ସାରୁଅ ଜମି ଦୁର୍ନୀତି ମାମଲା : ଆଜି ହାଇକୋର୍ଟରେ ବୈଜୟନ୍ତ ଓ ଜଗି ମଙ୍ଗତ ପଣ୍ଡାଙ୍କ ଆବେଦନ ଉପରେ ଶୁଣାଣି

Published By : Prameya-News7 Bureau | November 12, 2020 IST

କଟକ ୧୨।୧୧: ସାରୁଅ ଜମି କେଳେଙ୍କାରୀ ଅଭିଯୋଗ ମାମଲାରେ ଛନ୍ଦି ହୋଇଥିବା ବୈଜୟନ୍ତ ଏବଂ ଜଗି ମଙ୍ଗତ ପଣ୍ଡାଙ୍କ ମାମଲାର ଶୁଣାଣି କରିବେ ହାଇକୋର୍ଟ । ତାଙ୍କ ବିରୋଧରେ ରୁଜ୍ଜୁ ଏତଲାକୁ ରଦ୍ଦ କରିବାକୁ ଉଭୟ ବୈଜୟନ୍ତ ଓ ତାଙ୍କ ପତ୍ନୀ ଜଗି ମଙ୍ଗତ ଆବେଦନ କରିଛନ୍ତି । ଉକ୍ତ ଆବେଦନକାରୀ ପ୍ରାରମ୍ଭିକ ଶୁଣାଣି କରି ଗତ ୫ ତାରିଖରେ ହାଇକୋର୍ଟ ଉଭୟଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ । ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ବୈଜୟନ୍ତ ଓ ଜଗି ମଙ୍ଗତଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ହୋଇଥିଲା ।

ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ ଏହି ମାମଲାର ମୂଳ ଆବେଦନକାରୀ । ହେଲେ କମ୍ପାନୀର ପ୍ରମୋଟର ଥିବା କାରଣରୁ ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡା ପକ୍ଷ ହେବା ପାଇଁ ଆବେଦନ କରିଥିଲେ । କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଏହି ମାମଲାର ତଦନ୍ତ କରୁଛି ।

ସେହିଭଳି ଖୋର୍ଦ୍ଧା ସାରୁଅରେ ବେଆଇନ ଭାବେ ଷ୍ଟୁଡିଓ ନିର୍ମାଣ ଅଭିଯୋଗକୁ ଆଧାର କରି ରୁଜ୍ଜୁ ହୋଇଥିବା ଅନ୍ୟ ଏକ ମାମଲାରେ ଖୋର୍ଦ୍ଧା ପୋଲିସ ତଦନ୍ତ ଜାରି ରଖିଛି । ଉଭୟ ମାମଲାର ଏତଲାକୁ ରଦ୍ଦ କରିବା ପାଇଁ ଆବେଦନ ସହ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବୈଜୟନ୍ତ ଓ ଜଗି ମଙ୍ଗତ ପଣ୍ଡା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.