ଲଗାଣ ବର୍ଷା ଯୋଗୁ ଘୁଞ୍ଚିଲା ଶୁଣାଣି, ଆସନ୍ତାକାଲି ଜଣାପଡ଼ିବ ରିୟାଙ୍କୁ ବେଲ୍ ମିଳିବ ନା ଜେଲ୍ ହେବ, ରିୟା କହିଲେ କେବଳ ସୁଶାନ୍ତ ନେଉଥିଲେ ଡ୍ରଗ୍ସ

Published By : Prameya-News7 Bureau | September 23, 2020 IST

ମୁମ୍ବାଇ ୨୩/୦୯: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କରେ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) ରିୟା ଚକ୍ରବର୍ତୀ ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତୀଙ୍କୁ ଗିରଫ କରି ଜେଲ ପଠାଇଥିଲା। ଏବେ ତାଙ୍କର ବିଚାର ବିଭାଗ ମିଆଦ ଅକ୍ଟୋବର ୬ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ତେବେ ଦୁହିଁଙ୍କ ଜାମିନ ଯାଚିକା ଉପରେ ବମ୍ବେ ହାଇକୋର୍ଟର ଆଜି ଶୁଣାଣି କରିବାର ଥିଲା କିନ୍ତୁ ଲଗାଣ ବର୍ଷା ଯୋଗୁ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଅର୍ଥାତ୍ ସେପ୍ଟେମ୍ବର ୨୪ ଅର୍ଥାତ୍ ଗତକାଲି ଏହା ଉପରେ ବମ୍ବେ ହାଇକୋର୍ଟ ଶୁଣାଣି କରି​‌ବେ। ତେବେ ଆସନ୍ତାକାଳି ହିଁ ସ୍ପଷ୍ଟ ହୋଇଯିବ ରିୟାଙ୍କୁ ବେଲ୍ ମିଳିବ ନା ଜେଲ୍ ହେବ?  ରିୟା ୧୪ ଦିନ ହେବ ମୁମ୍ବାଇର ଭାୟଖଲା ଜେଲରେ ଅଛନ୍ତି।

{"id":333542,"sizeSlug":"large"}

ରିୟା ତାଙ୍କ ଜାମିନ ଯାଚିକାରେ ଏନସିବି ଉପରେ ତାଙ୍କ ବିରୋଧରେ ଓ୍ବିଚ୍-ହଣ୍ଟ ଚଳାଇବା ଆରୋପ ଲଗାଇଛନ୍ତି। ଏହା ସହ ସେ ଯାଚିକାରେ ଲେଖିଛନ୍ତି ଅନ୍ତରାଷ୍ଟ୍ରୀୟ ମାମଲାରେ ତଦନ୍ତ କରୁଥିବା ତିନି କେନ୍ଦ୍ର ଏଜେନ୍ସି ଏହି ମାମଲାରେ ତାଙ୍କ ବିରୋଧରେ ତଦନ୍ତ କରିଛି ହେଲେ ଏବେ ସୁଦ୍ଧା କୌଣସି ପ୍ରମାଣ ତାଙ୍କ ବିରୋଧରେ ପାଇପାରି ନାହାନ୍ତି।

ରିୟା ତାଙ୍କ ଯାଚିକାରେ କହିଛନ୍ତି ସୁଶାନ୍ତ ସିଂହ କେବଳ ଡ୍ରଗ୍ସ ସେବନ କରୁଥିଲେ । ଏଥିରେ ଅନ୍ୟ କେହି ବି ସାମିଲ ନାହାନ୍ତି।  ସେ ଡ୍ରଗ୍ସ ପାଇଁ ତାଙ୍କର, ସୌଭିକ ଓ ଘର କର୍ମଚାରଙ୍କୁ ବ୍ୟବହାର କରିଛନ୍ତି।  ସୁଶାନ୍ତ ସିଂହ ରାଜପୁତ ଡ୍ରଗ୍ସ ଅଭ୍ୟାସ ଯୋଗୁ ସବୁଠୁ ଅନ୍ତରଙ୍ଗ ଲୋକଙ୍କ ଫାଇଦା ଉଠାଇଛନ୍ତି ବୋଲି ସେ ଯାଚିକାରେ ଦର୍ଶାଇଛନ୍ତି। ବିଶେଷକରି ତାଙ୍କର ଓ ତାଙ୍କ ଭାଇଙ୍କ ଫାଇଦା ଉଠାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.