ବାହାଘରକୁ ବର୍ଷେ ନ ପୂରୁଣୁ ଦାଉ ସାଜିଲା ଲକ୍‌ଡାଉନ: ଏପଟେ ସ୍ବାମୀଙ୍କ ଅପେକ୍ଷାରେ ନବ ବିବାହିତା

Published By : Prameya-News7 Bureau | May 06, 2020 IST

ଉଦଳା୬/୫: ଆଖିର ଲୁହ ଆଉ ବୋଲ ମାନୁନାହିଁ । ସମସ୍ତଙ୍କ ଆଖିରେ ଲୁହ। କାହିଁକି ନା ଲକଡାଉନ୍ ସମୟରେ ବିଭିନ୍ନ ଜିଲ୍ଲା ଏବଂ ରାଜ୍ୟରେ କାମ କରୁଥିବା ଲୋକେ ନିଜ ନିଜ ଘରକୁ ଫେରି ଆସୁଛନ୍ତି । ହେଲେ ଏକ ମାସ ହେବ ସ୍ବାମୀ ଘରକୁ ବାହାରି ଆସିଛି। ଆଉ ତାଙ୍କର ଖୋଜ ଖବର କିଛି ନାହିଁ ସେଥିପାଇଁ ସମସ୍ତେ କେବଳ ଲୁହ ଗଡାଇବା ବ୍ୟତୀତ ଅନ୍ୟ କୌଣସି ବାଟ ନାହିଁ ।

ବାହାଘରକୁ ବର୍ଷେ ପୁରିଛି । ସ୍ବାମୀ ଗତ ଫେବୃଆରୀ ମାସ ଠାରୁ କାମ କରିବା ଲାଗି ଅନ୍ୟ ଜିଲ୍ଲାକୁ ଯାଇଛି। ଗତ ଏପ୍ରିଲ୍ ୫ ତାରିଖରୁ ସେ ସେଠାରୁ ଘରକୁ ଆସିବା ଲାଗି ବାହାରି ଆସିଛନ୍ତି ଆଜି ପର୍ଯ୍ୟନ୍ତ ଘରେ ପହଁଞ୍ଚି ନାହାନ୍ତି। ତାଙ୍କର କୌଣସି ଖୋଜଖବର ବି ନାହିଁ । ସ୍ବାମୀର ଫେରିବା ବାଟକୁ ଚାହିଁ ସ୍ତ୍ରୀ ଆଖିର ଲୁହ ଶୁଖୁନି।ତେଣେ ମାଆ ମଧ୍ୟ ପୁଅର ଫେରିବା ବାଟକୁ ଚାହିଁ ରହିଛି। ଆମେ କହୁଛୁ ଉଦଳା ଥାନା ଅଧିନସ୍ଥ ଡିମଗଡିଆ ଗ୍ରାମର ରଜତ ନାଏକଙ୍କ କଥା । ରଜତ ନାଏକ  ରୋଜଗାର କରିବା ଲାଗି ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲାର ପେଣ୍ଠ ଅଞ୍ଚଳର ଜଣେ ଠିକାଦାରଙ୍କ ଅଧିନରେ କାର୍ଯ୍ୟ କରୁଥିଲେ।ତେବେ ସେହି କାମରେ ଯୋଗ ଦେବା ଲାଗି ସେ ଗତ ଫେବୃଆରୀ ମାସ ଶେଷରେ ନିଜ ଘରୁ ବାହାରି କେନ୍ଦ୍ରାପଡାକୁ କାମ କରିବାକୁ ଯାଇଥିଲେ। କେନ୍ଦ୍ରାପଡାରେ ସେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ବେଳେ ଲକ୍ ଡାଉନ ଆରମ୍ଭ ହେବା ପୂର୍ବରୁ ସେ ଘରକୁ ଆସିବାକୁ ଚେଷ୍ଟା କରିଥିଲେ।ଲକ୍‌ଡାଉନ୍‌ରେ ସ୍ତ୍ରୀଙ୍କ ଦେହ ଖରାପ କଥା ଶୁଣି ଘରକୁ ସେ ବାହାରିଥିଲେ। ହେଲେ ଲକ୍ ଡାଉନ ଫଳରେ ସେ ଆସିପାରି ନ ଥିଲେ।

ଶେଷରେ ସ୍ତ୍ରୀଙ୍କ ଅବସ୍ଥା ଅଧତ୍କ ଖରାପ ହେବା କଥା ଶୁଣି ଗତ ଏପ୍ରିଲ୍ ୫ ତାରିଖ ଦିନ ସେ କେନ୍ଦ୍ରାପଡା ଜିଲ୍ଲା ପେଣ୍ଠ ଅଂଚଳରୁ ଦୌଡି ବାହାରି ଆସିଥିଲେଳ ନିଜ ଘର ଅଭିମୁଖେ। ପରିବାର ଲୋକଙ୍କ କହିବା କଥା ତାଙ୍କ ପାଖରେ ଫୋନ ଥିଲା।ତେବେ ରଜତ ନିଜ ଘର ଅଭିମୁଖେ ବାହାରି ଆସିବା ପରେ ଏ ନେଇ ତାଙ୍କର ସାଥୀମାନେ ପରିବାର ଲୋକଙ୍କୁ ଅବଗତ କରାଇଥିଲେ । ଯାହାକି ପରିବାର ଲୋକେ ତାଙ୍କ ପୁଅକୁ ଖୋଜିବା ଲାଗି ରଜତଙ୍କ ସାଙ୍ଗମାନଙ୍କୁ ନେହୁରା ହୋଇଥିଲେ। ହେଲେ ଏପର୍ଯ୍ୟନ୍ତ ରଜତଙ୍କ ଦେଖା ନାହିଁ। ଏଣେ ପୁଅ ନିଖୋଜ ହୋଇଯାଇଥିବା ନେଇ ପରିବାର ଲୋକେ କୁଶଳଦା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳି ପାରି ନାହିଁ । ଲକ୍‌ଡାଉନରେ ଯାନବାହାନ ଚଳାଚଳ ବନ୍ଦ ଥିବାରୁ ଆଶା ଆଶଙ୍କାରେ ପରିବାର ଲୋକ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.