Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ଏଲହାବାଦ ହାଇକୋର୍ଟଙ୍କ ଐତିହାସିକ ରାୟ, ସାବାଳକ ପତ୍ନୀଙ୍କ ସହ ରହିପାରିବେନି ନାବାଳକ ପତି

16/06/2021 at 5:14 PM

ଏଲହାବାଦ ୧୬।୬: ଏଲହାବାଦ ହାଇକୋର୍ଟ ନା ବାଳକ ପତି( ମାଇନର ହଜବ୍ୟାଣ୍ଡ)ର ଦାୟିତ୍ୱ ତାର ସାବାଳକ ପତ୍ନୀଙ୍କ ଉପରେ ନ୍ୟସ୍ତ କରିବାକୁ ମନା କରିଦେଇଛନ୍ତି।  ଅନ୍ୟପକ୍ଷରେ ନାବାଳକ ପତିକୁ ସରକାରୀ ଆଶ୍ରୟ ସ୍ଥଳରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁଅ ନା ବାଳକ ହୋଇଥିବାରୁ ତା ଠାରୁ ବୟସରେ ବଡ଼ କନ୍ୟା ସହ ବିବାହ କରିଥିବାର ମା ଅଭିଯୋଗ ଆଣିଥିଲେ। ତେବେ ପୁଅ ମାଙ୍କ ସହ ରହିବାକୁ ରାଜି ହେଉ ନଥିବାରୁ ତାକୁ ତା ପତ୍ନୀ ସହ ରହିବାକୁ ମଧ୍ୟ ଦିଆ ଯାଇପାରିବନି ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି। 

ଏଭଳି କ୍ଷେତ୍ରରେ ନାବାଳକର ବିବାହ ଅସିଦ୍ଧ ହୋଇପାରେ ବୋଲି ମଧ୍ୟ କୋର୍ଟ ତାକୁ ସତର୍କ କରାଇଛନ୍ତି। ଯଦି ସେ ପତ୍ନୀ ସହ ଅବସ୍ଥାନ କରେ ଏଥିରେ ପକସୋ ଆଇନର ଉଲ୍ଲଂଘନ ଆଶଙ୍କା ମଧ୍ୟ ରହିଛି। ଏଥିରେ ପତ୍ନୀଙ୍କ ବିରୋଧରେ ପକସୋ ଆଇନରେ ମୋକଦ୍ଦମା ମଧ୍ୟ ହୋଇପାରେ। ଏଣୁ ପୁଅ ୪ ଫେବୃଆରୀ ୨୦୨୨ରେ ସାବାଳକ ହେବା ପରେ କାହା ସହ ମଧ୍ୟ ରହିପାରେ ବୋଲି କୋର୍ଟ କହିଛନ୍ତି।  

ମାମଲାରୁ ପ୍ରକାଶ ଯେ ଆଜମଗଡ଼ ନିବାସୀ ହୋସିଲା ଦେବୀ ତାଙ୍କ ନା ବଳକ ପୁତ୍ର ଆଇନତଃ ବିବାହ ଲାଗି ଯୋଗ୍ୟ ହୋଇ ନାହିଁ। ଏଣୁ ତାର ବିବାହ ଅମାନ୍ୟ ବୋଲି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।  ବାଳକକୁ ୧୮ ସେପ୍ଟେମ୍ବର ୨୦୨୦ରେ କୋର୍ଟରେ ହାଜର କରାଯାଇଥିଲା। ବିଚରପତି ଜେ.ଜେ. ମୁନିର ମାମଲାର ଶୁଣାଣି କରି ବାଳକର ବୟାନ ରେକର୍ଡ କରିଥିଲେ।

ଏଥିରେ ବାଳକ କୌଣସି ଚାପ ଅଥବା ଫୁସଲଫୁସଲିରେ  ବିବାହ କରି ନଥିବା କୋର୍ଟ ସ୍ପଷ୍ଟ ହୋଇଥିବା ବେଳେ ପତ୍ନୀଙ୍କ ସହ ରହିବା ଲାଗି ସେ କରିଥିବା ଆବେଦନକୁ କିନ୍ତୁ ଅଗ୍ରାହ୍ୟ କରିଦେଇଛନ୍ତି। ତେବେ ଏହି ନାବଳକର ପତ୍ନୀ ଏକ ସନ୍ତାନର ଜନନୀ ମଧ୍ୟ ହୋଇ ସାରିଛନ୍ତି। ଏଣୁ ସେମାନଙ୍କ ବିବାହ ଅମାନ୍ୟ ନ କରି କୋର୍ଟ କେବଳ ନାବାଳକକୁ ସାବାଳକ ହେବା ପର୍ଯ୍ୟନ୍ତ କୌଣସି ସରକାରୀ ଆଶ୍ରୟ ସ୍ଥଳରେ ରଖାଯିବା ସହ ତାର ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  

   Related Posts