Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଆଇପିଏଲରେ ଗୋଟିଏ ଓଭରରେ ଲଗାତାର ମାରିଥିଲେ ୫ଟି ଛକା, ଏବେ ଇଂଲଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ୍‌ରେ ଦେଖାଇବେ ଜଲଓ୍ବା

21/02/2021 at 4:05 PM

ନୂଆଦିଲ୍ଲୀ ୨୧/୦୨ : ଆଇପିଏଲ ସିଜିନ୍‌ ୧୩ରେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବର ବୋଲର ସେଲ୍ଡନ୍‌ କୋଟରେଲ୍‌ଙ୍କ ଓଭରରେ ୫ଟି ଛକା ମାରି ରତାରାତି କ୍ରିକେଟ୍‌ ଦିନିଆରେ ଚର୍ଚ୍ଚିତ ଚେହେରା ପାଲଟିଯାଇଥିଲେ ରାହୁଲ ତେଓ୍ବାତିଆ । ବର୍ତ୍ତମାନ ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ପୁରସ୍କାର ମଧ୍ୟ ମିଳିଛି । ରାହୁଲ ତେଓ୍ବାତିଆଙ୍କୁ ଇଂଲଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ୍‌ ପାଇଁ ଟିମ୍‌ ଇଣ୍ଡିଆରେ ସୁଯୋଗ ମିଳିଛି ।

ରାହୁଲ ତେଓ୍ବାତିଆ IPLର ଗତ ସିଜିନ୍‌ରେ ୪୨.୫୦ ହାରରେ ୨୫୫ ରନ୍‌ କରିଥିଲେ । ଲେଗ୍ ସ୍ପିନର ତେଓ୍ବାତିଆ ୧୦ଟି ଓ୍ବିକେଟ୍‌ ମଧ୍ୟ ନେଇଥିଲେ । ରାହୁଲ ତେଓ୍ବାତିଆ ରଣଜୀ ଟ୍ରଫିରେ ହରିୟାଣା ଟିମ୍‌ରେ ଖେଳନ୍ତି । ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ସେ କଠିନ ପରିଶ୍ରମ ମଧ୍ୟ କରିଛନ୍ତି ଯାହାକୁକି ସେ ନିଜେ ଖୁଲାସା କରିଛନ୍ତି ।

ତେଓ୍ବାତିଆ କହିଛନ୍ତି, ‘ସ୍ପିନର ଭାବେ ହରିୟାଣା ଟିମ୍‌ରେ ସାମିଲ ହେବା କଷ୍ଟକର ଥିଲା କାରଣ ପୂର୍ବରୁ ଟିମ୍‌ ଅମିତ ମିଶ୍ରା, ଜୟନ୍ତ ଯାଦବ ଏବଂ ଯୁଜବେନ୍ଦ୍ର ଚହଲଙ୍କ ପରି ସ୍ପିନର ଥିଲେ । ଏହା ପରେ ମଧ୍ୟ ଦଳରେ ସ୍ଥାନ ମିଳିଥିଲା । ହରିୟାଣା ଟିମ୍‌ରେ ସ୍ଥାନ ପାଇବା ପରେ ଆତ୍ମ ବିଶ୍ବାସ ବଢିଥିଲା’ ।

ଏବେ ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିଥିବାରୁ ଖୁସି ଅଛି ବୋଲି କହିଛନ୍ତି ରାହୁଲ ତେଓ୍ବାତିଆ । ଏହା ସହିତ ସେ କହିଛନ୍ତି, ଆଇପିଏଲ ଅଧିନାୟକ ବିରାଟ କୋହଲିଙ୍କ ବିପକ୍ଷରେ ଖେଳିଛି କିନ୍ତୁ ଏବେ ତାଙ୍କ ସହିତ ଡ୍ରେସିଂ ରୁମ୍‌ ସେୟାର କରିବାକୁ ମିଳିବ ।

ଇଂଲଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ପାଇଁ ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), କେଏଲ ରାହୁଲ, ଶିଖର ଧାଓ୍ବନ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଧିକ ପାଣ୍ଡ୍ୟା, ଋଷଭ ପନ୍ତ (ଓ୍ବିକେଟ୍‌ କିପର), ଇଶାନ କିଷାନ୍ (ଓ୍ବିକେଟ୍‌ କିପର), ଯୁଜବେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ଓ୍ବାଶିଂଟନ୍‌ ସୁନ୍ଦର, ରାହୁଲ ତେଓ୍ବାତିଆ, ଟି. ନଟରାଜନ୍‌, ଭୁବନେଶ୍ବର କୁମାର, ଦୀପକ ଚହର, ନବଦୀପ ସାଇନୀ ଏବଂ ଶାର୍ଦ୍ଦୁଳ ଠାକୁର  

   Related Posts