ଭାରତର ଏହି ଖେଳାଳିଙ୍କୁ ମହାନ ମନୋରଞ୍ଜନକାରୀ କହିଲେ ଲାରା, ବ୍ୟାଟିଂ କଲା ବେଳେ ସେ ମହାନ ଲାଗନ୍ତି, ଜାଣନ୍ତୁ କିଏ ଏହି ଖେଳାଳି

Published By : Prameya-News7 Bureau | March 10, 2020 IST

ନୂଆଦିଲ୍ଲୀ ୧୦।୦୩ : କ୍ରିକେଟ୍ ଇତିହାସରେ ବ୍ରାଏନ ଲାରା ଜଣେ ପ୍ରତିଷ୍ଠିତ ଖେଳାଳି। ସେ ବିଶ୍ଵର ଏକ ମାତ୍ର ବ୍ୟାଟସମ୍ୟାନ ଯିଏ ଟେଷ୍ଟ ମ୍ୟାଚରେ ଗୋଟିଏ ଇନିଂସରେ ୪୦୦ ରନ କରିବାର ବିଶ୍ଵ ରେକର୍ଡ କରିଛନ୍ତି। ଯେବେ ସେ ଅନ୍ୟ କ୍ରିକେଟରଙ୍କ ବିଷୟରେ ଆଲୋଚନା କରନ୍ତି କିମ୍ବା ପ୍ରଶଂସା କରନ୍ତି ତେବେ ତାହା ଖବରର ଶିରୋନାମା ପାଲଟିଥାଏ। ନିକଟରେ ଓ୍ଵେଷ୍ଟଇଣ୍ଡିଜର ଏହି ମହାନ ବ୍ୟାଟସମ୍ୟାନ ନିଜ ପସନ୍ଦର ବ୍ୟାଟସମ୍ୟାନଙ୍କ ବିଷୟରେ କହିଛନ୍ତି। ସେ ହେଉଛନ୍ତି ଜଣେ ଭାରତୀୟ ବ୍ୟାଟସମ୍ୟାନ। ସେହି ବ୍ୟାଟସମ୍ୟାନ ବିରାଟ କୋହଲି କି ରୋହିତ ଶର୍ମା ନୁହନ୍ତି।

ବ୍ରାଏନ ଲାରା କହିଛନ୍ତି ଯେ, ସେ କେଏଲ ରାହୁଲଙ୍କୁ ଖେଳ ଦେଖିବାକୁ ପସନ୍ଦ କରନ୍ତି ଏବଂ ବ୍ୟାଟିଂରେ ସେ ରାହୁଲଙ୍କ ଜଣେ ବହୁତ ବଡ ପ୍ରଶଂସକ। ଦଶନ୍ଧିର ଶେଷ ପରଠୁ ରାହୁଲ ଭଲ ଫର୍ମରେ ଅଛନ୍ତି ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ମାଉଣ୍ଟ ମାଙ୍ଗାନୁଇରେ ତୃତୀୟ ଦିନିକିଆରେ ୧୧୨ ରନର ଦମଦାର ଇନିଂସ ଖେଳିଥିଲେ।

ରାହୁଲ ଜଣେ ପ୍ରତିଭାବାନ ବ୍ୟାଟସମ୍ୟାନ। ସେ ଜଣେ ମହାନ ମନୋରଞ୍ଜନକର୍ତ୍ତା ଖେଳାଳି। ବ୍ୟାଟିଂ କରୁଥିବା ବେଳେ ସେ ଜଣେ ମହାନ ଖେଳାଳି ଲାଗନ୍ତି ବୋଲି ସ୍ପୋର୍ଟ୍ସ ଷ୍ଟାର ସହ ସାକ୍ଷାତକାର ବେଳେ ଲାରା ଏହା କହିଛନ୍ତି।

ଏହା ସହିତ ଲାରା ଟେଷ୍ଟ କ୍ରିକେଟର ସମୟକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି। ଲାରା କହିଛନ୍ତି ଯେ, ସେ ପର୍ଯ୍ୟନ୍ତ ଚିନ୍ତିତ ନାହାନ୍ତି ଯେ ପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚ ପରିଣାମ ଦେଇ ନାହିଁ। ଟେଷ୍ଟରେ ସର୍ବାଧିକ ବ୍ୟକ୍ତିଗତ ଅପରାଜିତ ୪୦୦ ରନ କରିଥିବା ଲାରା ଏହା ମଧ୍ୟ କହିଛନ୍ତି ଯେ, ଦିବାରାତ୍ର ଟେଷ୍ଟରେ ଆକର୍ଷଣ ରହିଛି, ମାତ୍ର ଖେଳର ସବୁଠୁ ଏହି ଲମ୍ବା ଫର୍ମାଟକୁ ଲୋକପ୍ରିୟ କରିବା ପାଇଁ ଅନ୍ୟ ଉପାୟ କରିବାକୁ ପଡିବ।

ଟେଷ୍ଟ କ୍ରିକେଟ୍ ଚାରି ଦିନିଆ ହେବା ଉଚିତ୍ କି ପାଞ୍ଚ ଦିନିଆ ହେବା ଉଚିତ୍ ପ୍ରଶ୍ନର ଉତ୍ତରରେ ଲାରା କହିଛନ୍ତି ଯେ, ପ୍ରତ୍ୟେକ ଲୋକ କ୍ରିକେଟ୍ ଦେଖୁଛନ୍ତି, ସେମାନେ ଜାଣି ପାରୁଛନ୍ତି ଯେ, ଖେଳର ପରିଣାମ କେଉଁ ଦିନରେ ମିଳିବ। ଏହା ଗୋଟିଏ ପ୍ରକାର ଟେଷ୍ଟ କ୍ରିକେଟର ରୋମାଞ୍ଚକୁ ବଢାଇଥାଏ।

ପାଞ୍ଚ ଦିନ ହେଉ କି ଚାରି ଦିନ କିଛି କଥା ନୁହଁ। ଯଦି ପ୍ରତ୍ୟେକ ଖେଳର କୌଣସି ପ୍ରକାରେ ଫଳାଫଳ ଆସୁଛି ତେବେ ପ୍ରଥମ ଦିନରୁ ହିଁ ଖେଳ ପ୍ରତି ଆକର୍ଷଣ ବଢିଥାଏ ଯାହା ଶେଷ ଦିନ ପର୍ଯ୍ୟନ୍ତ ଜାରି ରହେ ବୋଲି ଟେଷ୍ଟ କ୍ରିକେଟରେ ୧୧,୯୫୩ ରନ କରିଥିବା ଲାରା କହିଛନ୍ତି।

ରୋଡ୍ ସେଫ୍‌ଟୀ ଓ୍ଵାର୍ଲ୍ଡ ସିରିଜରେ ଓ୍ଵେଷ୍ଟଇଣ୍ଡିଜ କିମ୍ବଦତୀଙ୍କ ନେତୃତ୍ଵ ନେଉଥିବା ଲାରା ଏହି କଥା ଏକ ପ୍ରଶିକ୍ଷଣ ସେସନରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.