କରୋନା ସଙ୍କଟ ମଧ୍ୟରେ କର୍ମଚାରୀଙ୍କୁ ବୋନସ ଦେବ ଏହି କମ୍ପାନୀ : ୧୫ ହଜାର ଫ୍ରେଶର୍ସଙ୍କୁ ଦେବ ଚାକିରୀ

Published By : Prameya-News7 Bureau | May 21, 2020 IST

ନୂଆଦିଲ୍ଲୀ ୨୧/୦୫ : କରୋନା ଭାଇରସ ଏବଂ ଲକ ଡାଉନ ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଦୋହଲି ଯାଇଛି | ଅନେକ କମ୍ପାନୀ କ୍ଷତିରେ ଚାଲିଛି | ଫଳରେ ଅନେକ କମ୍ପାନୀ ତାର ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରୁଛି | ଆଉ କିଛି କମ୍ପାନୀ କର୍ମଚାରୀଙ୍କ ଦରମା କାଟି କମ ଦେଉଛି | କିନ୍ତୁ ଏହିଭଳି ପରିସ୍ଥିତିରେ HCL Technology ନିଜର ଦେଢ଼ ଲକ୍ଷ କର୍ମଚାରୀଙ୍କ ଦରମା ନ କାଟିବା ସହ ଗତବର୍ଷର ବୋନସ ମଧ୍ୟ ଦେବା ପାଇଁ ନିଷ୍ପତ୍ତି ନେଇଛି | କମ୍ପାନୀ ସ୍ପଷ୍ଟ କରିଛି ଯେ କରୋନା ଯୋଗୁଁ କମ୍ପାନୀ ବହୁତ କ୍ଷତି ସହିଛି ତଥାପି ସେ ଜଣେ ହେଲେ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିନି କି ଦରମା କାଟିନି |

{"id":273818,"width":581,"height":435,"sizeSlug":"large"}

ସଫ୍ଟୱେୟାର ସେବା ଯୋଗାଉଥିବା ଦେଶର ତୃତୀୟ ସବୁଠାରୁ ବଡ କମ୍ପାନୀ ଏଚସିଏଲ ଟେକ୍ନୋଲୋଜି ଏହା ପୂର୍ବରୁ ୧୫ ହଜାର ଫ୍ରେଶର୍ସଙ୍କୁ ଚାକିରୀ ଦେବା ପାଇଁ ଅଫର ଦେଇଛି | ମହାରାଷ୍ଟ୍ର ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, କରୋନା ସଙ୍କଟ ଯୋଗୁଁ କମ୍ପାନୀରେ କୌଣସି ପ୍ରୋଜେକ୍ଟ ରଦ୍ଦ ହୋଇନି | କିନ୍ତୁ ନୂଆ ପ୍ରୋଜେକ୍ଟ ଆରମ୍ଭ ହେବାରେ ବିଳମ୍ବ ହୋଇଛି |

{"id":273816,"width":573,"height":321,"sizeSlug":"large"}

ନୂଆ ପ୍ରୋଜେକ୍ଟ ପାଇଁ ମଧ୍ୟ କମ୍ପାନୀ ଫ୍ରେଶର୍ସଙ୍କୁ ଭର୍ତ୍ତି କରୁଛି ବୋଲି ଏଚସିଏଲ ଟେକର ଏଚଆର ଆପ୍ପାରାଓ ଭିଭି କହିଛନ୍ତି |

ସେ କହିଛନ୍ତି ଯେ, କମ୍ପାନୀ କର୍ମଚାରୀଙ୍କୁ ଯେଉଁ ବୋନସ ଦେଇଥାଏ ତାହା କର୍ମଚାରୀଙ୍କ ଗତ ୧୨ ମାସର ପରିଶ୍ରମର ଫଳ | ସେଥିପାଇଁ କର୍ମଚାରୀଙ୍କୁ ତାଙ୍କ ପରିଶ୍ରମର ପୁରା ଫଳ ମିଳିବ ଉଚିତ | ୨୦୦୮ ମସିହାର ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ହେଉ କିମ୍ବା ଅନ୍ୟ ଯେକୌଣସି ସଙ୍କଟ ହେଉ କମ୍ପାନୀ କେବେ ମଧ୍ୟ ନିଜ କର୍ମଚାରୀଙ୍କ ଦରମା କାଟ କରିନାହିଁ |

{"id":273817,"width":579,"height":324,"sizeSlug":"large"}

ଗତ ମାସରେ ଲକ ଡାଉନ ଯୋଗୁଁ କର୍ମଚାରୀ ଘରୁ କାମ କରୁଛନ୍ତି | ଫଳରେ କର୍ମଚାରୀଙ୍କ ପ୍ରଡକ୍ଟିଭିଟି ୧୬ ରୁ ୧୭ ପ୍ରତିଶତ ବୃଦ୍ଧି ପାଇଛି | ଯାହାଫଳରେ କମ୍ପାନୀ ଏଥିରୁ ପ୍ରଭାବିତ ହୋଇ ଭବିଷ୍ୟତରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ କରାଇବାକୁ ଯୋଜନା କରୁଛି ବୋଲି କହିଛନ୍ତି କମ୍ପାନୀର ଏଚଆର ଆପ୍ପାରାଓ |

 

ଗତ ଆର୍ଥିକ ବର୍ଷରେ ଅନ୍ୟ ୫ଟି କମ୍ପାନୀ ତୁଳନାରେ ଏଚସିଏଲ ୧୬.୭ ପ୍ରତିଶତ ଅଧିକ ଉନ୍ନତି କରିଛି | କମ୍ପାନୀର ଆୟ ୯.୯୪ କୋଟି ଟଙ୍କା ଥିଲା | ଚଳିତ ବର୍ଷର ଫଳାଫଳ କମ୍ପାନୀ ଘୋଷଣା କରିନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.