ଆଇସିଏମଆର ଦେଲେ ବଡ ତଥ୍ୟ; ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଏବଂ ପିପିଇ ଏକାଠି ପ୍ରୟୋଗରୁ କୋଭିଡ ଭୟ ୮୦ % କମିଛି

Published By : Prameya-News7 Bureau | June 02, 2020 IST

ପାଟଣା, ୦୨|୦୬:   ସାରା ବିଶ୍ୱରେ କରୋନା ଆତଙ୍କ ଜାରି ରହିଛି । ଭାରତ ମଧ୍ୟ ଏଥିରୁ ବାଦ ପଡିନାହିଁ । ଭାରତରେ ଏହି ମାରାତ୍ମକ ଭାଇରସ ୫ ହଜାରରୁ ଅଧିକ ଜୀବନ ନେଲାଣି । ଏହି ଭାଇରସର କବଳରେ କେବଳ ସାଧାରଣ ଜନତା ନୁହେଁ ପୋଲିସ, ସ୍ୱାସ୍ଥ୍ୟକର୍ମୀ ମଧ୍ୟ ପଡିଛନ୍ତି । କରୋନା ଯୋଦ୍ଧାଙ୍କ ଜୀବନ ମଧ୍ୟ ନେଇଛି କୋଭିଡ-୧୯ ଭାଇରସ । ତେବେ ଆବଶ୍ୟକୀୟ ପିପିଇ କିଟ୍ ଓ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ପାଇଁ ଦେଶରେ ସ୍ୱାସ୍ଥ୍ୟ କର୍ମଚାରୀମାନେ କରୋନା ସହ ଲଢିପାରିଛନ୍ତି ବୋଲି ଆଇସିଏମଆର କହିଛି ।

ଦି ଇଣ୍ଡିଆନ୍ ଜର୍ଣ୍ଣାଲ ଅଫ ମେଡିକାଲ ରିସର୍ଚ୍ଚରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଦେଶରେ ପିପିଇ କିଟ୍ ଓ ହାଇଜ୍ରୋକ୍ସିକ୍ଲୋରୋକ୍ୱିନ୍ ଯୋଗୁଁ ସ୍ୱାସ୍ଥ୍ୟକର୍ମୀମାନଙ୍କ ସଂକ୍ରମଣ ସମ୍ଭାବନା ୮୦ ପ୍ରତିଶତ ହ୍ରାସ ପାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ହାଇଡ୍ରୋକ୍ସିକ୍ଲୋରୋକ୍ୱିନର ଟ୍ରାଏଲ ପାଇଁ ମନା କରିବା ପରେ ଆଇସିଏମଆର୍ ଏହି ମେଡିସିନକୁ କରୋନା ଆକ୍ରାନ୍ତଙ୍କଠାରେ ପ୍ରୟୋଗ କରିବାକୁ ଅନୁମତି ପ୍ରଦାନ କରିଥିଲା । ଏହାର ଆଣ୍ଟି ଭାଇରାଲ ଗୁଣ ଥିବା ବେଳେ ଏହାର ସେତେଟା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.