ଲକ୍ ଡାଉନ୍‌ରେ HDFC ବ୍ୟାଙ୍କ୍ ଗ୍ରାହକଙ୍କୁ ଦେଲା ଦୁଇଟି ଉପହାର : ଶସ୍ତା ହେଲା ଲୋନ୍, ଘରେ ବସି ଏଟିଏମ୍‌ରୁ ଉଠାଇହେବ ଟଙ୍କା

Published By : Prameya-News7 Bureau | April 09, 2020 IST

ନୂଆଦିଲ୍ଲୀ ୯।୪: ଲକ୍ ଡାଉନ୍ ରେ HDFC ବ୍ୟାଙ୍କ ଗ୍ରାହକଙ୍କୁ ଦୁଇଟି ବିଶେଷ ଅଫର୍ ଦେଉଛି । ପ୍ରଥମ ଅଫରଟି ଋଣ ନେଉଥିବା ଗ୍ରାହକଙ୍କ ପାଇଁ । ସେହିଭଳି ଦ୍ବିତୀୟ ଅଫର ଏଟିଏମ୍ ମେସିନର ସୁବିଧା ଆପଣଙ୍କ ଘର ବାହାରେ ମଧ୍ୟ ରହିବ । ଏହାର ଅର୍ଥ ଆପଣଙ୍କୁ ଟଙ୍କା ପାଇଁ ଏଟିଏମ୍ ମେସିନ୍ ପର୍ଯ୍ୟନ୍ତ ଯିବାକୁ ପଡିବ ନାହିଁ । ଏହି ସୁବିଧା ଘର ବାହାରେ ଉପଲବ୍ଧ ହେବ ।

HDFC ବ୍ୟାଙ୍କ ସାରା ଦେଶରେ ମୋବାଇଲ୍ ଏଟିଏମ୍ ବ୍ୟବସ୍ଥା ଯୋଗାଇ ଦେଇଛି । ଏହି ସୁବିଧା ଜରିଆରେ ଏବେ ଗ୍ରାହକମାନେ ନିଜ ଘର ବାହାରେ ରହିଥିବା ଏଟିଏମ୍ ଭ୍ୟାନରୁ ନଗଦ ଟଙ୍କା ଉଠାଇ ପାରିବେ । ଏହି ଏଟିଏମ୍ ଗୁଡିକ କେଉଁଠାରେ ରଖାଯିବ ତାହା ସଂପୃକ୍ତ ସହରର ପୌରସଂସ୍ଥାଗୁଡିକ ସହିତ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ। ବ୍ୟାଙ୍କ ଦେଇଥିବା ସୂଚନା ଅନୁଯାୟୀ ମୋବାଇଲ୍ ଏଟିଏମ୍ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯିବ । ଏହି ଅବଧି ମଧ୍ୟରେ ମୋବାଇଲ୍ ଏଟିଏମ୍ ଗୁଡିକ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ୩-୫ଟି ସ୍ଥାନରେ ରହିବ ।

HDFC ବ୍ୟାଙ୍କ ଋଣ ଉପରେ ସୁଧ ୦.୨୦ ପ୍ରତିଶତ ହ୍ରାସ କରିଛି । ଏହି ରିହାତି ପରେ ଗୋଟିଏ ଦିନ ପାଇଁ ମାର୍ଜିନାଲ ଲ୍ୟାଣ୍ଡିଂ ହାର ଅର୍ଥାତ୍ MCLR ୭.୬୦ ପ୍ରତିଶତ ଥିବାବେଳେ ଗୋଟିଏ ବର୍ଷ ପାଇଁ ଋଣ ୭.୯୫ ପ୍ରତିଶତ ରହିବ ।

ଅଧିକାଂଶ ଋଣ ଏକ ବର୍ଷର MCLR ସହିତ ସଂଯୁକ୍ତ । ବ୍ୟାଙ୍କର ଏହି ପଦକ୍ଷେପ ସହିତ ଟର୍ମ ଋଣ ନେବା ଶସ୍ତା ହେବ । ଏହା ବ୍ୟତୀତ ଯେଉଁମାନେ ପୂର୍ବରୁ ଋଣ ନେଇଛନ୍ତି ସେମାନଙ୍କ EMI ମଧ୍ୟ ହ୍ରାସ ପାଇବ । ଏହାପୂର୍ବରୁ ଏସବିଆଇ, ବ୍ୟାଙ୍କ ଅଫ୍ ଇଣ୍ଡିଆ, କାନାରା ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ପିଏନବି, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ମଧ୍ୟ ସୁଧ ହାର ହ୍ରାସ କରିଛନ୍ତି । ୧୦ଦିନ ମଧ୍ୟରେ ଏସବିଆଇ ଦ୍ବାରା ଦୁଇଥର ସୁଧ ହାର ହ୍ରାସ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.