Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ପୋଲିସ ବାବୁଙ୍କ ଗୁଣ୍ଡା ପୁଅ : ଫାଙ୍କା ଗୁଳିଚାଳନା କରି ଯୁବତୀଙ୍କୁ ଜିପ୍‌ରେ ଉଠାଇନେଲା ହେଡ୍ କନଷ୍ଟେବଲଙ୍କ ପୁଅ

6/03/2021 at 6:25 PM

ଜୟପୁର ୦୬/୦୩ : ଅନେକ ସମୟରେ ଚଳଚିତ୍ରମାନଙ୍କରେ ଦେଖିବାକୁ ମିଳିଥାଏ ଅପହରଣର ଦୃଶ୍ୟ । କିନ୍ତୁ ରାଜସ୍ଥାନର ଜୟପୁର ଏଭଳି ଏକ ଘଟଣା ଘଟିଛି ଯାହାକୁ ଶୁଣି ଅନେକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜୟପୁର କିଶନଗଡ ହାଉସିଂବୋର୍ଡ ନିକଟରେ ଜଣେ ଯୁବକ ଘରେ ପଶି ଫିଲ୍ମ ଷ୍ଟାଇଲରେ ଯୁବତୀଙ୍କୁ ଜିପ୍‌ରେ ଅପହରଣ କରିନେଇଛି । ଅଭିଯୁକ୍ତ ଯୁବକ ଜଣେ ପୋଲିସ ହେଡ୍‌ କନଷ୍ଟେବଲଙ୍କ ପୁଅ ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ, ଅଭିଯୁକ୍ତ ଯୁବକଜଣକ ଯୁବତୀଙ୍କ ଘର ନିକଟରେ ପହଞ୍ଚି ପ୍ରଥମେ ଫାଙ୍କା ଗୁଳି ଚାଳନା କରିଥିଲା ଏବଂ ଯୁବତୀଙ୍କ ଘରେ ପ୍ରବେଶ କରିଥିଲା । ଏହା ପରେ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଜୋରଜବରଦସ୍ତ ବାହାରକୁ ଆଣିଥିଲା । ଯୁବତୀଙ୍କ ପରିବାର ଲୋକେ ଅଟକାଇବାକୁ ଚେଷ୍ଟା କରିବାରୁ ଅଭିଯୁକ୍ତ ତାଙ୍କୁ ମଧ୍ୟ ମାରପିଟ୍‌ କରିଥିବା ଅଭିଯୋଗ କରିଛନ୍ତି ଯୁବତୀଙ୍କ ମା-ବାପା ।

ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମାରପିଟ୍‌ ବେଳେ ଆହତ ଯୁବତୀଙ୍କ ପିତା-ମାତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ହସ୍ପିଟାଲ​‌ରେ ଭର୍ତ୍ତି କରିଛି ପୋଲିସ । ସ୍ଥାନୀୟ ପଡୋଶୀ ଚିତ୍କାର ଶୁଣି ସେଠାକୁ ଆସିଥିଲେ ସୁଦ୍ଧା ଅଭିଯୁକ୍ତ ହାତରେ ବନ୍ଧୁକ ଥିବା ଦେଖି ଭୟରେ କିଛି କହିନଥିଲେ । ଘଟଣା ବାବଦରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଥିବା ସୂଚନା ମିଳିଛି । ଅପହୃତା ଯୁବତୀଙ୍କୁ ଉଦ୍ଧାର କରିବା ଏବଂ ଅଭିଯୁକ୍ତକୁ ଗିରଫ କରିବା ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି ପୋଲିସ । ତେବେ ଅଭିଯୁକ୍ତକୁ ଖୁବଶୀଘ୍ର କାବୁ କରାଯିବ ବୋଲି କିଶନଗଡ ଏସ୍‌ପି ସୂଚନା ଦେଇଛନ୍ତି ।  

   Related Posts