ଗାଁର ମହିଳା ପ୍ରସ୍ତୁତ କରୁଛନ୍ତି ମାସ୍କ :୧୦ଟଙ୍କାରେ ମାସ୍କ, ଶହେ ଟଙ୍କାରେ ଲିଟରେ ସାନିଟାଇଜର

Published By : Prameya-News7 Bureau | March 29, 2020 IST

ଗ୍ବାଲିୟର ୨୯/୩: କରୋନା ଭାଇରସରୁ ବର୍ତ୍ତିବା ପାଇଁ ଜରୁରୀ ମାସ୍କ ଏବଂ ସାନିଟାଇଜରର ଅଭାବକୁ ପୂରଣ କରିବା ପାଇଁ ପ୍ରୟାସ କରାଯାଉଛି। ଏଥିଯୋଗୁଁ ପ୍ରଶାସନ ଆଦେଶରେ ମାସ୍କ ପ୍ରସ୍ତୁତ କରିବାର ଦାୟିତ୍ବ ଗାଁର ମହିଳା ସମ୍ଭାଳୁଛନ୍ତି। ଗ୍ବାଲିୟର ଜିଲ୍ଲାରେ ୮ଜଣ ମହିଳା ସମୂହର ସଦସ୍ୟ ମାସ୍କ ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି। ଏହି ମାସ୍କ ଏଠାରେ ଫୁଲବାଗ ସ୍ଥିତ ହାଟ ବଜାରରେ ସରକାରଙ୍କ ଦ୍ବାରା ଧାର୍ଯ୍ୟ ମୂଲ୍ୟ ୧୦ଟଙ୍କାରେ ଉପଲବ୍ଧ କରାଯାଉଛି। ବଜାରରେ ଏହା ୨୫ଟଙ୍କାରେ ବିକ୍ରି କରାଯାଉଛି।

 ସେହିଭଳି ଲୋକଙ୍କୁ ଉଚିତ ମୂଲ୍ୟରେ ସାନିଟାଇଜର ଉପଲବ୍ଧ କରାଇବା ପାଇଁ ଡିଷ୍ଟଲରିଜ ସହ କଥାବାର୍ତ୍ତା ହୋଇଛି। ସାନିଟାଇଜର ପ୍ରସ୍ତୁତି ଓ ବଜାର ନେଇ ଆଲୋଚନା ତଥା ପଦକ୍ଷେପ ଚୂଡାନ୍ତ ହେବା ପରେ ୧୦ଟିରୁ ବେଶୀ ସାର୍ବଜନିକ ସ୍ଥାନ ଖୋଜାଯିବ। ଏଠାରୁ ସାନିଟାଇଜର ବିକ୍ରି ଆରମ୍ଭ ହେବ।

କରୋନା ଭାଇରସ୍ ଯୋଗୁଁ ମାସ୍କର ଚାହିଦା ହଠାତ୍ ବଢ଼ିଯାଇଛି। ଏନ୍-୯୫ମାସ୍କ ଏବେ ବଜାରରେ ମିଳୁନାହିଁ। ତେଣୁ ୮ଟି ଗୋଷ୍ଠୀର ୪୬ଜଣ ମହିଳା ଏବେ ସୁଦ୍ଧା ୯୦୦ରୁ ଅଧିକ ମାସ୍କ ପ୍ରସ୍ତୁତ କରି ସାରିଛନ୍ତି। ସେହିପରି ଏକ ଲିଟର ସାନିଟାଇଜର ବୋତଲ୍ ୧୦୦ଟଙ୍କାରେ ବିକ୍ରି କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.