Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||

ଭାଡିରେ ପଶିଲା, କୁକୁଡାକୁ ମାରି ଅଣ୍ଡା ଗିଳିଲା: ନିଜ ଛୁଆ ପାଇଁ ନାଗୁଣି ଆପେ ଆପେ ଆସି ଧରା ଦେଲା

15/07/2020 at 8:05 PM

ନୀଳଗିରି୧୫/୭: ଦୁଇଟି ଅଲଗା ଅଲଗା ସ୍ଥାନରୁ ନାଗ ସାପ ଉଦ୍ଧାର କରାଯାଇଛି। ଗୋଟିଏ ସ୍ଥାନରୁ ୪୨ଟି ନାଗ ଛୁଆ ଉଦ୍ଧାର ପରେ ନାଗୁଣି ଧରାଯାଇଥିବା ବେଳେ ଅନ୍ୟ ଏକ ସ୍ଥାନରୁ କୁକୁଡ଼ା ଭାଡ଼ିରେ କୁକୁଡ଼ା ମାରି ଅଣ୍ଡା ଗିଳିବା ଅବସ୍ଥାରେ ନାଗ ଧରା ପଡିଛି। ସୂଚନାରୁ ପ୍ରକାଶ କି ନୀଳଗିରି ବ୍ଲକ ଅଧିନ ନରଣପୁର ଗ୍ରାମର ବିଭୁତି ଭୂଷଣ ବେହେରାଙ୍କ ଘର କୁକୁଡ଼ା ଭାଡ଼ିରେ ଆଜି ସକାଳେ ଏକ ନାଗ ସାପ ଉଦ୍ଧାର କରାଯାଇଛି।

ସାପଟି କୁକୁଡ଼ା ଅଣ୍ଡା ଖାଇବାକୁ ଯାଇଥିବା ବେଳେ ଦୁଇଟି ମା କୁକୁଡ଼ା ସାପ ସହିତ ଲଢେଇ କରି ଜୀବନ ହାରି ଦେଇଥିଲେ। ଶେଷରେ ନାଗ ସାପ ଅଣ୍ଡା ଗିଳିଦେଇଥିଲା। ପରେ ପରିବାର ଲୋକେ ସାପ ଧରାଳି ଘାଟ ଘର ସାହି ଅଞ୍ଚଳର ଶୁକ ବେହେରା ଙ୍କୁ ଖବର ଦେବା ପରେ ସେ ସାପ ଟିକୁ ଉଦ୍ଧାର କରି ୩ କୋଶିଆ ଜଙ୍ଗଲରେ ଛାଡି ଦେଇଛନ୍ତି। ସେହିପରି ନୀଳଗିରି ଏନଏସି ଅଧିନ ୧୩ ନମ୍ବର ୱାର୍ଡ ଗୋପୀନାଥପୁର ପଣ୍ଡାସାହିର ସୁବୋଧ ପଣ୍ଡା ଘର ଏକ ନାଗୁଣି ଉଦ୍ଧାର କରାଯାଇଥିଲା।

ପୂର୍ବରୁ ତାଙ୍କ ଘରୁ ୪୨ଟି ନାଗ ଛୁଆ ଉଦ୍ଧାର ପରେ ନାଗୁଣି ମା ଭୟଙ୍କର ହୋଇ ଉଠିଥିଲା। ଘର ଭିତରେ ରହି ଗର୍ଜନ ଛାଡିବା ସହ ପରିବାର ଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ।ସାପ ବିଶେଷଜ୍ଞ ପ୍ରକାଶ ମର୍ଦରାଜ ତାଙ୍କ ସହଯୋଗୀ ସହ ଖବର ପାଇ ନାଗୁଣି କି ସତର୍କତାର ସହ ବାହାର କରି ସ୍ବର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦେଇଛନ୍ତି।

   Related Posts