ବଦାନାମ ଗୁରୁଙ୍କ କଳା କାରନାମା - ଶିକ୍ଷୟତ୍ରୀଙ୍କ ଇଜ୍ଜତ ସହ ଖେଳୁଛନ୍ତି ଖୋଦ୍‌ ପ୍ରଧାନଶିକ୍ଷକ

Published By : Prameya-News7 Bureau | November 06, 2019 IST

ବାଲେଶ୍ୱର ୦୫।୧୧ - ପୁଣି ସାମ୍ନାକୁ ଆସିଲେ ଆଉ ଜଣେ ବଦନାମ୍‌ ଗୁରୁ । ସ୍କୁଲ ଭିତରେ ଶିକ୍ଷୟତ୍ରୀ ଙ୍କ ଇଜ୍ଜତ ସହ ଖେଳୁଛନ୍ତି ଖୋଦ୍‌ ପ୍ରଧାନଶିକ୍ଷକ । ଏଭଳି ସଂଗୀନ୍‌ ଅଭିଯୋଗ ଆସିଛି ବାଲେଶ୍ବର ବାଲିଆପାଳ ଜାଠିଆରେ ଥିବା କୃଷ୍ଣଭାନୁ ହାଇସ୍କୁଲରୁ ।

ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ଅଭିଯୋଗ ଅନୁସାରେ ସ୍କୁଲର ପ୍ରଧାନ ଶିକ୍ଷକ ଗଲା ୮-୯ ମାସ ଧରି ତାଙ୍କୁ ଅସଦାଚରଣ କରିଆସୁଛନ୍ତି । ବାରମ୍ବାର ଫୋନ୍‌ କରିବା ସହ ତାଙ୍କ କଥା ମାନିବାକୁ ଧମକ ଦେଉଛନ୍ତି । ସ୍କୁଲ ଭିତରେ ଏକୁଟିଆ ପାଇଲେ ଅଶ୍ଳୀଳ ଇଂଗିତ ଦେଇ ସ୍ପର୍ଶ କରିବାକୁ ପଛାଉନାହାନ୍ତି ।

 ଏନେଇ ବାରମ୍ବାର ପ୍ରତିବାଦ କଲେ ବି ପ୍ରଧାନ ଶିକ୍ଷକ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ କାହାକୁ ଖାତିର କରୁନାହାନ୍ତି ।

 ଏନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ ପରେ ସେ କୁଆଡ଼େ ଘଟଣାର ଆପୋଷ ବୁଝାମଣା କରିବାକୁ ପରାମର୍ଶ ଦେଇଥିଲେ ।

ଏବେ ଘଟଣା ପଦାକୁ ଆସିବା ପରେ ଆକ୍ସନ ମୁଡ୍‌କୁ ଆସିଛନ୍ତି ଖୋଦ୍‌ ଗଣଶିକ୍ଷା ମନ୍ତ୍ରୀ । ବାଲେଶ୍ବର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିଲେ ସଂପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.