ହେଇନି କିନ୍ତୁ ପିଲାଏ ଶ୍ରେଣୀ ଗୃହରୁ ବାହାରି ଯିଏ ଯାହା ବାଟରେ ବାହାରେ ବୁଲୁଛନ୍ତି ।

ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଆସିଛି ଏକ ସାଂଘାତିକ ଅଭିଯୋଗ । ଛାତ୍ର ଛାତ୍ରୀମାନଙ୍କ ପାଇଁ ଆସୁଥିବା ଅର୍ଥରାଶିକୁ ହଡ଼ପ କରିଥିବା ହୋଇଛି ତାଙ୍କ ନାମରେ । ପିଲାଙ୍କୁ ଅନେକ ସମୟରେ ମଧ୍ୟାହ୍ନ ଭୋଜନ ବି ମିଳେନି ।  ଏମିତି ଦୁର୍ନୀତିଖୋର ଲୋକଙ୍କ ହାତରେ ପିଲାଙ୍କ ଭବିଷ୍ୟତ ଛାଡ଼ିଦେଇଛନ୍ତି ସରକାର । ଜିଲ୍ଲାପାଳ ବି ସମସ୍ୟା ସଂପର୍କରେ ଅବଗତ ହୋଇଛନ୍ତି ।

   Related Posts