ଅଳ୍ପକେ ବର୍ତ୍ତିଗଲେ ପ୍ରେମାନନ୍ଦ: ଦୀର୍ଘ ୨ ଘଣ୍ଟାର କସରତ ପରେ ହେଲେ ଉଦ୍ଧାର
24/11/2020 at 7:45 PM

ଆନନ୍ଦପୁର୨୪/୧୧: ଦୀର୍ଘ ୨ ଘଣ୍ଟାର କସରତ ପରେ ଷ୍ଟ୍ରିଟ୍ ଲାଇଟ୍ ଗାତରୁ ଉଦ୍ଧାର ହେଲେ ପ୍ରେମାନନ୍ଦ ରଣା। ଆନନ୍ଦପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଏକ ଜେସିବି ସାହାଯ୍ୟରେ ୭ ଫୁଟ୍ ଗଭୀର ଗାତରୁ ତାଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ପରେ ତାଙ୍କୁ ଅଗ୍ନିଶମ ବିଭାଗ ଗାଡିରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଇଥିଲା। ବର୍ତ୍ତମାନ ତାଙ୍କ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି।
ସୂଚନାଥାଉକି ସୋମବାର ଦିନ ପାଖାପାଖି ୩ଟା ବେଳେ କିଛି ଲୋକ ସେହି ବାଟ ଦେଇ ଯାଉଥିଲେ। ହଠାତ ଗାତ ଭିତରୁ ପ୍ରେମନନ୍ଦଙ୍କ ପାଟି ଶୁଣିଥିଲେ। ପରେ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ଫୋନ କରି ଜଣାଇଥିଲେ। ଦୀର୍ଘ ୨ ଘଣ୍ଟାର କସରତ ପରେ ତାଙ୍କୁ ଉଦ୍ଧାର କାଯାଇଥିଲା। ପୈରାଞ୍ଚଳରେ ଆଲୋକୀକରଣ ଦାଇତ୍ବରେ ଥିବା ଠିକା ସଂସ୍ଥାର ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ଅଘଟଣ ଘଟିଥିବା ସ୍ଥାନିୟ ଲୋକେ କହିଛନ୍ତି।