ଆଇପିଏଲ ନିଲାମରେ ବିକ୍ରି ହେଲେନି କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ବେଣ୍ଟିରେ ନଟ୍ଆଉଟ୍ ରହି ଚମକାଇଦେଲେ

Published By : Prameya-News7 Bureau | February 22, 2021 IST

ନୂଆଦିଲ୍ଲୀ ୨୨/୦୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୪ ତମ ସଂସ୍କରଣ ପାଇଁ ଖେଳାଳୀମାନଙ୍କ ନିଲାମୀ ପ୍ରକ୍ରିୟା ଶେଷ ହୋଇସାରିଛି । ଅନେକ ଖେଳାଳୀଙ୍କ ଭାଗ୍ୟ ଫିଟିଛି ଏବଂ କିଛି ବଡ ବଡ ଖେଳାଳୀ ଅକ୍ସନ୍‌ରେ ନିଲାମ ହୋଇନାହାନ୍ତି । ବିକ୍ରି ହୋଇନଥିବା କ୍ରିକେଟରମାନଙ୍କ ମଧ୍ୟରେ ଅଛନ୍ତି ନ୍ୟୁଜିଲାଣ୍ଡର ଡିଭନ୍ କନ୍‌ଓ୍ବେ । ତାଙ୍କୁ ଚଳିତ ବର୍ଷ ଆଇପିଏଲରେ କୌଣସି ଫ୍ରାଞ୍ଚାଇଜ୍‌ କିଣିନାହାନ୍ତି ।

ଡିଭନ୍‌ କନଓ୍ବେ କିନ୍ତୁ, ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ବେଣ୍ଟି ମ୍ୟାଚ୍‌ରେ ଧମାକା କରି ଦେଖାଇଛନ୍ତି । କଙ୍ଗାରୁ ଟିମ୍‌ ବିପକ୍ଷରେ କନ୍‌ଓ୍ବେ ମାତ୍ର ୫୯ ବଲ ଖେଳି ୯୯ ରନ୍‌ର ବିଶାଳ ଇନିଂସ ଖେଳିଛନ୍ତି । ଯାହା ଫଳରେ ପ୍ରଥମ ଟି-ଟ୍ବେଣ୍ଟିରେ ଅଷ୍ଟ୍ରେଲିଆକୁ ୫୩ ରନ୍‌ରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ୯୯ ରନ୍‌ର ଦମଦାର ଇନିଂସ୍ ମଧ୍ୟରେ ମୋଟ ୧୦ଟି ଚୌକା ଏବଂ ୩ଟି ଛକା ରହିଛି ।

wp:embed {"url":"https://twitter.com/ICC/status/1363785211444568066","type":"rich","providerNameSlug":"twitter","responsive":true,"className":""}
https://twitter.com/ICC/status/1363785211444568066
/wp:embed

ଅଷ୍ଟ୍ରେଲିଆର ବୋଲରମାନେ ନ୍ୟୁଜିଲାଣ୍ଡ ନିକଟରେ ଏକ ପ୍ରକାର ଆତ୍ମସମର୍ପଣ କରିଥିଲେ । କନଓ୍ବେଙ୍କ ଦମଦାର ୯୯ ରନ୍‌ ବଳରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ୍‌ ହରାଇ ୧୮୪ ରନ୍‌ ସଂଗ୍ରହ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ମାତ୍ର ୧୩୧ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା । କିଓ୍ବି ପକ୍ଷରୁ ଏସ୍ ସୋଢୀ ଚମତ୍କାର ବୋଲିଂ କରି ୪ ଓଭରରେ ୨୮ ରନ୍‌ ବ୍ୟୟ କରି ୪ ଓ୍ବିକେଟ୍‌ ହାସଲ କରିଥିଲେ । ୫ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ବେଣ୍ଟିରେ ୧-୦ରେ ଆଗୁଆ ହୋଇଯାଇଛି ନ୍ୟୁଜିଲାଣ୍ଡ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.