ଶିକ୍ଷୟତ୍ରୀଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟତନା ଦେଇ ପ୍ରଧାନ ଶିକ୍ଷକ ଗିରଫ, ମାସେ ହେଲା ଥିଲେ ଫେରାର

Published By : Prameya-News7 Bureau | September 20, 2019 IST

ବାଲିଗୁଡା୨୦|୯: କନ୍ଧମାଳ କୁଡୁତୁଲି ହାଇସ୍କୁଲର ଆଦିବାସୀ ଶିକ୍ଷୟତ୍ରୀ ଙ୍କୁ ନିର୍ଯ୍ୟାତନା ଘଟଣାରେ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ମହାରଣାଙ୍କୁ ପୋଲିସ  ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ମାସ ୨୫ ତାରିଖ ଦିନ ଶିକ୍ଷୟତ୍ରୀ  ଚନ୍ଦ୍ରଶେଖରଙ୍କ ବିରୋଧରେ  ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଅଭିଯୋଗ କରିଥିଲେ ।

{"id":160145}

ଏ ସଂକ୍ରାନ୍ତରେ ନୂଆଗାଁ ଥାନାରେ ଏକ ମାମଲା ରୁଜୁହୋ ଇଥିଲା । ଘଟଣା ପରେ ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ଦୁଇଜଣ ସହକାରୀ ଶିକ୍ଷକ ସଦାଶିବ ବେହେରାଓ ପିଇଟିଶିକ୍ଷକ ସୁଶାନ୍ତ ବଳିଆରସିଂ ଫେରାର ଥିଲେ । ଆଜି ଅପରାହ୍ନରେ ପୋଲିସ୍ ରାଇକିଆ ଛକ ନିକଟରେ ପ୍ରଧାନ ଶିକ୍ଷକ ମହାରଣାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

{"id":160146}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.