ନୂଆଦିଲ୍ଲୀ ୨୭।୪: କରୋନା ସଂକଟରେ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ରାଜ୍ୟର କେଜରିୱାଲ ସରକାରଙ୍କ ଉପରେ ବର୍ଷିଛନ୍ତି। ଯଦି ତୁମ ଦ୍ୱାରା ମ୍ୟାନେଜ ନ ହୋଇପାରୁଛି କହି ଦିଅନ୍ତୁ ଆମେ କେନ୍ଦ୍ରକୁ ଦାୟିତ୍ୱ ଦେଇ ଦେବୁ ବୋଲି କୋର୍ଟ କହିଛନ୍ତି। ହସ୍ପିଟାଲମାନଙ୍କରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସାକୁ ନେଇ ଶୁଣାଣିରେ ରାଜ୍ୟ ସରକାରଙ୍କ ଓକିଲ ରାହୁଲ ମେହେରା ଅମ୍ଳଯାନ (ଅକ୍ସିଜେନ) ଯୋଗାଣ ଲାଗି ରାଜ୍ୟ ସରକାର ଏକ ୱେବ୍ ପୋର୍ଟାଲ ଖୋଲିଥିବା କୋର୍ଟଙ୍କୁ କହିଥିଲେ। ତେବେ କେବଳ ଅକ୍ସିଜେନ ନୁହେଁ କରୋନା ଚିକିତ୍ସା ଲାଗି ଆବଶ୍ୟକ ହେଉଥିବା ରିମଡେସିଭିର ଓ ଡେକ୍ସାମେଥାସନ ଭଳି ଔଷଧର କଳାବଜାରି କଥା ମଧ୍ୟ ଏବେ ସାମ୍ନାକୁ ଆସୁଥିବା କୋର୍ଟ କହିଥିଲେ।
ତେବେ ଜଣେ ଗ୍ରାହକଙ୍କୁ ଏପରି ଔଷଧ ବ୍ଲାକରେ କିଣିବା ଉଚିତ ନୁହେଁ ଏହା ହସ୍ପିଟାଲ ସପ୍ଲାଇ ଚେନ୍ରେ ମିଳିବା କଥା ବୋଲି କୋର୍ଟ କହିଥିଲେ। ତେବେ ଏ ନେଇ ଚିକିତ୍ସକୀୟ ଉପଚାର ନେଉଥିବା ରୋଗୀଙ୍କ ଲାଗି ଆଦେଶ ଜାରି କରାଯିବ ବୋଲି ସରକାରଙ୍କ ପକ୍ଷରୁ ଓକିଲ କହିଥିଲେ। ତେବେ ଶୁଣାଣିରେ ଏକ ଅନଲାଇନ ପୋର୍ଟାଲରେ ରିୟଲ ଟାଇମ୍ ସୂଚନା ମିଳୁଥିବାରୁ ଜାଣିବାକୁ ପାଇଲୁ ବୋଲି କୋର୍ଟ କହିଥିଲେ। ଏହା ସହ ଦିଲ୍ଲୀ ସରକାରଙ୍କୁ କରୋନା ଚିକିତ୍ସା ଲାଗି ବ୍ୟବହୃତ ହେଉଥିବା ଔଷଧର ଯୋଗାଣ ଅଡିଟ କରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
{"id":445151,"width":836,"height":471,"sizeSlug":"large","linkDestination":"none"}ଶୁଣାଣିରେ ବତ୍ରା ହସ୍ପିଟାଲ ଦିଲ୍ଲୀ ସରକାର ତାଙ୍କୁ ୬.୫ ମେଟ୍ରିକ ଟନ ଅକ୍ସିଜେନ ଆଲଟମେଣ୍ଟ କରିଥିବା କୋର୍ଟଙ୍କୁ କହିଥିଲେ। ତେବେ ସପ୍ଲାୟର ନ ଦେବାରୁ ଆମର ୨୧ ଜଣ ରୋଗୀ ପ୍ରାଣ ହରାଇଛନ୍ତି ସୂଚିତ କରିବାରୁ କୋର୍ଟ ମୃତକଙ୍କ ମୃତ୍ୟୁର କାରଣ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ସିଜେନ୍ ଅଭାବରୁ ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ଲାଗି ଦିଲ୍ଲୀ ସରକାର କ୍ଷତିପୂରଣ ଦେବା ଦରକାର ବୋଲି କୋର୍ଟ କହିଛନ୍ତି।
ମଙ୍ଗଳବାର ଶୁଣାଣିରେ କୋର୍ଟଙ୍କ ନିର୍ଦ୍ଦେଶାନୁସାରେ ମୁଲତାନ ଏୟାର, ସେଠ ଏୟାର ଓ ବିନାୟକ ଅକ୍ସିଜେନ ସପ୍ଲାୟର ଉପସ୍ଥିତ ଥିଲେ। ତେବେ ନିର୍ଦ୍ଦେଶ ସତ୍ତ୍ୱେ ଯେଉଁମାନେ କୋର୍ଟରେ ଅନୁପସ୍ଥିତ ଥିଲେ ସେମାନଙ୍କ ବିରୋଧରେ ଅଦାଲତ ଅବମାନନା ମୋକଦ୍ଦମା ରୁଜୁ ହୋଇଛି। ଶୁଣାଣିରେ କୋର୍ଟ ସେଠ୍ ଏୟାରର ଯାଞ୍ଚ ସହ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି।