କିଛି ଘଣ୍ଟା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ଜେଡିଏସ ମୁଖ୍ୟ ଏଚଡି କୁମାର ସ୍ୱାମି

Published By : Prameya-News7 Bureau | May 23, 2018 IST

ଆଉ କିଛି ଘଣ୍ଟାର ଅପେକ୍ଷା । କିଛି ଘଣ୍ଟା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ଜେଡିଏସ ମୁଖ୍ୟ ଏଚଡି କୁମାର ସ୍ୱାମି । କର୍ଣ୍ଣାଟକ ବିଧାନସଭା ପରିସରରେ ହେବ ବର୍ଣ୍ଣାଢ଼୍ୟ ଶପଥ ଗ୍ରହଣ ଉତ୍ସବ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ କୁମାରସ୍ବାମୀ , ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ କଂଗ୍ରେସର ବରିଷ୍ଠ ନେତା ଜି . ପରମେଶ୍ବର । କୁମାର ସ୍ବାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ କର୍ଣ୍ଣାଟକରେ ପହଁଞ୍ଚୁଛନ୍ତି ଜଣେ ପରେ ଜଣେ ମୁଖ୍ୟମନ୍ତ୍ରୀ ତଥା ବିଜେପି ବିରୋଧୀ ନେତା । ସେମାନଙ୍କ ମଧ୍ୟରେ ଅଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, କଂଗ୍ରେସ ସଭାପତି ରାହୁଲ ଗାନ୍ଧି,ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ୍ । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ, ଆର୍.ଜେଡି ନେତା ତେଜସ୍ବୀ ଯାଦବ, ଆର୍.ଏଲ୍.ଡି ନେତା ଅଜିତ ସିଂ, ଡିଏମକେ ମୁଖ୍ୟ ଷ୍ଟାଲିନଙ୍କ ସହ ମାୟାବତୀ ଏବଂ କମଲ ହାସନ ମଧ୍ୟ ଆସିପାରନ୍ତି । ସୋନିଆ ଗାନ୍ଧୀଙ୍କ ମହାମେଣ୍ଟ ବୈଠକରେ ପରେ ଏହି ଶପଥ ଗ୍ରହଣ ଉତ୍ସବରେ ୧୨ ବିରୋଧୀ ଯୋଗ ଦେବେ । ଯାହା ମୋଦି ବିରୋଧୀ ମେଣ୍ଟର ଆଭାସ ବୋଲି ପୂର୍ବରୁ ସଙ୍କେତ ଦେଇ ସାରିଛନ୍ତି ରାହୁଲ ଗାନ୍ଧୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.