Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଉଚ୍ଚ ମୂର୍ତ୍ତିକୁ ଅନୁମତି ଦେଲେ କୋର୍ଟ : ୯ ପୂଜା କମିଟି ଆଶ୍ବସ୍ତ, ବିସର୍ଜନ ଦାୟିତ୍ବ ପ୍ରଶାସନର

19/10/2020 at 2:12 PM

କଟକ ୧୯।୧୦: ପୂଜା ମଣ୍ଡପରେ ମୂର୍ତ୍ତି ନିର୍ମାଣକୁ ନେଇ ଉପୁଜିଥିବା ବିବାଦର ଅନ୍ତଃ ଘଟିଛି । ୪ ଫୁଟର ଉଚ୍ଚ ମୂର୍ତ୍ତି ପୂଜା ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । ସରକାରୀ ଗାଇଡ୍ ଲାଇନ୍‌ ଅନୁସାରେ ପୂଜା ହେବ । ବିସର୍ଜନ ଦାୟିତ୍ବ ପ୍ରଶାସନ ଉପରେ ନ୍ୟସ୍ତ କରିଛନ୍ତି କୋର୍ଟ ।

ଆଡଭୋକେଟ ଜେନେରାଲ ରିପୋର୍ଟ ଦାଖଲ କରିବା ପରେ ମାମଲାର ଚୂଡାନ୍ତ ଶୁଣାଣି କରିଛନ୍ତି ହାଇକୋର୍ଟ । କଟକ ସହରର ୯ଟି ପୂଜା ମଣ୍ଡପରେ ପୂର୍ବ ବର୍ଷ ପରି ମୂର୍ତ୍ତି ନିର୍ମିତ ହୋଇସାରିଛି । ଯାହାର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବାକୁ ଗତ ଶୁକ୍ରବାର ଏଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।  ମୂର୍ତ୍ତି ନିର୍ମାଣ କରିବା ଲାଗି ପ୍ରଥମେ ବାଲୁବଜାର ପୂଜା ମଣ୍ଡପକୁ ଅନୁମତି ଦେଇଥିଲେ ହାଇକୋର୍ଟ । ପରେ କଟକ ଫିରିଙ୍ଗି ବଜାର ଏବଂ ତାପରେ ତେଲେଙ୍ଗାବଜାର ସମେତ ୯ଟି ପୂଜା ମଣ୍ଡପରେ ପୂର୍ବ ଢାଞ୍ଚାରେ ମୂର୍ତ୍ତି ନିର୍ମାଣ କାମ ଆରମ୍ଭ ହୋଇଥିଲା । ତେବେ ରାଜ୍ୟ ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଆଧାରରେ ମୂର୍ତ୍ତି ଉଚ୍ଚତା ୪ ଫୁଟ ରଖିବା ଲାଗି ପୋଲିସ କମିଶନର ନିର୍ଦ୍ଦେଶ ଦେଇଥିଲେ  । ନବନିର୍ମିତ ବଡ ମୂର୍ତ୍ତିଗୁଡିକୁ ଭାଙ୍ଗିଦେବା ଲାଗି ସମ୍ପୃକ୍ତ ପୂଜା କମିଟିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ପୋଲିସ କମିଶନର । ଯାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାଏର ହୋଇଛି ଏକାଧିକ ମାମଲା ।

   Related Posts