ଆରଟିଓ ଅଫିସରେ ଥଇଥାନ ହେବେ ଏଜେଣ୍ଟ- ଥଇଥାନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | December 05, 2019 IST

କଟକ /ଭୁବନେଶ୍ୱର ୦୫।୧୨- ଆରଟିଓ ଅଫିସରେ ଥଇଥାନ ହେବେ ଏଜେଣ୍ଟ ।୪୨ ଦିନ ଭିତରେ ସ୍ବିକୃତିପ୍ରାପ୍ତ ଏଜେଣ୍ଟଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆରଟିଓ ଗୁଡିକ ଦଲାଲମୁକ୍ତ ହେବା ପରେ ଏହାକୁ ପେଶା କରି ଜୀବିକା ନିର୍ବାହ କରୁଥିବା ଦଲାଲମାନେ ରାତାରାତି ବେରୋଜଗାର ହୋଇଯାଇଛନ୍ତି ।

ସେମାନଙ୍କ ରୋଜଗାରର ବିକଳ୍ପ ବ୍ୟବସ୍ଥା କରିବାକୁ ନିବେଦନ କରି ଓଡ଼ିଶା ମୋଟର ଭେହିକିଲ ଫିଲ୍ଡ ୱାର୍କର୍ସ ୟୁନିୟନ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାମଲାର ଶୁଣାଣି କରି ଏଜେଣ୍ଟଙ୍କ ଜୀବନ ଜୀବିକା କିପରି ଚାଲିବ ସେ ନେଇ ଥଇଥାନ ଯୋଜନା କରିବା ପାଇଁ ସରକାର ପଦକ୍ଷେପ ନେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୪୨ ଦିନ ଭିତରେ ସ୍ବିକୃତିପ୍ରାପ୍ତ ଏଜେଣ୍ଟ ଚିହ୍ନଟ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.