ବିଦ୍ୟାଳୟରେ ବେନିୟମ କାର୍ଯ୍ୟ : ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଚାକିରୀରୁ ନିଲମ୍ବିତ

Published By : Prameya-News7 Bureau | August 22, 2019 IST

ବ୍ରହ୍ମପୁର ୨୨|୮: ବ୍ରହ୍ମପୁର ପାଟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସମୀରକାନ୍ତ ତ୍ରିପାଠୀ ଚାକିରିରୁ ନିଲମ୍ବିତ । ନିଲମ୍ବିତ କଲେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ । ଗତ ବାର୍ଷିକ ପରୀକ୍ଷାରେ ନବମ ଶ୍ରେଣୀ  ଛାତ୍ରୀମାନଙ୍କ ପରୀକ୍ଷା ଉତ୍ତର ଖାତା ମୂଲ୍ୟାଙ୍କନ ନକରି ଛାତ୍ରୀଙ୍କୁ  ଉତ୍ତୀର୍ଣ୍ଣ କରାଯାଇଥିଲା । ଏହା ସହ ସେହି ସ୍କୁଲର ବିଭିନ୍ନ ଅବ୍ଯବସ୍ଥା ରହିଥିବା ଜଣାପଡିଛି । ସ୍କୁଲକୁ ଗସ୍ତ କରି ଜିଲ୍ଲା ଶିକ୍ଷା ଅଧିକାରୀ ତଦନ୍ତ କରିବା ବେଳେ ବେନିୟମ କାର୍ଯ୍ୟକଳାପର  ପର୍ଦ୍ଦାଫାସ୍ ହୋଇଥିଲା । ଏହା ସହ ତିନି ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହ ତିନି ଦିନ ମଧ୍ଯରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସଠିକ୍ ଉତ୍ତର ନମିଳିଲେ ମାସକର ଦରମା ବନ୍ଦ ହେବ । ତେବେ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.