Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଏଚଡିଏଫସି ବ୍ୟାଙ୍କ୍ ପୁଣି ବିବାଦରେ : ବିବାଦୀୟ କ୍ରେଡିଟ୍ କାର୍ଡ ବିଲ୍ ପାଇଁ ଉପଭୋକ୍ତାଙ୍କ ଆକାଉଣ୍ଟରୁ ଜବରଦସ୍ତ ଟଙ୍କା କାଢି ନେଉଥିବା ଅଭିଯୋଗ

29/10/2021 at 2:56 PM

ନୂଆଦିଲ୍ଲୀ, ୨୮।୧୦ :   ଦେଶର ବଡ ଓ ପ୍ରତିଷ୍ଠିତ ବ୍ୟାଙ୍କ୍ ଏଚଡିଏଫସି ପୁଣି ଚର୍ଚ୍ଚାରେ । ଅନେକ ସମୟରେ ଠକେଇ ମାମଲାରେ ବ୍ୟାଙ୍କର କର୍ମଚାରୀ ଗିରଫ ହୋଇଛନ୍ତି । ଏବେ ଆଉ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ବ୍ୟାଙ୍କ ଏକ କ୍ରେଡିଟ୍ କାର୍ଡ ଉପରେ ଜଣେ ବ୍ୟକ୍ତିଙ୍କଠାରୁ ୫୬୭୬୩ ଟଙ୍କା ନେଇଛି । ତେବେ କ୍ରେଡିଟ୍ କାର୍ଡକୁ କେବେହେଲେ ବ୍ୟବହାର କରାଯାଇନଥିଲା ଓ ଟଙ୍କା କାଟିବା ପୂର୍ବରୁ ବ୍ୟାଙ୍କ ତରଫରୁ ସୂଚନା ମଧ୍ୟ ଦିଆଯାଇନଥିଲା ।

ଏକ ଜାତୀୟ ଗଣମାଧ୍ୟମ(ଓ୍ୱେବସାଇଟ୍)ର ରିପୋର୍ଟ ଅନୁସାରେ, ଏହି ମାମଲା ଗୁରଗାଓଁ ଏଚଡିଏଫସି ବ୍ରାଞ୍ଚର ଅଟେ । ଏଠାରେ ଜଣେ ବ୍ୟକ୍ତିଙ୍କୁ ବ୍ୟାଙ୍କ୍ କ୍ରେଡିଟ କାର୍ଡ ଦେଇଥିଲା । ତେବେ ଗ୍ରାହକ କାର୍ଡ ପାଇଁ ବ୍ୟାଙ୍କକୁ ଅନୁରୋଧ କରିନଥିଲେ । ୨୦୧୫-୧୬ରୁ କାର୍ଡ ବାବଦରେ ବ୍ୟାଙ୍କ ୧୪୫୦୦ ଟଙ୍କା ବିଲ୍ ପଠାଇଥିଲା । ସେ କାର୍ଡ ବ୍ୟବହାର କରିନଥିବାରୁ କାହିଁକି ଏତେ ବିଲ୍ ଆସିଲା ବୋଲି ପ୍ରଶ୍ନ କରିଥିଲେ । କିନ୍ତୁ କୌଣସି ଜବାବ ମିଳିନଥିଲା । ପରେ ସେ ବରିଷ୍ଠ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ । ତାଙ୍କୁ କାର୍ଡ ନଷ୍ଟ କରିବା ସହ ଚେନ୍ନାଇ ପଠାଇବାକୁ କୁହାଯାଇଥିଲା । ଏହାସତ୍ତ୍ୱେ ସମାଧାନର ବାଟ ବାହାରି ନଥିଲା ।

୨୦୦୧ରେ ବ୍ୟାଙ୍କ ପୁଣି ଗ୍ରାହକଙ୍କୁ ହଇରାଣ କରିବା ଆରମ୍ଭ କରିଥିଲା । ତାଙ୍କୁ କ୍ରେଡିଟ୍ କାର୍ଡ ବିଲ୍ ଦେବାକୁ କୁହାଯିବା ସହ ଲିଗାଲ ନୋଟିସ୍ ମଧ୍ୟ ପଠାଇ ଦିଆଯାଇଥିଲା । କେବଳ ଏତିକି ନୁହେଁ ବ୍ୟାଙ୍କ ଗ୍ରାହକଙ୍କ ଜୀବନ ବୀମା ଖାତାରୁ ୫୬୭୬୩ ଟଙ୍କା କାଟି ଦେଇଥିଲା ।

ଆକାଉଣ୍ଟଧାରୀଜଣଙ୍କ କହିଛନ୍ତି ଯେ, ଆରବିଆଇର ଗାଇଡଲାଇନ ରହିଛି । ବ୍ୟାଙ୍କ କୌଣସି ଋଣ ପାଇଁ ଜମାଖାତାରୁ ଟଙ୍କା କାଟିପାରିବ ନାହିଁ । ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ବ୍ୟାଙ୍କ ତାଙ୍କ ଆକାଉଣ୍ଟକୁ ଟଙ୍କା ଫେରାଇନଥିଲା ।

ବ୍ୟାଙ୍କ ଗ୍ରାହକଙ୍କଠୁ ଟଙ୍କା ନେବା ପୂର୍ବରୁ କୌଣସି ପ୍ରାକ୍ ସୂତନା ପ୍ରଦାନ କରିନଥିଲା । ଏପରିକି କୌଣସି ରସିଦ ପ୍ରଦାନ କରିନଥିଲା । ନିଜେ ଗ୍ରାହକ ମଧ୍ୟ କେବେ ହେଲେ କ୍ରେଡିଟ୍ କାର୍ଡ ପାଇଁ ଆପ୍ଲାଏ କରିନଥିଲେ । ବ୍ୟାଙ୍କ ଜବରଦସ୍ତି ତାଙ୍କୁ କ୍ରେଡିଟ୍ କାର୍ଡ ଦେଇଥିଲା ।ଏପରିକି ସେ ଚେନ୍ନାଇ ଅଫିସରେ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କୁ ତଥ୍ୟ ଉପଲବ୍ଧ ନଥିବା କୁହାଯାଇଥିଲା ।

   Related Posts