ଆଗେ ଚୁମା..ପରେ କଲ୍…ପ୍ରଧାନଶିକ୍ଷକ ଦଶମଶ୍ରେଣୀ ଛାତ୍ରୀଙ୍କୁ ଚୁମା ଦେବା ସହ କଲେ ଅଶାଳୀନ ବ୍ୟବହାର

Published By : Prameya-News7 Bureau | March 09, 2019 IST

ଫୁଲବାଣୀ ୯/୩- ଆଗେ ଚୁମା ..ତାପରେ କଲ୍..କଣ ଲାଜ ଲାଗୁଛି ..ଏପରି କହି ପ୍ରଧାନଶିକ୍ଷକ ଛାତ୍ରୀଙ୍କ ଗାଲରେ ଚୁମା ଦେଉଦେଉ ଗୋପନ ସ୍ଥାନରେ ସ୍ପର୍ଶକରିଥିବା କଥା ଆଣିଛନ୍ତି ଅଭିଯୋଗ ।

ଏଭଳି ସ୍ପର୍ଶକାତର ଘଟଣା ଘଟିଛି ଫୁଲବାଣୀର ଏକ ଆଶ୍ରମ ବିଦ୍ୟାଳୟରେ । ଦଶମଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ଘରକୁ ଫୋନ କରିବାକୁ ଯାଇଥିଲା ପ୍ରଧାନଶିକ୍ଷକଙ୍କ ପାଖକୁ । ପ୍ରଧାନଶିକ୍ଷକ କାଶୀନାଥ ବେହେରା ଛାତ୍ରୀଙ୍କ ଘରକୁ  ଫୋନ କରିବା ପରିବର୍ତ୍ତେ ନିଜ ଆଡ଼କୁ ଟାଣି ନେଇ ଗାଲରେ ଜବରଦସ୍ତଭାବେ କିସ୍ କରିବା କଥା ଛାତ୍ରୀ ଆଣିଛନ୍ତି ଅଭିଯୋଗ । କେବଳ ଏତିକି ନୁହେଁ ବିଭିନ୍ନ ଗୋପନ ଅଙ୍ଗରେ ସ୍ଫର୍ଶକରିବା କଥା ମଧ୍ୟ ଅଭିଯୋଗ ଆଣିଛନ୍ତି ।

ସେ କହିଛନ୍ତି ପ୍ରଧାନଶିକ୍ଷକ ତାଙ୍କ ଘରକୁ ଫୋନ କରିବା ବଦଳରେ ତାଙ୍କ ଉପରେ କରିଛନ୍ତି ଅସଦାଚାରଣ । ସେ ବାଧ୍ୟହୋଇ ମହିଳା ଚାଇଲ୍ଡ଼ ହେଲ୍ପଲାଇନକୁ ଫୋନ କରିଥିଲେ ଛାତ୍ରୀ  ।

ଏହି ଘଟଣାରେ ହେଲ୍ପଲାଇନ ପକ୍ଷରୁ ଛାତ୍ରୀଙ୍କୁ ବିଭିନ୍ନକଥା ପଚାରିବା ସହ ପ୍ରଧାନଶିକ୍ଷକଙ୍କୁ ମଧ୍ୟ ଘଟଣା ବାବଦରେ ପଚରାଯାଇଥିଲା । ପରିବାରଲୋକଙ୍କ ପକ୍ଷରୁ ଥାନାରେ ମାମଲା ଦାୟର ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ପୋଲିସ । ପ୍ରଧାନଶୀକ୍ଷକ କାଶୀନାଥ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.