କୋଭିଡ -୧୯ ବିପଦ ମଧ୍ୟରେ ଏଚଡି କୁମାରସ୍ୱାମୀଙ୍କ ପରିବାରରେ ବିବାହ ଉତ୍ସବ, ସାମାଜିକ ଦୂରତାକୁ ଅଣଦେଖା !

Published By : Prameya-News7 Bureau | April 17, 2020 IST

ବେଙ୍ଗାଳୁରୁ ୧୭/୦୪ :କରୋନା ମହାମାରୀ ଯୋଗୁଁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି | ଲକଡାଉନ ସମୟରେ କର୍ଣ୍ଣାଟକରେ ଏକ ହାଇପ୍ରୋଫାଇଲ ବିବାହ ଅନୁଷ୍ଠିତ ହୋଇଛି | ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ନାତି ନିଖିଲ କୁମାରସ୍ବାମୀ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଳୁରୁ ଠାରୁ ପାଖାପାଖି ୨୮ କିମି ଦୂରରେ ଥିବା ଏକ ଫାର୍ମହାଉସରେ ବିବାହ କରିଛନ୍ତି | ଏହି ଫାର୍ମହାଉସ ରାମନଗରାରେ ଅବସ୍ଥିତ | ନିଖିଲ ପୂର୍ବତନ ମନ୍ତ୍ରୀଙ୍କ ଝିଅ ରେବତୀଙ୍କୁ ବିବାହ କରିଛନ୍ତି | କର୍ଣ୍ଣାଟକରେ ଲୋକେ ବଡ ବଡ ବିବାହ ସମାରୋହର ବହୁତ ସୌଖିନ ଯେଉଁଥିପାଇଁ ସମାରୋହ କିଛିଦିନ ପର୍ଯ୍ୟନ୍ତ ଚାଲିଥାଏ | ଶୁକ୍ରବାର ଦିନ ଦୁଇ ରାଜନୈତିକ ପରିବାରର ଏହି ବିବାହ ସମାରୋହରେ ଅତିଥି ଆସିନଥିଲେ | ବିବାହ ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା, ସମସ୍ତ ପରମ୍ପରା ପାଳନ କରାଯାଇଥିଲା | ନିଖିଲଙ୍କ ପିତା ଏଚଡି କୁମାରସ୍ବାମୀ ଫାର୍ମହାଉସରେ ଉପସ୍ଥିତ ଥିଲେ | ବିବାହର କିଛି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଫଟୋରେ ସ୍ପଷ୍ଟ ଦେଖାଯାଉଛି ଯେ କେହି ହେଲେ ମାସ୍କ କିମ୍ବା ଗ୍ଳୋବ୍ସ ବ୍ୟବହାର କରିନାହାନ୍ତି | ଏହାଛଡା ସାମାଜିକ ଦୂରତା ମଧ୍ୟ ପାଳନ କରଯାଇନାହିଁ |

{"id":255664,"width":748,"height":459,"sizeSlug":"large"}

ଅଭିନେତାରୁ ନେତା ହୋଇଥିବା ନିଖିଲ ଗତବର୍ଷ ମାଣ୍ଡ୍ୟାରୁ ନିର୍ବାଚନ ଲଢ଼ିଥିଲେ କିନ୍ତୁ ହାରି ଯାଇଥିଲେ | ନିଖିଲଙ୍କ ପରିବାର କୁମାରସ୍ବାମୀଙ୍କ ବିଧାନସଭା କ୍ଷେତ୍ର ରାମନଗରାରେ ଭବ୍ୟ ସମାରୋହ ଆୟୋଜନ କରିଥିଲେ | ଜେଡି ନେତା ଗୁରୁବାର ଦିନ ଏକ ଭିଡିଓ ସନ୍ଦେଶ ମାଧ୍ୟମରେ ସମର୍ଥକଙ୍କୁ କାର୍ଯ୍ୟକ୍ରମ ସ୍ଥଳରୁ ଦୁରେଇ ରହିବାକୁ ଅପିଲ କରିଥିଲେ | ଏହି କାର୍ଯ୍ୟକ୍ରମକୁ କରୋନାର 'ରେଡ ଜୋନ' କୁହାଯାଉଥିବା ବେଙ୍ଗାଳୁରୁରୁ ସ୍ଥାନାନ୍ତର କରି ରାମନଗରା କରାଯାଇଥିଲା |
କୁମାରସ୍ବାମୀ କହିଛନ୍ତି ଯେ, ଯଦି ସମାରୋହ ଘରେ ଆୟୋଜନ କରାଯାଇଥାନ୍ତା ତାହେଲେ ସାମାଜିକ ଦୂରତା ନିୟମ ପାଳନ କରିବା ମୁସ୍କିଲ ହୋଇଥାନ୍ତା | ସେଥିପାଇଁ ବିବାହ ଆୟୋଜନ ଫାର୍ମହାଉସରେ କରାଯାଇଥିଲା ବୋଲି ସେ କହିଛନ୍ତି | ନିଜ ଦଳର କର୍ମୀ ଓ ଶୁଭଚିନ୍ତକ ଏହି ସମାରୋହରେ ଯୋଗ ନ ଦେବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ |
ସେ କହିଛନ୍ତି ଯେ ଡାକ୍ତରଙ୍କ ପରାମର୍ଶ ପରେ ବିବାହ ନିଷ୍ପତ୍ତି ନିଆଯାଇଥିଲା | ସମାରୋହରେ କେବଳ ପରିବାର ସଦସ୍ୟ ହିଁ ଉପସ୍ଥିତ ଥିଲେ | କର୍ଣ୍ଣାଟକର ପୂର୍ବତମ ମୁଖ୍ୟମନ୍ତ୍ରୀ ଦୃଢର ସହ କହିଛନ୍ତି ଯେ ବିବାହ ସମାରୋହରେ ପାଖାପାଖି ୬୦ ରୁ ୭୦ ଲୋକ ସାମିଲ ହେବେ କିନ୍ତୁ ପରେ ସେ ବଡ ଆକାରରେ ଆୟୋଜନ କରିଥିଲେ | କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଏ.ନାରାୟଣ କହିଛନ୍ତି ଯେ ବିବାହରେ ସରକାରୀ ନିର୍ଦେଶ ଅବମାନନା କରିଥିବା ହେତୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |
ସେ କହିଛନ୍ତି ଯେ, କୁମାରସ୍ବାମୀ କହିଥିଲେ ଯେ ଲକଡାଉନ ନିୟମ ପାଳନ କରାଯିବ | ସେ ଜଣେ ଜନପ୍ରତିନିଧି | ସେ ପୂର୍ବରୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ | ସେ ରାମନଗରାର ବିଧାୟକ ମଧ୍ୟ ଅଛନ୍ତି | ତାଙ୍କୁ ସରକାରୀ ନିର୍ଦେଶ ପାଳନ କରିବା ଉଚିତ |
ସୂଚନାଯୋଗ୍ୟ ଯେ, ଏବେ ସୁଦ୍ଧା କର୍ଣ୍ଣାଟକରେ କରୋନାରେ ୩୦୦ ରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି | ରାଜ୍ୟରେ ଏବେ ସୁଦ୍ଧା ୧୩ ଜଣଙ୍କର ମୃତ୍ୟୁ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.