HDFC ବ୍ୟାଙ୍କକୁ ଝଟ୍‌କା, ୧୦ କୋଟି ଟଙ୍କା ଜରିମାନା ଲଗାଇଲା ଆରବିଆଇ

Published By : Prameya-News7 Bureau | May 28, 2021 IST

ମୁମ୍ବାଇ ୨୮/୫: ଦେଶର ସବୁଠୁ ବଡ଼ ଘରୋଇ ବ୍ୟାଙ୍କ ଏଚଡିଏଫସିକୁ ଝଟକା। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଏଚଡିଏଫସିକୁ ଝଟକା ଦେଇଛି । ଏଚଡିଏଫସି ବ୍ୟାଙ୍କ ଉପରେ ୧୦ କୋଟି ଟଙ୍କାର ଜରିମାନା ଲଗାଇଛି ଆରବିଆଇ। ବ୍ୟାଙ୍କିଙ୍ଗ ଅଧିନିୟମ ଧାରା ୬(୨) ଏବଂ ଧାରା ୮ର ଉଲ୍ଲଂଘନ ନେଇ ଏହି ଜରିମାନା ଲାଗିଛି।

ଗାଡ଼ି ଋଣ ପୋର୍ଟଫୋଲିଓ ସମ୍ବନ୍ଧରେ କିଛି ଅଭିଯୋଗ ମିଳିଥିବା ନେଇ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଆରବିଆଇ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ନିୟାମକ ଅନୁପାଳନରେ ଗଡ଼ବଡ଼ କରିଥିବାରୁ ଏବେ ଏଚଡିଏଫସି ୧୦ କୋଟି ଟଙ୍କା ତଣ୍ଡ ଗଣିବ।

wp:embed {"url":"https://twitter.com/ANI/status/1398278987340664834","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1398278987340664834
/wp:embed

 ନିକଟରେ ଆଇସିଆଇସିଆଇ ବ୍ୟାଙ୍କ ଉପରେ ୩ କୋଟି ଟଙ୍କାର ଜରିମାନା ଲଗାଇଥିଲେ। ଏହା ସହ ମହାରାଷ୍ଟ୍ରର ଏକ ସହାୟକ ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଆରବିଆଇ। ସୁପରଭାଇଜରୀ ଆକ୍ସନ ଫ୍ରେମ୍‌ଓ୍ବାର୍କ (ଏସଏଏଫ୍‌) ଜରିଆରେ ଜାରି କିଛି ନିର୍ଦେଶ ପାଳନ ନକରିବାରୁ ପ୍ରିୟଦର୍ଶନୀ ମହିଳା ନଗରୀ ସହକାରୀ ବ୍ୟାଙ୍କ ୧ ଲକ୍ଷ ଟଙ୍କା ତଣ୍ଡ ଗଣିଥିଲା। ତେବେ ରେଗୁଲେସନ୍‌ ଆକ୍ଟ, ୧୯୪୯ ଅଧୀନରେ ବ୍ୟାଙ୍କଗୁଡ଼ିକ ପାଖରୁ ଆରବିଆଇ ଜରିମାନା ଆଦାୟ କରୁଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.