Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ମ୍ୟାଚ୍‌କୁ ସେ ଏକତରଫା କରି ପାରନ୍ତି, ଏହି ଖେଳାଳିଙ୍କୁ ଦଳରେ ନିଶ୍ଚିତ ସାମିଲ୍ କରାଯାଉ: ସେହ୍ଵାଗ

24/10/2021 at 5:01 PM

ଦୁବାଇ ୨୪।୧୦: ଆଉ କିଛି ସମୟ ପରେ ମଇଦାନକୁ ଓହ୍ଲାଇବେ ଦୁଇ ଚିର ପ୍ରତିଦ୍ଵନ୍ଦ୍ଵୀ ଭାରତ-ପାକିସ୍ତାନ।  ରେକର୍ଡ ଦେଖିଲେ ଏହି ମ୍ୟାଚରେ ଭାରତର ପଲ୍ଲା ଭାରି ରହିଛି। ମାତ୍ର ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ବାବର ଆଜମଙ୍କ ନେତୃତ୍ଵାଧୀନ ପାକିସ୍ତାନ ଦଳକୁ ହାଲୁକା ନେବାର ଭୁଲ୍ କରିବ ନାହିଁ। ଓ୍ଵାର୍ମ ଅପ୍ ମ୍ୟାଚ୍‌ରେ ଜୋରଦାର ପ୍ରଦର୍ଶନ କରି ଭାରତ ଏହା ଦେଖାଇ ଦେଇଛି ଯେ, ବିଶ୍ଵ କପ୍ ପାଇଁ ତାର ପ୍ରସ୍ତୁତି କିପରି ରହିଛି।

ହେଲେ ବିରାଟ କୋହଲିଙ୍କ ପାଇଁ ସବୁଠୁ ଚ୍ୟାଲେଞ୍ଜ ଚୂଡାନ୍ତ ଏକଦାଶ ଚୟନ କରିବା। ଦେଖିବା ବାକି ରହିଲା ଯେ, ଖରାପ ଫର୍ମରେ ଥିବା ସତ୍ତ୍ଵେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କୋହଲି ଦଳରେ ସାମିଲ୍ କରିବେ ନା ଇଶାନ କିଶନଙ୍କ ଉପରେ ଭରସା କରିବେ। କିନ୍ତୁ ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ବୀରେନ୍ଦ୍ର ସେହ୍ଵାଗଙ୍କ ମତରେ ହାର୍ଦ୍ଦିକଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା ଉଚିତ୍। କାରଣ ସେ ନିଜ ବ୍ୟାଟିଂ ଦମ୍‌ରେ ମ୍ୟାଚ୍‌କୁ ଏକତରଫା କରି ପାରନ୍ତି।

କ୍ରିକବଜ୍ ସହ ଆଲୋଚନା ବେଳେ ସେହ୍ଵାଗ କହିଛନ୍ତି, ନିଶ୍ଚିତ ରୂପେ ହାର୍ଦ୍ଦିକ ପାଣ୍ଡା ମୋ ଦଳରେ ରହିବେ। ସେ ଯେଉଁଭଳି ବ୍ୟାଟିଂ କରନ୍ତି, ତାହା ମ୍ୟାଚ୍‌କୁ ଏକତରଫା କରି ଦିଏ। ତାଙ୍କ ଭିତରେ ବ୍ୟାଟିଂରେ କଣ କ୍ଷମତା ରହିଛି ସେ ଅନେକ ଥର ଦେଖାଇ ସାରିଛନ୍ତି। ଯଦି ବୋଲିଂ ପାଇଁ ଫିଟ୍ ଥାଆନ୍ତେ ତେବେ ଏହା ଦଳ ପାଇଁ ଏହା ପ୍ଲସ୍ ପଏଣ୍ଟ ହୋଇଥାଆନ୍ତା।

ଦଳର ବୋଲିଂ କମ୍ଵିନେସନକୁ ନେଇ ସେହ୍ଵାଗ କହିଛନ୍ତି ଯେ, ଦଳକୁ ପାଞ୍ଚ ଜଣ ବୋଲରଙ୍କୁ ନେଇ ପଡିଆକୁ ଓହ୍ଲାଇବା ଉଚିତ୍। ଏହା ବାଦ୍ ହାର୍ଦ୍ଦିକ ପାଣ୍ଡ୍ୟା କିମ୍ବା ଟପ୍ ଅର୍ଡର ବ୍ୟାଟସମ୍ୟାନଙ୍କ ଦ୍ଵାରା କିଛି ଓଭର ବୋଲିଂ କରାଯାଇ ପାରିବ। ଏହା ସବୁଠୁ ଭଲ କମ୍ଵିନେସନ। ହାର୍ଦ୍ଦିକଙ୍କ ବ୍ୟାଟିଂ ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଯଦି ସେ ଫର୍ମରେ ନାହାନ୍ତି ଏବଂ ନେଟ୍‌ସରେ ବୋଲିଂ କରି ପାରୁ ନାହାନ୍ତି ତେବେ ତାଙ୍କ ସ୍ଥାନରେ ଅନ୍ୟ କୌଣସି ବ୍ୟାଟସମ୍ୟାନଙ୍କୁ ନେଇ ପାରିବେ  ବୋଲି ସେହ୍ଵାଗ କହିଛନ୍ତି।

   Related Posts