ଦିବ୍ୟଶଙ୍କର ମିଶ୍ରଙ୍କ ଜିତାପଟ୍, ନିର୍ବାଚନ ମାମଲାକୁ ରଦ୍ଦ କଲେ ହାଇକୋର୍ଟ

Published By : Prameya-News7 Bureau | October 07, 2020 IST

କଟକ ୭।୧୦: ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ନିର୍ବାଚନ ମାମଲାକୁ ରଦ୍ଦ କରିଛନ୍ତି ହାଇକୋର୍ଟ । ନିମ୍ନ ଅଦାଲତରେ ତାଙ୍କ ବିରୋଧରେ ଏହି ମାମଲା ଚାଲିପାରିବନି ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ନିର୍ବାଚନ ସମୟରେ ଦିବ୍ୟଶଙ୍କର ମିଶ୍ର ଦାଖଲ କରିଥିବା ସତ୍ୟପାଠରେ ତଥ୍ୟ ଲୁଚାଇ ଥିବା ଅଭିଯୋଗ ହୋଇଥିଲା । ତାଙ୍କ ପ୍ରତିଦ୍ବନ୍ଦୀ ତଥା କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଗୋବର୍ଦ୍ଧନ ଦାସ ଜୁନାଗଡା ମାଜିଷ୍ଟ୍ରେଟଙ୍କ ନିକଟରେ ମାମଲା ରୁଜୁ କରିଥିଲେ । ମାଜିଷ୍ଟ୍ରେଟ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିଥିଲେ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ନିର୍ବାଚନୀ ମାମଲା ଆରମ୍ଭ ହୋଇଥିଲା । ତେବେ ନିମ୍ନ ଅଦାଲତଙ୍କ ଏହି ନିଷ୍ପତ୍ତିକୁ ଚାଲେଞ୍ଜ କରି ଦିବ୍ୟଶଙ୍କର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ  ଦିବ୍ୟଶଙ୍କରଙ୍କ ଆବେଦନକୁ ଗ୍ରହଣ କରି ତାଙ୍କ ବିରୋଧରେ ମାମଲା ଚାଲି ପାରିବନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.