୪ ମାସ ଧରି ନିଜର ଗ୍ରାହକଙ୍କୁ ‘ମୁହଁ ବନ୍ଦ ରଖ’ କହିବ HDFC, ଦେଶବ୍ୟାପୀ କରିବ ୧ ହଜାର ଓ୍ବାର୍କସପ୍‌

Published By : Prameya-News7 Bureau | November 16, 2020 IST

ନୂଆଦିଲ୍ଲୀ ୧୬/୧୧: ବ୍ୟାଙ୍କ ନିଜ ଗ୍ରାହକଙ୍କୁ କହିବ ‘ମୁହଁ ବନ୍ଦ ରଖ’। ଏଭଳି ଏକ କ୍ୟାମ୍ପେନ ଚଳାଇବ HDFC ବ୍ୟାଙ୍କ। ଦେଶବ୍ୟାପୀ ୪ ମାସ ଧରି ଏଭଳି ଏକ କ୍ୟାମ୍ପେନ୍‌ ଚଳାଇବ ବ୍ୟାଙ୍କ। ତେବେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଭଳି ଏକ କ୍ୟାମ୍ପେନ୍‌ର ଲକ୍ଷ୍ୟ କଣ ବୋଲି ଲୋକେ ପଚାରୁଛନ୍ତି। କିନ୍ତୁ ଏକ ବୃହତ୍ତ ଉଦ୍ଦେଶ୍ୟରେ ବ୍ୟାଙ୍କ ଏହି କ୍ୟାମ୍ପେନ୍‌ କରିବାକୁ ଯାଉଛି।

ଦିନିକୁ ଦିନ ଦେଶରେ ସାଇବର ଠକେଇ ବୃଦ୍ଧି ପାଉଛି। ଅନେକ ଲୋକ ଏଭଳି ଠକାମୀରେ ଶିକାର ହେଉଥିବା ବେଳେ ଏଥି ପାଇଁ ସଚେତନତାର ଆବଶ୍ୟକତା ରହିଛି। ଏହା ସହ ଗ୍ରାହକମାନେ କିଭଳି ନିଜର ପାସ୍‌ଓ୍ବାର୍ଡ, କାର୍ଡ ଡିଟେଲ୍ସ, ତଥା ଲେଣ ଦେଶ ସୁରକ୍ଷିତ ଭାବେ କରିପାରିବେ ସେନେଇ ବ୍ୟାଙ୍କ ସଚେତନ କରାଇବ। ତେବେ ବ୍ୟାଙ୍କ ପକ୍ଷରୁ ଆଗାମୀ ୪ ମାସ ପାଇଁ ଦେଶବ୍ୟାପୀ ୧ ହଜାର ଓ୍ବାର୍କସପ୍‌ କରାଯିବ ବୋଲି ଜଣାପଡ଼ିଛି।

ଏହା ସହ HDFC ବ୍ୟାଙ୍କ ନିଜର ଗ୍ରାହକଙ୍କୁ ସୁରକ୍ଷିତ ବ୍ୟାଙ୍କିଙ୍ଗ ପାଇଁ କାହାକୁ ବି ପିନ୍‌, ପାସଓ୍ବାର୍ଡ, ବ୍ୟାଙ୍କ ବିବରଣୀ ଆଦି ସେୟାର ନକରିବାକୁ ପରାମର୍ଶ ଦେବ। ଏହା ସହ ଯଦି ଗ୍ରାହକମାନେ ନିଜର ଠିକଣା, ଇମେଲ୍‌ ଆଦି ପରିବର୍ତ୍ତନ କରୁଛନ୍ତି ତେବେ ବ୍ୟାଙ୍କକୁ ଜଣାଇବା ଜରୁରୀ ବୋଲି ମନେ ପକାଇଦେବ ବ୍ୟାଙ୍କ।

ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ଲେଣ ଦେଣ ପାଇଁ ବ୍ୟାଙ୍କ ଏକ ବଡ଼ ଯୋଜନା କରିଛି । ଯଦି ଆପଣଙ୍କ ଆକାଉଣ୍ଟରେ ସନ୍ଦିଗ୍ଧ ଟ୍ରାଞ୍ଜାକ୍ସନ ହୁଏ ତେବେ ବ୍ୟାଙ୍କରୁ ଏକ କଲ୍‌ ଆପଣଙ୍କ ପାଖକୁ ଯିବ। ୬୧୬୦୭୪୭୫ ନମ୍ବରରୁ ଗ୍ରାହକଙ୍କୁ କଲ୍‌ ଯିବ। ତେବେ ଏହି ନମ୍ବରକୁ ଗ୍ରାହକ ନିଜ ଫୋନ୍‌ରେ ସେଭ୍‌ କରିବା ଉଚିତ ହେବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.